July 4, 2025

Odia Express

Leading Odia News Portal of Odisha

ଯଦି ସ୍ଵାମୀ ପ୍ରତିଦିନ ସକାଳେ ନିଜର ସ୍ତ୍ରୀଙ୍କର କେବଳ ଏହି ଏକ କାର୍ଯ୍ୟ କରିଦିଅନ୍ତି ତେବେ ଜୀବନରେ ଖୁସିର ବସନ୍ତ ରହିଥାଏ, ଜାଣନ୍ତୁ କଣ ଅଟେ ସେହି କାର୍ଯ୍ୟ…

ବେଳେବେଳେ ବିବାହ ପରେ ସ୍ଵାମୀ ସ୍ତ୍ରୀ ମଧ୍ୟରେ ଏଭଳି ବହୁତ କଥା ଆସିଥାଏ ଯାହାକୁ ନେଇ ଦୁହିଁଙ୍କ ମଧ୍ୟରେ ବହୁତ ଲଢେଇ ଝଗଡା ହୋଇଥାଏ । ଆଜି ଆମେ ଆପଣଙ୍କୁ ଆପଣଙ୍କ ଦାମ୍ପତ୍ୟ ଜୀବନରେ ସୁଖଶାନ୍ତି ବନେଇ ରଖିବା ଓ ଜୀବନରେ ଖୁସିର ସମାଗମ କରିବା ପାଇଁ କିଛି ଏପରି କାମ ବିଷୟରେ କହିବାକୁ ଯାଉଛୁ ଯାହାକୁ ବିଶେଷ ରୂପେ କୌଣସି ସ୍ଵାମୀ ଯଦି ନିଜର ପତ୍ନୀ ଙ୍କ ପାଇଁ କରନ୍ତି ତେବେ ତାଙ୍କ ଜୀବନରେ କୌଣସି ପ୍ରକାର ଅସୁବିଧା ରହିବ ନାହିଁ । ତେବେ ଆସନ୍ତୁ ଆପଣଙ୍କୁ ଜଣେଇବୁ ଯେ ପତ୍ନୀଙ୍କର କଣ ସେହି କାର୍ଯ୍ୟ ଅଛି ଯାହାକୁ ପ୍ରତ୍ୟେକ ସ୍ବାମୀଙ୍କୁ ପ୍ରତିଦିନ କରିବା ଉଚିତ ।

ପ୍ରଥମ କାର୍ଯ୍ୟ : ଆପଣଙ୍କୁ ଜଣେଇଦେବୁ ଯେ ଏକ ସୁଖୀ ବୈବାହିକ ଜୀବନ ପାଇଁ ସବୁଦିନ ସକାଳେ ସ୍ତ୍ରୀଙ୍କ ସ୍ନାନ ପରେ ଯଦି ସ୍ଵାମୀ ସିନ୍ଦୁର ଦେଇ ତାଙ୍କର ସିନ୍ଥି ଭରନ୍ତି ତେବେ ଏହାଦ୍ୱାରାତାଙ୍କର ବୈବାହିକ ଜୀବନରେ ସର୍ବଦା ଖୁସି ବନିରହିଥାଏ ଓ କୌଣସି ପ୍ରକାର ପାଟିତୁଣ୍ଡ ତାଙ୍କ ମଧ୍ୟରେ ହୋଇନଥାଏ । ଜ୍ୟୋତିଷଶାସ୍ତ୍ର ଅନୁଯାୟୀ ଏଭଳି କରିବା ଦ୍ଵାରା ସ୍ଵାମୀ ସ୍ତ୍ରୀ ମଧ୍ୟରେ ପ୍ରେମ ରହିଥାଏ ଓ ତାଙ୍କ ଜୀବନରେ ଖୁସି ଭରିଯାଇଥାଏ ।

ଦ୍ଵିତୀୟ କାର୍ଯ୍ୟ: ଏଥିପାଇଁ ଜଣେ ସ୍ଵାମୀଙ୍କୁ କିଛି ପରିଶ୍ରମ କରିବା ଆବଶ୍ୟକ ଅଟେ। ଜଣେଇଦେବୁ କି ଯଦି ସ୍ଵାମୀ ପ୍ରତିଦିନ ସନ୍ଧ୍ୟା ସମୟରେ ନିଜ ପତ୍ନୀଙ୍କ ପାଇଁ ଉପହାର ରୂପେ ଏକ ଗଜରା ଓ ଏକ ଅତର ବୋତଲ ଉପହାର ଦିଅନ୍ତି ତ ଏହାଦ୍ୱାରା ପତ୍ନୀ ସବୁବେଳେ ଖୁସି ହୁଅନ୍ତି ଓ ଜୀବନରେ ଖୁସି ବନିରହିଥାଏ।

