October 24, 2024

Odia Express

Leading Odia News Portal of Odisha

ଗୋବରରେ ଘର ଲିପୁଥିଲେ ମା ସେହି ସମୟରେ ଖବର ଆସିଲା କି ଝିଅ IAS ହୋଇଯାଈଛି ତାପରେ କଣ ହେଲା ଜାଣିନିଅନ୍ତୁ …

୨୦୧୮ ମସିହା ସେ ଦିନ ବାକି ଦିନରୁ ପରି ସାମାନ୍ୟ ଥିଲା , ହରିୟାନାର ସୋନିପଥରେ ନିଜ ମା ଙ୍କ ଘରେ ୩୨ ବର୍ଷୀୟ ଅନୁ କୁମାରୀ ସବୁଦିନ ପରି ନିଜ କାମରେ ବ୍ୟସ୍ତ ଥିଲେ , ୪ ବର୍ଷର ପୁଅ ଖେଳୁଥିଲା , ଓ ଅନୁ ତାପଛରେ ଦୌଡୁଥିଲେ , ଅନୁଙ୍କ ମା ଗୋବରରେ ଲିପୁଥିଲେ ତେବେ ସେଠାରୁ ଖବର ଆସିଲା କି ଅନୁ ଆଇଏଏସ୍ ହୋଇଯାଇଛନ୍ତି ।ହଁ ଆଜ୍ଞା ଏହି କାହାଣି ୨୦୧୮ ରେ ଟପର୍ ହୋଇଥିବା ସେକେଣ୍ତ ଟପର୍ ଅନୁ କୁମାରୀଙ୍କର ଅଟେ , ଅନୁ ୟୁପିଏସ୍ ସି କ୍ଲିୟର୍ କରିବା ଏତେ ସହଜ ନଥିଲା । କିନ୍ତୁ ଅସମ୍ଭବ ବି ନଥିଲା । ଏହି ଝିଅଟି ଯେବେ ଆଇଇଏସ୍ ହେବାର ଭାବିନେଲେ ତ ପାଠ ପଢିବାର ତରିକା ବାଛିନେଲେ , ସବୁ ଚକିତ ହୋଇଗଲେ , ମନରେ କିଛି କରିବାର ଇଚ୍ଛା ଶକ୍ତି ହୋଇଥାଏ ଯଦି ତେବେ ସଫଳତା ନିଜ ପାଖକୁ ଚାଲିଆସେ , ତାକୁ କେହି ବି ଅଟକାଇପାରିବେ ନାହିଁ

 

ଏମିତି କିଛି ୟୁପିଏସ୍ ସି ୨୦୧୭ ରେ ସେକେଣ୍ତ ଟପର୍ ସୋନିପଥର ବିକାଶ ନଗରରେ ରହୁଥିବା ଅନୁକୁମାରୀ କରି ଦେଖାଇଥିଲେ , ଅନୁ ୟୁପିଏସ୍ ସି ହୋଇକରି ଦେଶସେବା କରିବାର ସ୍ୱପ୍ନ ଛୁଆବେଳରୁ ଦେଖିଥିଲେ , କିନ୍ତୁ ଏହି ସ୍ୱପ୍ନକୁ ପୁରା ହେବାକୁ ବେଳେ ତାଙ୍କ ବାହାଘର ହୋଇଗଲା ଓ ଛୁଆ ବି ହୋଇଗଲେ । ଏହାପରେ ଅନୁ ନିଜ ସାହାସ ହରାଇନଥିଲେ , ପରିବାର ଲୋକେ ସହଯୋଗ ଦେଲେ , ବାହାଘର ପରେ ଏହା ପୁରା କରିବାକୁ ସେ ପ୍ରୟାସ କଲେ , ଚାକିରି ଛାଡିଲେ , ଦେଢ ବର୍ଷର ପୁଅକୁ ନିଜ ମା ପାଖରେ ଛାଡିଲେ , ଓ ନିଜେ ମାଉସୀ ଘରେ ରହିକରି ପାଠ ପଢିଲେ , ପ୍ରାୟ ଦେଢ ବର୍ଷ ପାଇଁ ସେ ନିଜ ମମତା ଭୁଲି ଗଲେ , କିନ୍ତୁ ଯାହା କରିବାର ନିଷ୍ପତି ନେଇଥିଲେ , ତାହା ସ୍ୱପ୍ନ ସାକାର ହୋଇଗଲା ।

