October 24, 2024

Odia Express

Leading Odia News Portal of Odisha

ଜାଣନ୍ତୁ ମୁକେଶ ଅମ୍ବାନୀଙ୍କ ଭଳି ଅରବପତି ମାନେ ତାଙ୍କ ପଇସା କେଉଁଠାରେ ରଖନ୍ତି – କଣ ଏମାନେ ରଖନ୍ତି ବ୍ୟାଙ୍କ ରେ ?ସତ୍ୟତା ଜାଣନ୍ତୁ

ସାଙ୍ଗମାନେ କଣ ଆପଣ ମାନେ ସେ ଟେଂସନ ଅନୁଭବ କରିଛନ୍ତି କେବେ ଯେବେ ଆପଣଙ୍କ ପାଖରେ କୌଣସି ଜରୁରୀ କାମ ପାଇଁ ୧୦୦୦ ଟଙ୍କା ଥିବ ଓ ଆପଣ ଏହାକୁ ନେଇ ଦିଲ୍ଲୀ,ମୁମ୍ବାଇ ବା ଏହିଭଳି କିଛି ବଡ ସହର ସେଥିରେ ପୁଣି ଚୋର ଡକାୟତ ମାନଙ୍କୁ ଦେଇ ଅତିକ୍ରମ କରିବାକୁ ପଡ଼େ।ସାଙ୍ଗମାନେ ଏହି ଦୁନିଆରେ ପଇସା କମେଇବା ଯେତେ କଷ୍ଟ ନୁହେଁ ତାହାଠାରୁ ଅଧିକ କଷ୍ଟ ହେଉଛି ସେହି ପଇସାକୁ ସଠିକ ଜାଗାରେ ରଖିବା।ଯେବେ ସାଧାରଣ ଲୋକ ଲକ୍ଷ ବା ହଜାର ଟଙ୍କା ପାଇଁ ମୃତ୍ୟୁ ବରଣ କରିପାରେ ତ କୋଟିପତି ମାନଙ୍କର କଣ ହେବ।ଆଜି ମୁଁ ଆପଣ ମାନଙ୍କୁ କହିବି ଯେ ମୁକେଶ ଅମ୍ବାନୀ ତାଙ୍କ ପଇସା ସବୁ କେଉଁଠାରେ ରଖନ୍ତି।

ସାଙ୍ଗମାନେ ଯେତେ ସବୁ ଅରବପତି ମାନେ ଅଛନ୍ତି ସେମାନେ କେବେବି ତାଙ୍କ ପଇସାକୁ ବ୍ୟାଙ୍କରେ ରଖନ୍ତି ନାହିଁ।ସେମାନେ ତାଙ୍କ ପଇସାକୁ ଇନଭେଷ୍ଟ କରିଥାନ୍ତି।କାରଣ ବ୍ୟାଙ୍କରେ ପଇସା ରଖିବା ଦ୍ବାରା ତାହା ବଢି ନଥାଏ।କିନ୍ତୁ ଇନ୍ଭେଷ୍ଟ କରିବା ଦ୍ବାରା ପଇସା ଦୁଇ ଗୁଣ ହୋଇ ଯାଇଥାଏ ଓ ଏହାକୁ ଚୋରି କରିବା ମଧ୍ୟ ଅସମ୍ଭବ ହୋଇଯାଏ।ଦୁନିଆରେ ଯେତେ ସବୁ ପଇସା ବାଲା ଅଛନ୍ତି ସେମାନେ ଭଲ ଭାବେ ଜାଣିଛନ୍ତି ଯେ ବ୍ୟାଙ୍କରେ ପଇସା ରଖିବା ଦ୍ବାରା କୌଣସି ଲାଭ ହେବ ନାହିଁ।ଏମାନେ ନିଜ ପଇସାକୁ ଅଲଗା ଅଲଗା ଜାଗାରେ ଇନଭେଷ୍ଟ କରିଥାନ୍ତି ଯାହାଦ୍ଵାରା ଏମାନଙ୍କ ପଇସା ବଢିବା ସହିତ ସୁରକ୍ଷିତ ମଧ୍ୟ ହୋଇଥାଏ।

ଦୁନିଆର ବଡ ବଡ ପଇସା ବାଲା ବ୍ୟକ୍ତିମାନେ ଷ୍ଟକ ମାର୍କେଟରେ ନିବେଶ କରିଥାନ୍ତି।ଆପଣ ଏଲନ ମସ୍କଙ୍କ କଥା ଯଦି ଆଲୋଚନା କରିବେ ତ ସେ କିଛି ବଡ ପ୍ରୋଜେକ୍ଟ ମାନଙ୍କରୁ ପଇସା କମେଇଲେ ଓ ସେଥିରେ ସ୍ପେସ ଏକ୍ସ ଓ ଟେସଲା ନାମକ ଦୁଇଟି କମ୍ପାନୀ ତିଆରି କରିଦେଲେ।ଆପଣ ଯଦି ସେୟାର ମାର୍କେଟ କଥା ବିଚାର କରିବେ ତ ଆପଣଙ୍କ ମୁଣ୍ଡକୁ ପ୍ରଥମେ ଆସିବ ୱାରେନ ବଫେଟଙ୍କ ନାମ।ସେ ସେୟାର ମାର୍କେଟରୁ ବହୁତ ଲାଭ କମେଇଲେ।ବଡ ବଡ ଅରବପତି ମାନେ ଏହିଭଳି ବଡ ବଡ କମ୍ପାନୀ ମାନଙ୍କରେ ନିବେଶ କରିଥାନ୍ତି ନଚେତ ତାକୁ କିଣି ନିଅନ୍ତି।

ଆପଣ ସ୍ଵୀସ ବ୍ୟାଙ୍କ ନାମ ତ ନିଶ୍ଚୟ ସୁଣିଥିବେ।ଭାରତରେ ଏହାକୁ ନେଇ ବହୁତ ଚର୍ଚ୍ଚା ରହିଛି।କାରଣ ଏଥିରେ କିଛି ପଳାତକ ମାନଙ୍କର ପଇସା ରହିଛି।ଏଥିରେ ଯେଉଁ ମାନଙ୍କର ପଇସା ରହିଥାଏ ସେମାନଙ୍କ ଆକାଉଣ୍ଟ ତଥ୍ୟ ବାହାରକୁ ଆସେ ନାହିଁ।କେବଳ କୋର୍ଟର ନିର୍ଦ୍ଦେଶରେ ବ୍ୟାଙ୍କ ତଥ୍ୟ ଦେଇଥାଏ।ଏଥିପାଇଁ ଆପଣ ପଇସା ବ୍ୟାଙ୍କରେ ରଖିବା ବଦଳରେ ତାକୁ ଇନଭେଷ୍ଟ କରନ୍ତୁ।ଦୁନିଆର ସମସ୍ତ ଅରବପତି ମାନେ ଏହିଭଳି ଉପାୟରେ ନିଜ ପଇସା ରଖିଥାନ୍ତି।

Leave a Reply

Your email address will not be published. Required fields are marked *