କଣ ପାଇଁ ପଡିଥାଏ ଆକାଶରୁ ବିଜୁଳି, ଏମିତି ବିପତ୍ତିରୁ କିପରି ବଞ୍ଚିବେ , ପଢନ୍ତୁ ଏହି ଖବର – ଆଉ ଜୀବନରେ କେବେ ଘଡଘଡି ପାଇଁ ବିପଦ ରେ ପଡିବେନି ଆପଣ
ସବୁବେଳେ ଏମିତି ପ୍ରଶ୍ନ ସବୁବେଳେ ମୁଣ୍ତରେ ଆସେ କି ବର୍ଷା ହେବା ସହ ଆକାଶରେ ବିଜୁଳି କଣପାଇଁ ମାରେ, ଆସନ୍ତୁ ଜାଣିବା କଣପାଇଁ ବିଜୁଳି ହୋଇଥାଏ , ଓ ଏଥିରେ କେଉଁ ପ୍ରକାରରେ ରକ୍ଷା ପାଇପାରିବେ ,ବର୍ଷାର ଦିନରେ ଆକାଶରେ ବିଜୁଳି ବହୁତଥର ବିପଦପୁର୍ଣ୍ଣ ହୋଇଥାଏ, କ୍ଷେତରେ କାମ କରୁଥିବା ଲୋକ, ଗଛ ତଳେ ବିଜୁଳି ଦାଉରୁ ରକ୍ଷା ପାଇବାପାଇଁ, ଗାଧୋଇବା ସମୟରେ ବିଜୁଳି ଚମକିଲେ ଏହାର ସମ୍ମୁଖରେ ଆସିବାର ସଂମ୍ଭାବନା ଅଧିକା ହୋଇଥାଏ । କିଛି ଉପାୟ ଅଛି ଯାହା ଦ୍ୱାରା ଆମେ ବିଜୁଳି ଦାଉରୁ ରକ୍ଷା ପାଇପାରିବା, ରାଜ୍ୟ ସରକାରର ରାଜସ୍ୱ ଏବଂ ଆପଦା ପ୍ରବନ୍ଧନ ବିଭାଗ ଦ୍ୱାରା ଲୋକଙ୍କୁ ସତର୍କ ରହିବାପାଇଁ ନିର୍ଦ୍ଧେଶ ଜାରି ହୋଇଛି ।
ତୋଫାନୀ ବାଦଲରୁ ବିଦ୍ୟୁତ୍ ର ଆବେଗ୍ ହୋଇଥାଏ, ଏଥିରେ ଏହାର ତଳସ୍ଥରରେ ଋଣବେଶିତ ଓ ଉପରି ସ୍ତରରେ ଧନବେଶିତ ହୋଇଥାଏ, ଏଥିରେ ତଳେ ଧନାବେଶ ସୃଷ୍ଟି ହୁଏ, ବାଦଲ ଓ ତଳ ମଧ୍ୟରେ ଲକ୍ଷାଧିକ ଭୋଲ୍ଟର ବିଦ୍ୟୁତ ପ୍ରଭାବ ଉତ୍ପନ୍ନ ହୋଇଥାଏ । ଧନ ଓ ଋଣ ଜଣେ ଅନ୍ୟଙ୍କୁ ଚୁମ୍ବକ ପରି ନିଜ ନିଜ ଆଡକୁ ଆକର୍ଷିତ କରିଥାଏ, କିନ୍ତୁ ଏହି ପ୍ରକିୟା ବାୟୁ ବାଧା ହୋଇଥାଏ, ଏଥିରେ ବିଦ୍ୟୁତ ଆବେଶରେ ବାଧା ଆସିଯାଏ , ଓ ବାଦଲର ଋଣବେଶିତ ତଳ ସ୍ତରରେ ଛୁଇଁବାକୁ ଚେଷ୍ଟା କରେ, ଧନବେଶିତ ତରଙ୍ଗରେ ଗଛ, ପାହାଡ, ଇମାରତ, ବୁର୍ଜ, ମିନାର, ଓ ରାସ୍ତାରେ ଚାଲୁଥିବା ଲୋକଙ୍କ ଉପରେ ଏହା ପଡିଥାଏ ।
ମୁଣ୍ତର ବାଳ ଠିଆ ହୋଇଗଲେ ଜାଣିବେ ଯେ ବିଜୁଳି ପଡିବ, ଯଦି ଆକାଶୀୟ ବିଜୁଳି ଚମକ ଆସୁଛି, ଓ ଆପଣଙ୍କ ମୁଣ୍ତର୍ ବାଳ ଠିଆ ହୋଈଯିବ, ଓ ତ୍ୱଚାରେ କିଛି ହଲଚଲ୍ ହେଲେ ତୁରନ୍ତ ତଳେ ନଇଁକରି କାନକୁ ବନ୍ଦ କରିଦିଅନ୍ତୁ, କାରଣ ଏହି କଥା ସୁଚକ ହୋଇଥାଏ କି ଆପଣଙ୍କ ଆଖପାଖରେ ବିଜୂଳି ପଡିବାର ଅଛି । ବର୍ଷାର ଦିନରେ ବହୁତଥର ବାଦଲରେ ବିଜୁଳି ଚମକିଥାଏ, ଓ ତଳେ ପଡିଥାଏ , କିନ୍ତୁ ଏହା ସବୁବେଳେ କ୍ଷତିକାରକ ହୋଇନଥାଏ, ଆକଶୀୟ ବିଜୁଳି ମନୁଷ୍ୟର ମୁଣ୍ତ, ଗଳା ଓ କାନ୍ଧରେ ସବୁଠାରୁ ଅଧିକା କ୍ଷତି ପହଞ୍ଚାଇଥାଏ