 

ଅନୁଙ୍କ ବାପା ବଲଜିତ୍ ସିଂ ମୁଳରୁପରେ ପାନିପଥର ଦିବାନା ଗାଁର ବାସିନ୍ଦା ଅଟନ୍ତି , କିନ୍ତୁ ସେ ବହୁତ ବର୍ଷ ପୂର୍ବରୁ ହସପିଟାଲ୍ ରେ ଏଚ୍ ଆର୍ ଚାକିରି କାରଣରୁ ସୋନିପଥ ବିକାଶ ନଗର ଆସିକରି ରହିଛନ୍ତି , ଅନୁ +୨ ଯାଏଁ ପାଠ ପଢି ସୋନିପଥ ସ୍କୁଲ୍ ରୁ କଲେ , ଅନୁ ଦିଲ୍ଲୀର ୟୁନିଭରସିଟିରୁ ହିନ୍ଦୁ କଲେଜରୁ ଫିଜିକ୍ସ ଅନର୍ସ ଷ୍ଟୁଡେଣ୍ଟ ରହିସାରିଛନ୍ତି ,

 

ଅନୁ ଆଇଏମ୍ ଟି ନାଗପୁରରୁ ଏମ୍ ବିଏ କରିଛନ୍ତି , ଅନୁ ଗତ ୯ ବର୍ଷରୁ ଗୁଡଗାଓଁର ଏକ ପ୍ରାଇଭେଟ୍ ଇନସ୍ୟୁରାନ୍ସ କମ୍ପାନୀରେ ଚାକିରି କରୁଥିଲେ,  କିନ୍ତୁ ପରୀକ୍ଷା ପ୍ରସ୍ତୁତି ପାଇଁ ଦୁଇ ବର୍ଷ ପୂର୍ବରୁ ସେ ଛାଡିଦେଇଥିଲେ , ଅନୁ କହନ୍ତି କି ପୁର୍ବରୁ ୟୁପିଏସ୍ ସି ପ୍ରୀ ଏକଜାମ୍ ଦେଇଥିଲେ , କିନ୍ତୁ ସେଥିରେ କେବଳ ପରୀକ୍ଷାର ତରିକା ଦେଖିଥିଲେ , ଏବେ ମୁଁ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇପାରିଲି ।

 

ଅନୁ କହନ୍ତି କି ଚାକିରି ଭଲ ଥିଲା , କିନ୍ତୁ ମୋତେ ଭିତରୁ ସନ୍ତୋଷଜନକ ଲାଗୁନଥିଲା , ମୁଁ ଲୋକଙ୍କ ପାଇଁ କିଛି କରିବାକୁ ଚାହୁଁଥିଲି , ଏଥିପାଇଁ ମୁଁ ୟୁପିଏସ୍ ସି କ୍ଲିଅର୍ କରିବାର ସ୍ୱପ୍ନ ଦେଖିଥିଲି , ମୁଁ କୌଣସି କୋଚିଙ୍ଗ୍ କ୍ଲାସ୍ ଯାଇନାହିଁ , ନିଜେ ପାଠ ପଢି ଏହି ସଫଳତା ହାସିଲ୍ କରିଛି , ଖାଲି ନିଜ ଲକ୍ଷ୍ୟକୁ ହାସିଲ୍ କରିବା ଛଡା ମୁଁ ଆଉ କିଛି ଭାବିବି ନଥିଲି ।

Leave a Reply

Your email address will not be published. Required fields are marked *