October 23, 2024

Odia Express

Leading Odia News Portal of Odisha

୧୬ ମାର୍ଚ୍ଚ ୨୦୧୩ ଗୁରୁବାର ଆଜିର ରାଶିଫଳ,ଆଜି ଦିନ ଟି କିପରି ରହିବ ଆପଣଙ୍କ ପାଇଁ…

ମେଷ ରାଶି:- ବାରମ୍ବାର ଦେହ ଖରାପ ହେଉ ଥିବାର ଅନୁଭବ କରି ପାରନ୍ତି। କାମ ଯଥା ସମୟରେ ନ ହେବା କାରଣରୁ ମନ ବିରକ୍ତ ରହିବ।ଆପଣଙ୍କ ସଞ୍ଚିତ ଧନ ଆଜି ଆପଣଙ୍କର ବହୁତ କାମରେ ଆସିବ।ନିଜ ଠାରୁ କମ ବୟସର ଲୋକଙ୍କ ସହିତ ଧର୍ଯ୍ୟ ଧରି କାର୍ଯ୍ୟ କରିବା ଆବଶ୍ୟକ।

ବୃଷ ରାଶି:- ଆପଣ ନିଜକୁ ସୁସ୍ଥ ରଖିବା ପାଇଁ ପୃଷ୍ଟିକର ଖାଦ୍ୟ ଖାଇବା ଆବଶ୍ୟକ। ଆପଣଙ୍କ ପିଲା ଆପଣଙ୍କ ଆଶା ପୂର୍ଣ୍ଣ କରିବ।

ମିଥୁନ ରାଶି:- ଆଜି ଆପଣ ଏପରି କିଛି ଲୋକଙ୍କୁ ଭେଟିବେ ଯିଏ ଆପଣଙ୍କ ଆର୍ଥିକ ଅବସ୍ଥା ସ୍ୱଚ୍ଛଳ କରିବାର ଉପାୟ କହିବେ। ଆଜି କାର୍ଯ୍ୟ ସ୍ଥଳରେ କେହି ଆପଣଙ୍କ କାର୍ଯ୍ୟ ନଷ୍ଟ କରିବା ପାଇଁ ଚେଷ୍ଟା କରି ପାରନ୍ତି।

କର୍କଟ ରାଶି:- ବନ୍ଧୁ ବାନ୍ଧବ ମାନଙ୍କ ପାଇଁ ଖର୍ଚ୍ଚାନ୍ତ ହୋଇ ପାରନ୍ତି।ନିରାଶବାଦୀ ଚିନ୍ତା ଧାରା ଠାରୁ ଦୂରେଇ ରୁହନ୍ତୁ। ଆଜି ଆପଣଙ୍କ ପରିବାର ଲୋକ ଛୋଟ କଥାକୁ ନେଇ ବିବାଦ ସୃଷ୍ଟି କରି ପାରନ୍ତି।

ସିଂହ ରାଶି:- ଆନୁଷ୍ଠାନିକ କାର୍ଯ୍ୟରେ ନେତୃତ୍ୱ ଗ୍ରହଣ କରି ପ୍ରଶଂସିତ ହେବେ। ଆପଣ କୌଣସି ପୁରୁଣା ରୋଗ ଠାରୁ ମୁକ୍ତି ପାଇବେ।

କନ୍ୟା ରାଶି:- ବିବାଦରେ ମନସ୍ତାପ କରିବା ବ୍ୟତୀତ ଲାଭ କିଛି ହେବ ନାହିଁ। ଆୟ ଅପେକ୍ଷା ବ୍ୟୟ ଅଧିକ କରିବା ପାଇଁ ବାଧ୍ୟ ହେବେ। ଆଜି ଆପଣଙ୍କ ଯାତ୍ରା ଓ ଟଙ୍କା ଖର୍ଚ୍ଚ କରିବା ପାଇଁ ଅଧିକ ମନ ହେବ।ଆପଣ ନିହାତି ସଫଳ ହେବେ। ଅବସର ସମୟ ଆପଣ ଆଜି ଧାର୍ମିକ ଅନୁଷ୍ଠାନରେ ଅତିବାହିତ କରିବା ପାଇଁ ଚେଷ୍ଟା କରନ୍ତୁ।

