February 14, 2025

Odia Express

Leading Odia News Portal of Odisha

ଅଳିଆ ଗଦାରେ ୬ ମାସ ଯାଏଁ ପଡିରହିଥିଲା ଏହି ବ୍ୟକ୍ତି ,ସମସ୍ତେ ଭାବୁଥିଲେ ପାଗଳ ବୋଲି, କିନ୍ତୁ ସତ କଥା ଜାଣିବା ବେଳକୁ ସମସ୍ତେ ଆଶ୍ଚର୍ଯ୍ୟ ହେଇ ରହିଗଲେ..

ଗ୍ରେଟର୍ ନୋଏଡାର ଏକ ଅଳିଆ ଗଦାରେ ଜଣେ ବ୍ୟକ୍ତି ଗତ ଛଅ ମାସ ଯାଏଁ ପଡିଥିଲା , ଆଖପାଖ ଲୋକେ ତାକୁ ପାଗଳ ଭାବୁଥିଲେ । ଓ ଦେଖିକରି ଚାଲିଯାଉଥିଲେ , ଏମିତି ରାସ୍ତାରେ ଯାଉଥିବା ଜଣେ ବ୍ୟକ୍ତି ସେହି ରାସ୍ତାରେ ଯାଉଥିଲା । ସେ ଅନ୍ୟ ମାନଙ୍କ ପରି ସେଠାରୁ ଦେଖି ଚାଲିଯାଇନଥିଲା । ସେ ତା ପାଖରେ ଅଟକିଥିଲା । ଓ କିଛି ଘଣ୍ଟା ମଧ୍ୟରେ ତାର ପରିଜନଙ୍କ ପାଖରେ ପହଞ୍ଚାଇଦେଲା । ଯେଉଁ ବ୍ୟକ୍ତି ସେହି ଅଳିଆ ଗଦାରେ ପ୍ରାୟ ୬ ମାସ ଯାଏଁ ବସିଥିଲା ତାହାର ମାନସିକ ସନ୍ତୁଳନ ବିଗିଡିଥିଲା , ବାପାଙ୍କ ମୃତ୍ୟୁ ପରେ ତାଙ୍କର ମସ୍ତିଷ୍କ ହାଲତ୍ ଖରାପ ହୋଇଯାଇଥିଲା , ଓ ବିନା କାହାକୁ କହି ସେ ମେଡିକାଲ୍ ରୁ ଫେରାର୍ ହୋଇଯାଇଥିଲା , କିନ୍ତୁ ତାହାର ପରିଜନଙ୍କୁ ଖବର ମିଳିଲା କି ସେ ଗ୍ରେଟର୍ ନୋଏଡାରେ ମିଳିଛି , ଓ ସେ ତାକୁ ତୁରନ୍ତ ନେବାକୁ ପହଞ୍ଚିଲେ , ଓ ତାକୁ ମେଡିକାଲ୍ ରେ ଭର୍ତ୍ତି କରାଗଲା ।

 