ବର୍ଷାର ଦିନରେ ଦ୍ୱିପହର ସମୟରେ ବିଜୁଳି ପଡିବାର ଆଶଙ୍କା ଅଧିକା ହୋଇଥାଏ , ଶରୀରର ଘା ଗଛର ଡାଳ ପରି ଦେଖାଯାଆନ୍ତି, ଏଥିରେ ବ୍ୟକ୍ତିକୁ ଖଣ୍ତିଆ, ଓ ଘା ହୋଇଯାଏ, ଶରୀରରେ ଏହି ଘା ଗଛର ଡାଳ ପରି ଦେଖାଯାଏ , ଆକାଶୀୟ ବିଜୁଳି ପଡିଲେ ଶରୀରର ସେଣ୍ଟ୍ରାଲ୍ ନର୍ଭସ୍ ସିଷ୍ଟମ୍ ଫେଲ୍ ହୋଇଯାଏ , ହୃଦୟର ଗତି ଅଟକିଯାଏ , ଓ ଫୁସଫୁସ୍ ରେ ନିଶ୍ୱାସରେ ବନ୍ଦ ହୋଇଯାଏ , ଇଲେକ୍ଟ୍ରିକ୍ ବର୍ଣ୍ଣ ବି ହୋଇଯାଏ ।
ବର୍ଷାର ଦିନରେ ବିଜୁଳି ପଡିଲେ ବହୁତଥର ଲୋକଙ୍କ ମୃତ୍ୟୁର କାରଣ ହୋଇଥାଏ, ଆଜି ଆମେ ଆପଣଙ୍କୁ ବିଜୁଳିର ବିଜୁଳିରୁ ରକ୍ଷା ପାଇବାର ତରିକା ବିଷୟରେ କହିବୁ, ଯେବେ ଆପଣ ଘରେ ଭିତରେ ଥିବେ ତେବେ ବିଜୁଳି ସଂଚାଳିତ ଉପକରଣରୁ ଦୁରେଇ ରୁହନ୍ତୁ, ତାର ବାଲା ଟେଲିଫୋନ୍ ଉପଯୋଗ କରିବା ଉଚିତ୍ ନୁହେଁ, କବାଟ ଝରକା ବନ୍ଦ କରିଦିଅନ୍ତୁ, ଓ ଛାତରୁ ଦୁରରେ ରୁହନ୍ତୁ, ଏହା ଛଡା ଏମିତି ବସ୍ତୁ ଯାହା ବିଜୁଳି ସୁଚାଳକ ଅଟେ, ସେଥିରୁ ଦୁର ରହିବା ଉଚିତ୍ ।
ଧାତୁ ରୁ ତିଆରି ପାଇପ୍, ନଳ, ୱାସିଙ୍ଗ୍ ମେସିନ୍ ଆଦି ରୁ ଦୁରେ ଇରହିବା ଉଚିତ୍, ଏହି ପ୍ରକାରରେ ଯେବେ ଆପଣ ଘରୁ ବାହାରେ ଅଛନ୍ତି, ତେବେ ଏଥିରୁ ଦୁରେଇ ରହିବା ଉଚିତ୍ ।କାରଣ ଗଛ ବିଜୂଳିକୁ ଆକର୍ଷୀତ କରେ , ବିଜୁଳି ଚମକୁଥିବା ସମୟରେ ଗଛ ତଳେ ଠିଆ ହୁଅନ୍ତୁ ନାହିଁ, କେଉଁ ଘରେ ଆଶ୍ରୟ ନେବା ଉଚିତ୍ ହେବ, ଯାତ୍ରା ସମୟରେ ଆପଣ ବାହାନରେ ରୁହନ୍ତୁ, ମଜବୁତ୍ ଛାତ ବାଲା ବାହାନରେ ରୁହନ୍ତୁ, ଖୋଲା ଛାତ ବାଲା ବାହାନରୁ ଯାତ୍ରା କରନ୍ତୁ ନାହିଁ, ବାହାରରେ ଧାତୁରେ ତିଆରି ବସ୍ତୁକୁ ଉପଯୋଗ କରନ୍ତୁ ନାହିଂ, ବାଇକ୍ ,ବିଜୁଳି, କିମ୍ବା ଟେଲିଫୋନ୍ ଖମ୍ବର ତାର ବାଡ, ଓ ମେସିନ୍ ଆଦିରୁ ଦୁରେଇ ରୁହନ୍ତୁ, ପୋଖରୀ ଜଳାଶୟରୁ ଦୁରେଇ ରୁହନ୍ତୁ, ଯଦି ଆପଣ ପାଣିର ଭିତରେ ଅଛନ୍ତି କିମ୍ବା କେଉଁ ଡଙ୍ଗାରେ ଅଛନ୍ତି ଜଲଦି ବାହାରକୁ ଚାଲି ଆସନ୍ତୁ ।