ମାଟି ଉପରେ ଦେଖାଗଲା ଏକ ଛୋଟ କଣା, ତା ଭିତରେ ଆଙ୍ଗୁଳି ପୁରେଇ ଦେଖିଲା ବେଳକୁ ଏଭଳି ଘଟିଲା ଯେ ସମସ୍ତେ ସମସ୍ତେ ଚକିତ ହେଇଗଲେ..

ଅନେକ ଥର ଆମେ ନିଜ ଆଖପାଖ ଏପରି ଜିନିଷ ଦେଖିଥାଉ ଯାହା ଦେଖିବାରେ ଅଦ୍ଭୁତ ହୋଇଥାଏ ଓ ଆମେ ସେମାନଙ୍କୁ ଲାଗିବା ବିନା ଯିବାକୁ ଦେଇନଥାଉ । ଏଭଳି କିଛି ଏକ ବ୍ୟକ୍ତି ନିଜ ଘର ପାଖରେ ଥିବା ଏକ ଛୋଟ ଗାତରେ ଆଙ୍ଗୁଳି ପୁରେଇ ଦେଲେ , ଏହି ଛୋଟ ଗାତ ସେହି ବ୍ୟକ୍ତିଙ୍କ ଘର ପାଖ ପଡିଆରେ ହୋଇଥିଲା । ଗାତ ଏତେ ଛୋଟ ଥିଲା ଯେ ସେଥିରେ ମାତ୍ର ଗୋଟିଏ ଆଙ୍ଗୁଳି ଯାଇପାରିବ । ଗାତ ଦେଖିବାରେ ଏତେ କୌତୁହଳଜନକ ଥିଲା ଯେ ଆପଣ କିମ୍ବା ମୁଁ କେହି ମଧ୍ୟ ତାସହ ନଲାଗି ରହିପାରିବେ ନାହିଁ ।ଆଉ କଣ ତାପରେ… ସେହି ବ୍ୟକ୍ତି ଜଣକ ଗାତରେ ଆଙ୍ଗୁଳି ପୁରେଇଲେ ଓ ଯାହା ହେଳା ତାହା ଦେଖିକରି ତାଙ୍କୁ ବହୁତ ପଶ୍ଚାତାପ ହେଲା।
ବ୍ୟକ୍ତି ଜଣକ ଆଙ୍ଗୁଳି ପୁରେଇବାରୁ ଗୋଟିଏ ବଡ ବୁଢିଆଣୀ ସେହି ଗାତ ଭିତରୁ ବାହାରିଲା , ଭାଗ୍ୟ ଭଲ ଯୁବକ ଜଣକ ଗାତ ଭିତରୁ ନିଜର ଆଙ୍ଗୁଳି କାଢି ଆଣିଲା ନହେଲେ ବୁଢିଆଣୀ କାମୁଡି ଦେଇଥାନ୍ତା । ତାପରେ ସେହି ବ୍ୟକ୍ତିଙ୍କର ମନ ନମାନିବାରୁ ସେ ଗୋଟିଏ ସରୁ ବାଡି ଆଣି ସେହି ଗାତରେ ପୁରେଇଲେ ଓ ତାପରେ ଗୋଟେ ଗୋଟେ କରି ବହୁତ ବୁଢିଆଣୀ ବାହାରି ଆସିଲେ । ଯୁବକ ଏହା ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ଓ ସେ ସେହି ଗାତର ଫଟୋ ସୋସିଆଲ ମିଡିଆରେ ସେୟାର କରିବା ସହ ନିଜର ସୂଚନା ଦେଲେ ।
ଯୁବକଙ୍କୁ ପଶ୍ଚାତାପ ହେଳା ଯେ ସେ ବାଡି ପୂରେଇବା ଉଚିତ ନଥିଲା କାରଣ ସେଥିରେ ବହୁତ ଗୁଡିଏ ବୁଢିଆଣୀ ଓ ସେମାନଙ୍କ ଛୁଆ ଲୁଚିକରି ଥିଲେ । ଆଶ୍ଚର୍ଯ୍ୟର କଥା ଏହା ଯେ ଯୁବକ ସେହି ସମୟର ଦୃଶ୍ୟ ଅନଲାଇନ ଭିଡିଓ କରି ଦେଖେଇଥିଲେ ଏହି ସମୟରେ କଉ ବୁଢିଆଣୀ କାମୁଡି ମଧ୍ୟ ପାରିଥାନ୍ତା । ଦୁନିଆରେ ଅନେକ ଏଭଳି ବିଷାକ୍ତ ବୁଢିଆଣୀ ଅଛନ୍ତି ଯାହାଙ୍କର ଦଂଶନ ଦ୍ଵାରା ବ୍ୟକ୍ତିର ମୃତ୍ୟୁ ମଧ୍ୟ ହୋଇପାରେ ।