December 11, 2024

Odia Express

Leading Odia News Portal of Odisha

ହାତି କିପରି ହୋଇଥାଏ ? ୬ ଟି ଅନ୍ଧଙ୍କ ମଧ୍ୟରେ ହେଲା Argument, କିଏ କହିଲା ଖମ୍ବ ପରି ତ କିଏ କହିଲା ରସି ପରି, ତାପରେ…

କହନ୍ତି କି ଏକ ବୁଦ୍ଧିମାନ୍ ବ୍ୟକ୍ତି ସିଏ ହୋଇଥାଏ ଯିଏ ସବୁ କଥାକୁ ଶାନ୍ତିରେ ପୁରା ଶୁଣିଥାଏ, ସେ ଅନ୍ୟଙ୍କ କଥା , ଅନୁଭବ, ଓ ବିଚାରକୁ ସମ୍ମାନ କରିଥାଏ, ଅଧା ଅଧୁରା କଥାକୁ ଶୁଣିକରି ଯୁକ୍ତି କରିବା ଓ ବିନା ରିସର୍ଚ୍ଚରେ ଫଳାଫଳ କରିନେବା ମୁର୍ଖ ଲୋକଙ୍କ ପରିଚୟ ହୋଇଥାଏ, ଏହି କଥାକୁ ଆମେ ଏକ ପ୍ରେରଣାଦାୟୀ କାହାଣୀ ମାଧ୍ୟମରେ ବୁଝାଇବାକୁ ଯାଊଛୁ ।ଦିନେ ଏକ ଗାଁରେ ୬ ଜଣ ଅନ୍ଧ ଲୋକ ରହୁଥିଲେ, ସମସ୍ତେ ପରସ୍ପର ମଧ୍ୟରେ ଖୁସିରେ ରହୁଥିଲେ, ଦିନେ ଗାଁରେ ଗୋଟେ ହାତୀ ଆସିଲା, ଯେବେ ଏହାର ସୁଚନା ଲାଗିଲା ଅନ୍ଧଙ୍କୁ ତେବେ ସେ ହାତିକୁ ଦେଖିବା ଓ କହିବାକୁ ଅନୁଭବ କରିବାକୁ ଚାଲିଗଲେ

ସେ ଭାବିଲେ କି ହାତୀ ଦେଖିନପାରିଲେ କିନ୍ତୁ କେମିତି ହୋଇଥାଏ ତାକୁ ଛୁଇଁକରି ଅନ୍ଧାଜା ଲଗାଇପାରିବେ ।ସବୁ ଅନ୍ଧମାନେ ଥରେ ଥରେ କରି ହାତୀକୁ ଛୁଇଁବାକୁ ଆରମ୍ବ କରିଦେଲେ, ପ୍ରଥମ ଅନ୍ଧ ହାତୀକୁ ଛୁଇଁକରି କହିଲା ହାତୀ ଏକ ଖମ୍ବ ପରି ହୋଇଥାଏ, ମୁଁ ବୁଝିପାରିଲି ସେ ହାତିର ପାଦ ଛୁଇଁଥିଲା, ତେବେ ଦ୍ୱିତୀୟ ଅନ୍ଧ ଲାଞ୍ଜ ଛୁଇଁକରି କହିଲା ନା ସାଙ୍ଗ ସେ ରସିପରି ହୋଇଥାଏ

ଏହିପରି ତୃତୀୟ ଅନ୍ଧ କହିଲା ହାତୀ ଗଛର ଡାଲ ପରି ହୋଇଥାଏ ।ଏବେ ଚତୁର୍ଥ ଅନ୍ଧ ହାତୀର କାନକୁ ଛୁଇଁଲା, ଓ କହିଲା ହାତୀ ଏକ ବଡ ସୁପେ ପରି ହୋଇଥାଏ, ତେବେ ସେମିତି ପଞ୍ଚମ ଅନ୍ଧ ହାତୀର ପେଟରେ ହାତ ରଖି କହିଲା ହାତୀ ଏକ ଦ୍ୱାର ପରି ହୋଇଥାଏ, ଏହାପରେ ଷଷ୍ଠ ଅନ୍ଧ କହିଲା ତୁମେ ସବୁ ଭୁଲ୍ କହୁଛ, ହାତୀ କଠୋର ନଳି ପରି ହୋଇଥାଏ

