July 24, 2024

Odia Express

Here, There and Everywhere

ଯେବେ ଇଣ୍ଟରଭ୍ୟୁ ଦେବାକୁ ଆସିଥିବା ଝିଅ ସହ କରି ବସିଲେ ପ୍ରେମ ସୁପରଷ୍ଟାର୍ Rajnikanth, କିଛି ଏମିତି କଲେ ନିଜ ପ୍ରେମର ନିବେଦନ

ଯେପରି କ୍ରିକେଟ୍ ଜଗତରେ ସଚିନ୍ ତେନ୍ଦୁଲକରଙ୍କୁ ମାଷ୍ଟର ବ୍ଲାଷ୍ଟର୍ ନାଁରେ ଜଣାଯାଏ , ସେମିତି ସାଉଥ୍ ସୁପରଷ୍ଟାର୍ ରଜନୀକାନ୍ତଙ୍କୁ ତାଙ୍କ ଫ୍ୟାନ୍ସ ଭଗବାନ ଭାବେ ପୁଜନ୍ତି, ଏତିକି ନୁହେଁ ବହୁତ ସାରା ଫ୍ୟାନ୍ସ ରଜନୀକାନ୍ତଙ୍କ ଫଟୋକୁ ନିଜ ଘରେ ପୁଜା କରନ୍ତି, କହିଦେବୁ କି ରଜନୀକାନ୍ତଙ୍କ ଜନ୍ମ ୧୨ ଡିସେମ୍ବର ୧୯୫୦ ମସିହାରେ ଏକ ଗରିବ ପରିବାରରେ ହୋଇଥିଲା, କିନ୍ତୁ ଆଜି ତାଙ୍କ ପାଖରେ ବହୁତ ସାରା ପଇସା ଓ ଧନ ଦୌଲତ ଅଛି, ସେ ନିଜ ପରିଶ୍ରମ ବଳରେ ନିଜ ସଫଳତାକୁ ଅଲଗା ଶିଖରରେ ପହଞ୍ଚାଇବାରେ ସଫଳତା ପାଇଛନ୍ତି, କହିଦେବୁ କି ରଜନୀକାନ୍ତ ନିଜ ସୁପରହିଟ୍ ଅଭିନୟ ବଳରେ ଲକ୍ଷାଧିକ ଲୋକଙ୍କ ହୃଦୟ ଜିତିଛନ୍ତି, ସବୁ ଫ୍ୟାନ୍ସ ତାଙ୍କ ଫିଲ୍ମ ଦେଖିବାକୁ ସିନେମାଘରେ ବହୁ ପ୍ରତିକ୍ଷାରେ ରୁହନ୍ତି, କିନ୍ତୁ ଗୋଟେ ସମୟ ଥିଲା ଯେବେ ରଜନୀ କାନ୍ତଙ୍କ ଷ୍ଟ୍ରଗଲ୍ ଦିନ ଚାଲୁଥିଲା,  କିନ୍ତୁ ଆଜି ଆମେ ଆପଣଙ୍କୁଏହି ପୋଷ୍ଟ ଜରିଆରେ ତାଙ୍କ ଲଭ୍ ଲାଇଫ୍ ବିଷୟରେ ସୁଚନା ଦେବୁ, ଯାହା ବହୁତ କମ୍ ଲୋକଙ୍କୁ ଜଣାଥିବ ।

ସେମିତି ଏହି କଥା ବହୁତ କମ୍ ଲୋକ ଜାଣିଥିବେ କି ସାଊଥ୍ ରେ ରଜନୀକାନ୍ତ ଏକ ମନ୍ଦିର ବନାଯାଈଛି, ଯେଉଁଠି ସେଠାରେ ଲୋକେ ତାଙ୍କୁ ଭଗବାନଙ୍କ ପରି ପୁଜନ୍ତି, କଣ ଆପଣ ମାନେ ଗୋଟେ କଥା ଜାଣିଛନ୍ତି କି ରଜନୀକାନ୍ତ ଏବେ କିଛି କାମ କରୁନାହାନ୍ତି ଯେବେ ପର୍ଯ୍ୟନ୍ତ ସେ ନିଜ ସ୍ତ୍ରିଙ୍କ ଉପଦେଶ ନିଅନ୍ତି ନାହିଁ, ଶୁଣିବାକୁ ଆସେ କି ଅଭିନେତା ଓ ତାଙ୍କ ସ୍ତ୍ରୀଙ୍କ୍ ପ୍ରଥମ ଦେଖାରୁ ପ୍ରେମ ହୋଇଛି, ରଜନୀକାନ୍ତ ଙ୍କୁ ଲତାଙ୍କ ସହ ପ୍ରଥମ ଦେଖାରେ ପ୍ରେମ ହୋଇଯାଇଥିଲା ଯାହାପରେ ସେ ୨୬ ଫେବୃୟାରି ୧୯୮୧କୁ ତିରୁପତି ମନ୍ଦିରରେ ବିବାହକରିନେଲେ ।

