October 24, 2024

Odia Express

Leading Odia News Portal of Odisha

ନାଗାଲାଣ୍ଡର ଏହି ଭୟଙ୍କର ସତ୍ୟ ବିଷୟରେ ଆପଣ ଜାଣିନଥିବେ, ଜାଣିଲେ ନିଶ୍ଚୟ ଡରିଯିବେ ଆପଣ …

ନାଗାଲାଣ୍ଡ ଭାରତର ଭିତରେ ଏକ ଛୋଟ ଓ ସୁନ୍ଦର ରାଜ୍ୟ ଅଟେ ଯାହାର ରାଜଧାନୀ କୋହିମା ଅଟେ । ଏହାର ମୋଟ କ୍ଷେତ୍ରଫଳ ୧୬୫୭୮ବର୍ଗକିମି ଅଟେ । ଏହି ରାଜ୍ୟରେ ନାଗା ହିଲ୍ସ ମଧ୍ୟ ରହିଛି ଯାହାର ସବୁଠାରୁ ଉଚ୍ଚ ଶିଖର ସାରମତି ୧୨୬୦୦ଫୁଟ ଅଟେ । ନାଗାଲାଣ୍ଡର ଇତିହାସ ତଥା ଏହାର ଆଦିବାସୀ ସଂସ୍କୃତି ବିଶ୍ଵରେ ବିଖ୍ୟାତ ଅଟେ । ନାଗାଲାଣ୍ଡର ସୁନ୍ଦରତା, ନାଗାଲାଣ୍ଡର ଖାଦ୍ୟ, ପାଣିପାଗ, ପୋଷାକ ଓ ସଂସ୍କୃତି ପର୍ଯ୍ୟଟକ ମାନଙ୍କୁ ନିଜ ଆଡକୁ ଆକର୍ଷିତ କରେ ।ରାଜ୍ୟର ପ୍ରମୁଖ ଫସଲ ଧାନ, ମକ୍କା, ଗହମ ଓ ଡାଲି ଅଟେ । ରାଜ୍ୟର ପ୍ରମୁଖ ନଦୀ ହେଲେ ଧନସିରି, ଦୋୟଙ୍ଗ, ଦିଖୁ ଓ ଝାଞ୍ଝି ଅଟେ । ଏହି ରାଜ୍ୟର ରାଜକୀୟ ପଶୁ ମିଥୁନ ତଥା ରାଜକୀୟ ବୃକ୍ଷ ଅଲଦେର ଅଟେ । ନାଗାଲାଣ୍ଡର ଅଞ୍ଚଳ ଗୁଡିକ ପାହାଡିଆ, ଘନଜଙ୍ଗଲ ଓ ନଦୀର ଗଭୀର ଘାଟି ମାନଙ୍କ ଦ୍ଵାରା ବିଭକ୍ତ ଅଟେ । ନାଗାଲାଣ୍ଡ ଏକ ପାର୍ବତୀୟ ଅଞ୍ଚଳର ରାଜ୍ୟ ଯାହାର ଭାଗରେ ସମତଳ ଅଞ୍ଚଳ ବହୁତ କମ ରହିଛି । ପାର୍ବତୀୟ ରାଜ୍ୟ ହେବାକରଣରୁ ଏହାର ପ୍ରାକୃତିକ ସୌନ୍ଦର୍ଜ୍ୟ ମନୋହର ଅଟେ ।

 

ନାଗାଲାଣ୍ଡର ଜଳବାୟୁ ପାହାଡ ଓ ବନାଞ୍ଚଳ ହେବାକରଣରୁ ବହୁତ ସୁନ୍ଦର ଓ ସବୁଜିମା ଭରା ବାତାବରଣ ହୋଇଥାଏ । ଏଠାରେ ଅଧିକ ଗରମ ପଡେନାହିଁ । ଗ୍ରୀଷ୍ମରେ ନାଗାଲାଣ୍ଡର ତାପମାତ୍ରା ନିମ୍ନତମ ୧୬ଡିଗ୍ରୀ ଓ ଅଧିକତମ ୩୧ଡିଗ୍ରୀ ପର୍ଯ୍ୟନ୍ତ ହୋଇଥାଏ । ଶୀତଋତୁରେ ଏଠାକାର ତାପମାତ୍ରା ନିମ୍ନତମ ୪ଡିଗ୍ରୀ ତଥା ଅଧିକତମ ୨୪ଡିଗ୍ରୀ ପର୍ଯ୍ୟନ୍ତ ହୋଇଥାଏ । ମେ ମାସରେ ସେପ୍ଟେମ୍ବର ପର୍ଯ୍ୟନ୍ତ ଏଠାରେ ବର୍ଷାଋତୁ ହୋଇଥାଏ । ଏଠାରେ ବୃକ୍ଷ ଓ ପ୍ରାଣୀ ମାନଙ୍କର ଅନେକ ପ୍ରଜାତି ବାସକରନ୍ତି । ନାଗାଲାଣ୍ଡର ଜଳବାୟୁ ବର୍ଷା ଓ ସାଧାରଣତଃ ଆର୍ଦ୍ର ହୋଇଥାଏ । ଏଠାରେ ବାର୍ଷିକ ବୃଷ୍ଟିପାତ ହାରାହାରି ୧୮୦୦-୨୫୦୦ମିମି. ମାନେ ୭୦-୧୦୦ଇଞ୍ଚ ପର୍ଯ୍ୟନ୍ତ ହୋଇଥାଏ ।

 