ତୃତୀୟ କାର୍ଯ୍ୟ: ଏବେ ଏକ ବିବାହିତ ଜୀବନରେ ଖୁସି ବନେଇ ରଖିବା ପାଇଁ ସବୁଠାରୁ ଅଧିକ ଜରୁରୀ ଅଟେ ଯେ ସ୍ଵାମୀ ସ୍ତ୍ରୀ ଦୁହେଁ ଏଥିରେ ସହଯୋଗ ଦେବେ ଓ ଏଥିପାଇଁ ସ୍ଵାମୀଙ୍କ ସହିତ ସ୍ତ୍ରୀଙ୍କୁ ମଧ୍ୟ କିଛି କରିବା ଉଚିତ । ହଁ ଆଜ୍ଞା ଜ୍ୟୋତିଷଶାସ୍ତ୍ରର କଥା ମାନିବା ତ ପ୍ରତିଦିନ ସକାଳେ ଘରୁ ବାହାରିବା ସମୟରେ ଯଦି ସ୍ତ୍ରୀ ସ୍ଵାମୀଙ୍କୁ ହଳଦିଆ ଟୀକା ଲଗେଇ ଦିଅନ୍ତି ତ ଏଥିରେ ତାଙ୍କର ଜୀବନରେ ସବୁବେଳେ ସାମଞ୍ଜସ୍ୟ ଓ ପ୍ରେମ ବନିରହିଥାଏ ।

ଚତୁର୍ଥ କାର୍ଯ୍ୟ: ନିଜର ବୈବାହିକ ଜୀବନରେ ଖୁସି ବନେଇ ରଖିବା ପାଇଁ ସ୍ଵାମୀ ସ୍ତ୍ରୀଙ୍କୁ ପ୍ରତିଦିନ ଶିବଲିଙ୍ଗଙ୍କର ପୂଜା କରିବା ଉଚିତ ଓ ଏହାସହ ପତ୍ନୀଙ୍କୁ ବିଶେଷରୂପେ ମାଆ ପାର୍ବତୀଙ୍କ ମୂର୍ତ୍ତି ରଖିବା ଉଚିତ ଓ ପ୍ରତିଦିନ ପୂଜା କରିବା ସମୟରେ ମାଆ ପାର୍ବତୀଙ୍କୁ ସିନ୍ଦୁର ଚଢେଇବା ଉଚିତ । ଏପରି କରିବା ଦ୍ଵାରା ମାନ୍ୟତା ଅଛି ଯେ ସ୍ଵାମୀଙ୍କର ଆୟୁଷ ଦୀର୍ଘ ହୋଇଥାଏ ଓ ପତ୍ନୀଙ୍କ ସୌଭାଗ୍ୟ ବନିରହେ ।

ପଞ୍ଚମ କାର୍ଯ୍ୟ: ଯେବେ ସ୍ଵାମୀ ସ୍ତ୍ରୀଙ୍କର କୌଣସି ମାଙ୍ଗଳିକ କାର୍ଯ୍ୟ ହୁଏ କିମ୍ବା ଦୁହେଁ ମାଙ୍ଗଳିକ ଅଟନ୍ତି ତ ସେମାନଙ୍କୁ ନିଜର ବୈବାହିକ ଜୀବନରେ ଅସୁବିଧା ଶେଷ କରିବା ପାଇଁ ପ୍ରତିଦିନ ଶିବଲିଙ୍ଗ ଉପରେ କୌଣସି ଲାଲ ଫୁଲ , ଲାଲ ମସୁରି ଡାଲି ଓ ଲାଲ ଗୋଲାପ ନିଶ୍ଚିତ ଚଢାନ୍ତୁ। ଏପରି କଲେ ସ୍ଵାମୀ ସ୍ତ୍ରୀଙ୍କ ଜୀବନରେ ଚାଲୁଥିବା ମଙ୍ଗଲ ଦୋଷର ପ୍ରଭାବ କମ ହୋଇଥାଏ ଓ ଜୀବନରେ ଖୁସି ବନିରହେ ।

ଷଷ୍ଠ କାର୍ଯ୍ୟ: ପତି ପତ୍ନୀ ନିଜର ଜୀବନକୁ ସୁଖୀ ବନେଇ ରଖିବା ପାଇଁ ଆଉ ଗୋଟିଏ କଥା ଉପରେ ବିଶେଷ ରୂପେ ଧ୍ୟାନ ଦିଅନ୍ତୁ ଓ ତାହା ହେଲା ସବୁବେଳେ ନିଜର ଶୟନକକ୍ଷକୁ ପରିଷ୍କାର ରଖନ୍ତୁ ଓ କୌଣସି ପ୍ରକାର ଅପରିଷ୍କାର ନିଜର କୋଠରିକୁ ଆସିବାକୁ ଦିଅନ୍ତୁ ନାହିଁ । ଏହାଛଡା ନିଜର ବେଡରୁମରେ ରାଧାକୃଷ୍ଣଙ୍କର ଫଟୋ ଲଗେଇବା ଦ୍ଵାରା ଜୀବନରେ ପ୍ରେମ ବନିରହେ ।

Leave a Reply

Your email address will not be published. Required fields are marked *