ଯଦି ରଜନୀକାନ୍ତଙ୍କ ଲଭ୍ ଷ୍ଟୋରୀବିଷୟରେ କହିବା ତେବେ ରଜନୀକାନ୍ତ୍ ଅଭିନୟର୍ ଦୁନିଆଁରେ ନିଜ ପରିଚୟ ବନାଇଥିଲେ, କିନ୍ତୁ ତେବେ ସେ ଫିଲ୍ମ ମିଲୁଁର ସୁଟିଙ୍ଗ୍ କରୁଥିଲେ, ତେବେ ଲତା ରଙ୍ଗଚାରୀ ଏକ ମ୍ୟାଗାଜିନ୍ ପାଇଁ ତାଙ୍କ ଇଣ୍ଟରଭ୍ୟୁ ନେବାପାଇଁ ଆସିଲେ, ରଜନୀକାନ୍ତ ପ୍ରଥମ ନଜରରେ ଦେଖିକରି ଭଲ ପାଇବସିଲେ, ଏହାପରେ ଧୀରେ ଧୀରେ ଏହି ଦୁହେଁଙ୍କ ସାକ୍ଷାତ ହେବାକୁ ଲାଗିଲା, ଓ ଏହି ଦୁହେଁ ଜଣେ ଅନ୍ୟଙ୍କୁ ଭଲ ପାଇବାକୁ ଲାଗିଲେ

ଯାହାପରେ ଏହି ଦୁହେଁ ବିବାହ ବନ୍ଧନରେ ଆବଦ୍ଧ ହୋଇଗଲେ, ଏହି ବାହାଘରରୁ ତାଙ୍କର ଦୁଇଟୀ ଝିଅ ଅଛନ୍ତି ଯେଉଁଠି ସେନ୍ ତାଙ୍କ ପ୍ରଥମ ଝିଅର ନାଁ ଐଶ୍ୱର୍ଯ୍ୟା ଓ ଦ୍ୱିତୀୟ ଝିଅର ନାଁ ସୌନ୍ଦର୍ଯ୍ୟା ଅଟେ । ଯେବେ ଲତା ରଜନୀକାନ୍ତଙ୍କ ଇଣ୍ଟରଭ୍ୟୁ ନେବାକୁ ଆସିଥିଲେ ତେବେ ଇଣ୍ଟରଭ୍ୟୁ ସମୟରେ ଭଲ କଥାବାର୍ତ୍ତା ହେଲା, ଓ ଦୁହେଁ ବାଙ୍ଗାଲୋର୍ ସହରରେ ରହୁଥିଲେ, ଏହାର କାରଣରୁ ଦୁହେଁଙ୍କ ସାକ୍ଷାତହେବା ଆରମ୍ଭ ହୋଇଗଲା

ଇଣ୍ଟରଭ୍ୟୁ ଶେଷ ହେବାପରେ ରଜନୀକାନ୍ତ ଲତାଜୀଙ୍କୁ ପ୍ରପୋଜ୍ କରିଦେଲେ, ସୁଚନାପାଇଁ କହିଦେବୁ କି ଲତା ରଜନୀକାନ୍ତଙ୍କ ପ୍ରପୋଜ୍ ଶୁଣିବା ମାତ୍ରେ ଚକିତ ହୋଇଗଲେ କିନ୍ତୁ ସେ କହିଲେ ସେ ପ୍ରଥମେ ତାଙ୍କ ମା ବାପାଙ୍କ ସହ କଥାବାର୍ତ୍ତା କରନ୍ତୁ, ଶୁଣିବାକୁ ଆସେ କି ରଜନୀକାନ୍ତ ଓ ଲତା ଜଣେ ଅନ୍ୟଙ୍କୁ କେବଳ ଫୋନ୍ ଜରିଆରେ ଯୋଗାଯୋଗ କରୁଥିଲେ, ଦୁହେଁଙ୍କ ସାକ୍ଷାତ ତାଙ୍କ ବିବାହ ସମୟରେ ହୋଇଥିଲା ।

ସାଉଥ୍ ଓ ତେଲୁଗୁ ଫିଲ୍ମରେ ସୁପରଷ୍ଟାର୍ ହେବାପରେ ଅଭିନେତା ଫିଲ୍ମ ଅନ୍ଧା କାନୁନ୍ ଜରିଆରେ ହିନ୍ଦୀ ଫିଲ୍ମ ଜଗତରେ ଏଣ୍ଟ୍ରି ନେଇଥିଲେ, ଏହି ଫିଲ୍ମରେ ରଜନିକାନ୍ତଙ୍କ ସହ ଅମିତାଭ ବଚ୍ଚନ ମୁଖ୍ୟ ଭୁମିକାରେ ନଜର ଆସିଥିଲେ, ସେମିତି ଅମିତାଭ ବଚ୍ଚନଙ୍କ ସହ୍ ଅଭିନେତା ସୁପରହିଟ୍ ଫିଲ୍ମ ହମ୍ ରେ ବି ଦମଦାର୍ ଭୁମିକା ନିଭାଇଥିଲେ ।

Leave a Reply

Your email address will not be published. Required fields are marked *