ତୁଳା ରାଶି:- ଇଚ୍ଛା ନଥିଲେ ମଧ୍ୟ ଦୂର ସ୍ଥାନକୁ ଯିବା ପାଇଁ ବାଧ୍ୟ ହେବେ। ଆର୍ଥିକ ନଜରରେ ଆଜି ଆପଣଙ୍କୁ ମିଶ୍ରିତ ଫଳ ମିଳିବ।

ବିଛା ରାଶି:- ଆଶଙ୍କା କରୁଥିବା ଘଟଣା ହେବ ନାହିଁ। ଯଦି ଆପଣ ଅଧିକ ଚାପ ଅନୁଭବ କରୁଛନ୍ତି ତେବେ ପିଲାଙ୍କ ସହିତ ସମୟ ଅତିବାହିତ କରନ୍ତୁ। ଆପଣଙ୍କୁ ଅନେକ କ୍ଷେତ୍ରରେ ଧନ ଲାଭ ହୋଇ ପାରେ। ଆପଣଙ୍କୁ ଭବିଷ୍ୟତର ଚିନ୍ତା ଛାଡ଼ି ବର୍ତ୍ତମାନ ଉପରେ ଧ୍ୟାନ ଦେବା ଆବଶ୍ୟକ।

ଧନୁ ରାଶି:- ଆଜି ଅପରାହ୍ନରେ ଜଣେ ବନ୍ଧୁଙ୍କ ସହୟତା କାରଣରୁ କାର୍ଯ୍ୟରେ ସଫଳତା ପାଇବେ। ସ୍ୱାସ୍ଥ୍ୟର ଧ୍ୟାନ ରଖନ୍ତୁ ଆପଣଙ୍କ ସେବା କରିବା ଭାବ ଘର ଲୋକଙ୍କ ମନ ଖୁସିରେ ଭରି ଦେବ। ଆଜି କିଛି ନୂଆ କରିବା ପାଇଁ ଆପଣ ଚିନ୍ତା କରିବେ।

ମକର ରାଶି:- କିଛି ନ ବୁଝି ନ ଶୁଝି କିଛି ବିବାଦ ସମ୍ପର୍କରେ ମତ ଦେବା ସଠିକ ହେବ ନାହିଁ। ଅଧିକ ଖାଇବା ଓ ମଦ୍ୟ ପାନ କରିବା ଠାରୁ ଦୂରେଇ ରୁହନ୍ତୁ।

କୁମ୍ଭ ରାଶି:- ଅପରିଚିତ ଲୋକଙ୍କ କାରଣରୁ ବ୍ୟସ୍ତତା ବୃଦ୍ଧି ପାଇବ। ଅନ୍ୟର ସହଯୋଗ ବିନା ଆପଣ ଧନ ଅର୍ଜନ କରିବାରେ ସଫଳ ହେବେ।

ମୀନ ରାଶି:- କର୍ମ କ୍ଷେତ୍ରରେ ମିଳାମିଶା କାରଣରୁ ପାରିବାରିକ ସମସ୍ୟାର ସମାଧାନ ହେବ।ଯୋଜନା କାର୍ଯ୍ୟକାରୀ କରିବା ପାଇଁ ଚିନ୍ତା କରିବେ। ଏହି ରାଶିର ଲୋକ ମାନଙ୍କୁ ଆଜି ସେମାନଙ୍କ ସନ୍ତାନ ମାନଙ୍କ ପାଖରୁ ଧନ ପ୍ରାପ୍ତି ହେବ।ସ୍ପଷ୍ଟ ରୂପେ କଥା ହେବା କାରଣରୁ ବିବାଦ ସୃଷ୍ଟି ହୋଇ ପାରେ।

ତେବେ ଆପଣଙ୍କ ଯେଉଁବି ରାଶି ହେଉନ୍ତୁ ଆପଣ ସତ ପଥରେ ରୁହନ୍ତୁ, ନ୍ୟାୟରେ ରୁହନ୍ତୁ, ଭଗବାନଙ୍କ ନାମ ଜପ କରନ୍ତୁ, ଜୀବନରେ ସଫଳତା ପାଇବେ।

Leave a Reply

Your email address will not be published. Required fields are marked *