ସବୁ ଅନ୍ଧଙ୍କ ଅଲଗା ଅଲଗା ମତ ଥିଲା, ସମସ୍ତେ ନିଜ କଥାରେ ରହିଲେ, ଓ ଦ୍ୱିତୀୟ ଲୋକର କଥା ଶୁଣିଲେ ନାହିଁ, ଜଲଦି ଅନ୍ଧଙ୍କ ମଧ୍ୟରେ ଯୁକ୍ତିତର୍କ ହେଲା, ଏହି ସମୟରେ ସେଠାରେ ଏକ ବୁଦ୍ଧିମାନ ଲୋକ ଯାଉଥିଲା, ଅନ୍ଧଙ୍କ ଯୁକ୍ତି ଶୁଣିକରି ସେ ପାଖକୁ ଗଲା ଓ ପୁରା ମାମଲା ଜାଣିଲା, ଅନ୍ଧମାନେ କହିଲେ କି ଆମେ ସମସ୍ତେ ଗୋଟେ ମତରେ ନାହୁଁ କିନ୍ତୁ ଆମେ ଜାଣିନୁ ହାତୀ କିପରି ଦେଖାଯାଏ

ତାପରେ ବୁଦ୍ଧିମାନ ଲୋକ ସମସ୍ତଙ୍କ କଥା ଶାନ୍ତିରେ ଶୁଣିଲା, ଓ କହିଲା ତୁମେ ସବୁ ନିଜ ନିଜ ସ୍ଥାନରେ ଠିକ୍ ଅଛ, ଖାଲି ତୁମର ଅନୁଭବ ବାକିଙ୍କ ଅପେକ୍ଷା ଟିକେ ଅଲଗା< ଏହାର କାରଣରୁ ତୁମେ ହାତିକୁ ଅଲଗା ଅଲଗା ଭାଗରୁ ଛୁଇଁକରି ଅଲଗା ଅଲଗା ଜିନିଷ ଅନୁଭବ କରିଛ ।ବୁଦ୍ଧିମାନ ଲୋକ ଅନ୍ଧଙ୍କୁ ବୁଝାଇଲା

କି ଯଦି ତୁମେ ସମସ୍ତେ ଯାହା ଯାହା ଅନୁଭବ କରିଛ ତାହାର ଆଗକୁ କିଛି ଦେଖିଥାନ୍ତ ତେବେ ବିଚାର ଗୋଟେ ହୋଇଯାଇଥାନ୍ତା, ବିନା ଜିନିଷକୁ ପୁରା ଭାବେ ଯାଞ୍ଚ କରି ତାର୍ ଉପରେ ରାୟ ନେବା ଭୁଲ୍ ହୋଇଥାଏ, ବୁଦ୍ଧିମାନ ବ୍ୟକ୍ତିର କଥାଅନ୍ଧମାନେ ବୁଝିପାରିଲେ, ଓ ତାଙ୍କ ଝଗଡା ଶାନ୍ତ ହୋଇଗଲା, ଏହି କାହାଣୀରୁ ଆମେ ଏହା ଶିକ୍ଷାପାଇଲେ କି ଏହା ଜରୁରୀ ନୁହେଁ କି ତୁମେ ସବୁବେଳେ ସଠିକ୍ ହୋଇଥିବ, ପୁର୍ବରୁ ଅନ୍ୟଙ୍କ କଥାକୁ ଧ୍ୟାନ ଦେଇକରି ଶୁଣ, ତାପରେ ରିସର୍ଚ୍ଚ କର, ତାପରେ ନିଜ ରାୟକୁ ସମସ୍ତଙ୍କ ସାମ୍ନାରେ ଉପସ୍ଥାପନା କର ।

Leave a Reply

Your email address will not be published. Required fields are marked *