ଏହାର ସୀମାର ପଶ୍ଚିମ ଓ ଉତ୍ତରରେ ଆସାମ, ପୂର୍ବରେ ମ୍ୟାନମାର ଯାହାର ପୂର୍ବ ନାମ ବର୍ମା ଥିଲା, ଉତ୍ତରରେ ଅରୁଣାଚଳପ୍ରଦେଶ ଓ ଦକ୍ଷିଣରେ ମଣିପୁର ଅବସ୍ଥିତ । ଆଜି ଯେଉଁ ଅଞ୍ଚଳ ନାଗାଲାଣ୍ଡର ଅଛି ତାହାର ଇତିହାସ ବିଷୟରେ ବହୁତ କମ ଲୋକ ଜାଣିଛନ୍ତି । ଏହାସହ ଦିମାପୁରରେ ବହୁତ ବଡ ବଳି ପଥରର ଖମ୍ଭ ଗୁଡିକର ଉତ୍ପତ୍ତି ବିଷୟରେ ଅଧିକ ସୂଚନା ନାହିଁ ।

 

ନାଗାଲାଣ୍ଡର ସଂସ୍କୃତି ନାଗାଲାଣ୍ଡର ଇତିହାସ ବର୍ମା ସହ ସାମଞ୍ଜସ୍ୟ ରଖେ । ନାଗାଲାଣ୍ଡ ବିଭିନ୍ନ ଜନଜାତି ମାନଙ୍କର ଭୂମି ଅଟେ । ପୁରାତନ ସମୟରେ ଏଠାକାର ଲୋକମାନେ ବହୁତ ବଡ ଯୋଦ୍ଧା ଥିଲେ। ଶତ୍ରୁ ମାନଙ୍କର ବେକ କାଟିବା ଏଠାକାର ପରମ୍ପରା ଥିଲା । ଏମାନଙ୍କ ବସ୍ତ୍ର ପଶୁମାନଙ୍କର ଛାଲ,ପର ଓ ବୃକ୍ଷଲତାର ପତ୍ର ଆଦି ମିଶେଇକି ନିର୍ମିତ ହେଉଥିଲା । ଯେଉଁଥିରେ ସେମାନେ ନିଜର ଗୁପ୍ତା ଅଙ୍ଗ ସବୁ ଢାଙ୍କୁଥିଲେ । ମୁଣ୍ଡରେ ପକ୍ଷୀ ମାନଙ୍କର ପର ଆଦିର ମୁକୁଟ ଲଗାଉଥିଲେ । ବାକି ଶରୀର ଖୋଲା ରହୁଥିଲା ।

 

ନାଗାଲାଣ୍ଡ ରାଜ୍ୟ ଭାରତର ପ୍ରମୁଖ ଆଦିବାସୀ ଅଞ୍ଚଳ ମଧ୍ୟରୁ ଏକ । ଏହା ନିଜର ଅଦ୍ଭୁତ ପାହାଡ , ସବୁଜ ଗାଲିଚା ବିଛା ଘାଟି, ବାହିଯଉଥିବା ଝରଣା, ଘନ ଜଙ୍ଗଲ ଓ ସମୃଦ୍ଧ ବନ୍ୟଜୀବନ ପର୍ଯ୍ୟଟକ ମାନଙ୍କୁ ଆକର୍ଷିତ କରେ । ନାଗା ସମାଜରେ ମହିଳା ମାନଙ୍କୁ ଅପେକ୍ଷାକୃତ ଉଚ୍ଚ ଓ ସମ୍ମାନଜନକ ସ୍ଥାନ ପ୍ରାପ୍ତ ହୋଇଥାଏ । ସେମାନେ କ୍ଷେତରେ ପୁରୁଷମାନଙ୍କ ଭଳି କାମ କରନ୍ତି ତଥା ଜନଜାତୀୟ ପରିଷଦରେ ମଧ୍ୟ ତାଙ୍କର ଭଲ ପ୍ରଭାବ ଥାଏ । ନଗ ଜୀବନର ଏକ କେନ୍ଦ୍ରୀୟ ବିଶେଷତ୍ଵ ପୂଣ୍ୟ ଭୋଜ ଅଟେ , ଯେଉଁଥିରେ କିଛି ପ୍ରଥା ପାଳନ ପରେ ମିଥୁନ (ଗୟଳ)କୁ ବଳି ଦିଆଯାଏ।

 

ନାଗାଲାଣ୍ଡରେ ଜନଜାତୀୟ ସଂଗଠନରେ କୋଲ୍ୟାକ ର ନିରଙ୍କୁଶ ଅଙ୍ଗ(ସରଦାର) ଓ ସେମା ୱ ଚାଙ୍ଗର ଅନୁବଂଶିକ ମୁଖ୍ୟଙ୍କୁ ନେଇ ଅଙ୍ଗାମୀ, ଆଓ, ଲ୍ହୋରା ଓ ରେଙ୍ଗାମାର ଲୋକତନ୍ତ୍ରିକ ସରଞ୍ଚନା ଭଳି ଭିନ୍ନତା ଦେଖାଯାଇଥାଏ । ପ୍ରତ୍ୟେକ ଜନଜାତିର ନିଜର ପର୍ବ ବା ଗୋନ୍ନା ରହିଛି ଓ ନାଗା ନୃତ୍ୟ , ସଙ୍ଗୀତ ଗୀତ ତଥା ଲୋକଗୀତରେ ଜୀବନର ଆନନ୍ଦଉଲ୍ଲାସର ଝଲକ ଦେଖିବାକୁ ମିଳେ ।

Leave a Reply

Your email address will not be published. Required fields are marked *