October 22, 2024

Odia Express

Leading Odia News Portal of Odisha

ବିନା ହେଲମେଟ୍ ବାଇକ୍ ଚଲାଇବାରୁ ଏହି ବ୍ୟକ୍ତିର କଟିଲା ନାହିଁ ଚାଲାଣ, ଜାଣନ୍ତୁ କଣ ଥିଲା ଏହା ପଛରେ କାରଣ

ଆଜିକାଲି ପୁରା ଦେଶରେ ନୁଆ ମୋଟର୍ ଯାନ ଆକ୍ଟ କାରଣରୁ ଚାରି ଆଡେ ପୁରା ଚେକିଙ୍ଗ୍ ଚାଲିଛି । ଏହି ନିୟମ ଦ୍ୱାରା ଲୋକଙ୍କୁ ବହୁତ ପରିମାଣରେ ଚାଲାଣ ଅସୁଲ କରାଯାଉଛି, ସେମିତି ନୁଆ ନିୟମ ଲାଗୁ ହେବା ପରେ ପୋଲିସ୍ ବହୁତ କଠୋର୍ ଭାବେ ପେଶ୍ ଆସୁଛନ୍ତି, ଗୁଜୁରାଟରେ ଏମିତି ଏକ ଆଶ୍ଚର୍ଯ୍ୟ କରିଦେଲା ଭଳି ମାମଲା ସାମ୍ନାରେ ଆସିଛି, ଏକ ବ୍ୟକ୍ତି ବିନା ହେଲମେଟ୍ ରେ ମୋଟରସାଇକେଲ୍ ଚଲାଉଥିଲା, କିନ୍ତୁ ଯେବେ ପୋଲିସ୍ ସାମ୍ନାରେ ଆସିଲା ତେବେ ପୋଲିସ୍ ବି ଆଶ୍ଚର୍ଯ୍ୟ ହୋଇଗଲେ । ଗୁଜୁରାଟର ଛୋଟ ଉଦୟପୁର୍ ଜିଲ୍ଲାର ବଡୋଲି ଇଲାକାରେ ରହୁଥିବା ଜାକିର୍ ମେନନ୍ ଙ୍କୁ ପୋଲିସ୍ ବିନା ହେଲମେଟ୍ ରେ ଗାଡି ଚଲାଉଥିବା ବେଳେ ଅଟକାଇଦେଲେ

ଜାକିର୍ ଙ୍କ ପାଖରେ ଗାଡି ସଂବନ୍ଧିତ ସବୁ କାଗଜପତ୍ର ଥିଲା, କିନ୍ତୁ ସେ ହେଲମେଟ୍ ପିନ୍ଧିନଥିଲେ, ପୋଲିସ୍ ଜୋରିମାନାଭରିବାକୁ କହିଲେ, କିନ୍ତୁ ଜାକିର୍ ପୋଲିସ୍ କୁ ନିଜ ସମସ୍ୟା କହିଲେ, ପୋଲିସ୍ ଚକିତ ହୋଇଗଲେ,  ଜାକିରଙ୍କ ସମସ୍ୟା ଏକଦମ୍ ଅଲଗାଅଟେ, ସେ ଆଇନ୍ ସମ୍ମାନ କରୁଥିବା ବ୍ୟକ୍ତି ଅଟନ୍ତି, ନୁଆ ମୋଟର ଯାନ ଆକ୍ଟ ଲାଗୁ ହେବାପରେ ବହୁତ ଚାଲାଣ କଟାଯାଉଛି, କିନ୍ତୁ ଏହି ବ୍ୟକ୍ତିର ସମସ୍ୟା ଶୁଣିବାପରେ ପୋଲିସ୍ ବାଲା ଏବେ ଭାବୁଛନ୍ତି କି ଚାଲାଣ କଟାଯିବ କି ନାହିଁ । ଜାକିର୍ କହିଲେ କି ସେ କେଉଁ ହେଲମେଟ୍ ପିନ୍ଧିପାରିବେ ନାହିଁ କାରାଣ ତାଙ୍କ ମୁଣ୍ତର ମାପ ଅନୁଯାୟୀ କୌଣସି ହେଲମେଟ୍ ତାଙ୍କୁ ଫିଟ୍ ହେଉନାହିଁ ।

ପୋଲିସ୍ ଙ୍କୁ କହିଲେ କି ଗତ ୧୨ ବର୍ଷରୁ ଏହି ସମସ୍ୟାକୁ ନେଇ ସେ ଗାଡି ଚଲାଉଛନ୍ତି, ସେ କେବେ କେଉଁ ହେଲମେଟ୍ ପିନ୍ଧିପାରନ୍ତି ନାହିଁ , ଏହାପରେ ପୋଲିସ୍ ଜାକିର୍ ଙ୍କୁ ନିଜ ସାଙ୍ଗରେ ନେଇକରି ବହୁତ ହେଲମେଟ୍ ଦୋକାନରେ ନେଇଗଲେ, ଓ ସବୁ ଜାଗାରେ ସେହି ଅସୁବିଧା ଦେଖାଦେଲା କି ହେଲମେଟ୍ ତାଙ୍କ ମୁଣ୍ତରେ ଫିଟ୍ ହେଉନଥିଲା । ଜାକିର୍ ଏହି ସମସ୍ୟାରେ ବୋଡେଲି ଟ୍ରାଫିକ୍ ସବ୍ ଇନସିପେକ୍ଟର ବସନ୍ତ ରାଠବାଙ୍କ କହିବା କଥା କି ଜାକିର୍ ଙ୍କ ସମସ୍ୟା ଏକଦମ୍ ଅଲଗା ଅଟେ, ତେଣୁ ତାଙ୍କର ଚାଲାଣ କଟାଯାଇପାରିବ ନାହିଁ, ସବୁ ନିୟମର ପାଳନ କରାଯିବା ଉଚିତ୍ , କିନ୍ତୁ ଏବେ ପର୍ଯ୍ୟନ୍ତ ତାଙ୍କ ମୁଣ୍ତ ସାଇଜ୍ ର ହେଲମେଟ୍ ମିଳିପାରିଲାନାହିଁ ।

Leave a Reply

Your email address will not be published. Required fields are marked *