କହିଦେବୁ କି ଗ୍ରେଟର୍ ନୋଏଡାର ସାଇଡ୍ -୪ ପାଖରେ ଥିବା ବେନିସ୍ ମଲ୍ ସାମନାରେ ଇଣ୍ତଷ୍ଟ୍ରିଆଲ୍ ଏରିଆ ଅଛି , ଏଠାରେ ସେକ୍ଟର ଓ କମ୍ପାନୀରୁ ବାହାରୁଥିବା ଅଳିଆକୁ ପକାଯାଏ , ଏଠାରେ ଡେଲଟା-୧ ର ନିବାସୀ ସୁନୀଲ ନାଗର ଙ୍କୁ ବିକାଶ ଓରଫ୍ ପପୁ ଯାଦବ କହି ମିଳିଥିଲା ବିକାଶ ଓରଫ୍ ପପୁ ଯାଦବ ମୂଳରୁପରୁ ବିହାରର ବାସିନ୍ଦା ଅଟେ , ସୁନିଲ୍ କହିଲା କି ସେ ବହୁତ ଦିନ ଭୋକିଲା ଅଳିଆ ଗଦାରେ ବସିଥିଲା , ଯେବେ ସେ ପତ୍ତା କରିବାକୁ ଚେଷ୍ଟା କଲେ ତେବେ ବିକାଶ ଓରଫ୍ ପପୁ ଇଂଗ୍ରାଜୀରେ କିଛି ଶବ୍ଦ କହିଲେ , ବହୁତସମୟ ପପୁଙ୍କ ସହ କଥାବାର୍ତ୍ତାରେ ସେ ଏକ ଫୋନ୍ ନମ୍ବର କହିଲେ , ସୁନିଲଙ୍କ ଅନୁସାରେ ସେ କିଛି ଖାସ୍ କହିପାରୁନଥିଲେ , ପପୁଙ୍କ ଦ୍ୱାରା ଦିଆଯାଇଥିବା ମୋବାଇଲ୍ ନମ୍ବରରୁ ଯେବେ ସୁନିଲ୍ ଫୋନ୍ କଲେ ତେବେ ତାଙ୍କ ପିଉସୀଙ୍କ ନମ୍ବର ବୋଲି ଜଣା ପଡିଲା , ଯାହାପରେ ମାମଲାର ପୁରା ସୁଚନା ପିଉସୀଙ୍କୁ ଦିଆଗଲା , ଓ ରାତିରେ ଭିଡିଓ କଲ୍ କରିବାପରେ ପପୁକୁ ଦେଖି ପିଉସୀ କାନ୍ଦି ପକାଇଲେ ।

 

ପପୁଙ୍କ ପିଉସୀ କହିଲେ କି ସୁନୀଲଙ୍କ ବାପା ମା ଏହି ଦୁନିଆଁରେ ନାହାନ୍ତି , ମା ବାପାଙ୍କ ମରିଯିବାପରେ ସେ ଏହି ଦୁଃଖକୁ ସହ୍ୟ କରିପାରିନଥିଲା , ଓ ମାନସିକ ସନ୍ତୁଳନ ହରାଇ ବସିଲା , ପପୁର ଚିକିତ୍ସା ଏବେ କରାଯାଉଥିଲା , କିନ୍ତୁ ମେଡିକାଲ୍ କୁ ଆସି ସେ କୁଆଡେ ଅନ୍ତର୍ଦ୍ଧାନ୍ତ ହୋଇଗଲା , ସେ ନୋଏଡାରେ କିପରି ପହଞ୍ଚିଲା ଏହା ଜଣାନାହିଁ , ସୁନିଲ୍ ୧୦୮ ନମ୍ବର କଲ୍ କରି ଆମ୍ବୁଲାନ୍ସ ଆସିବାକୁ କହିଥିଲା , କିନ୍ତୁ କେଉଁ ଆମ୍ବୁଲାନ୍ସ ଆସିଲା ନାହିଁ , ତାପରେ ସୁନିଲ୍ ପୋଲିସ୍ ଦ୍ୱାରା ତାଙ୍କୁ ସ୍ଥାନୀୟ ମେଡିକାଲ୍ ରେ ଭର୍ତ୍ତି କରାଇଥିଲେ । ଗତ ୬ ମାସ ହେଲା ଲୋକେ ପପୁକୁ ଦେଖିଚାଲିଯାଉଥିଲେ କିନ୍ତୁ କେହି ବି କିଛି କହୁନଥିଲେ , ଆଜି ସୁନିଲଙ୍କ ଏହି ଛୋଟ ପ୍ରୟାସ ଦ୍ୱାରା କିଛି ଘଣ୍ଟାରେ ପପୁ ନିଜ ପ୍ରିୟଜନଙ୍କ ପାଖରେ ପହଞ୍ଚିଗଲା । ସୁନିଲ୍ ଏହା ପୂର୍ବରୁ ପଞ୍ଜାବର ରହୁଥିବା ଅଂଗ୍ରେଜ ସିଂଙ୍କ ସହ ପରିଜନ ଦେଖା କରିସାରିଛନ୍ତି ।

Leave a Reply

Your email address will not be published. Required fields are marked *