March 17, 2025

Odia Express

Leading Odia News Portal of Odisha

ଆଜିର ମଜାଦାର ପ୍ରଶ୍ନ ଓ ଉତ୍ତର – କାନ୍ଥରେ ଥାଏ ସେ ଛାତରେ ଥାଏ ,ପୋକ ମାଛି ଯେତେ ଗୋଡେଇ ଖାଏ , ଶୋଷ ଲାଗିଲେ ପିଏନି ପାଣି ,ମାଟି ଛୁଇଁ ଶୋଷ ଉଭେଇ ଯାଏ , କହିଲ ଦେଖି କିଏ ସେ ଇଏ?

ଆଜି ଆମେ ଆପଣ ମାନଙ୍କ ପାଇଁ ନେଇ ଆସିଛୁ କିଛି ପଦ୍ୟ ପ୍ରହେଳିକା। ଯାହା ଶିଶୁ ଏବଂ କିଶୋର କିଶୋରୀଙ୍କ ବୁଦ୍ଧିର ବିକାଶରେ ସହାୟକ ହେବ। ତେବେ ଆସନ୍ତୁ ଜାଣିବା।ତେବେ ଏଭଳି ପ୍ରଶ୍ନ ଆମର ପୂର୍ବ ପୁରୀଷ ମାନେ ଆମକୁ ଖୁବ ଚତୁରତାର ସହ ପଚାରିଥିଲେ |ତେବେ ଏହି ପ୍ରଶ୍ନ ର ଉତ୍ତର ସହଜ ହେଲେ ମଧ୍ୟ ଏହା ପାଇଁ ବୁଦ୍ଧି ଖଟେଇବା ପାଇଁ ପଡେ |ଯାହା ଆପଣଙ୍କ ପାଇଁ ଅତ୍ୟନ୍ତ କୌତୁହଳ ମଧ୍ୟ ସୃଷ୍ଟି କରେ |ତେବେ ଆଜି ଚାଲନ୍ତୁ ଏପରି ପାସନା ଦେଖିବା ଓ ଏହାର ଉତ୍ତର ଆପଣ ଜାଣିଥିଲେ ନିଶ୍ଚୟ କମେନ୍ଟ କରିବେ

୧. କାନ୍ଥରେ ଥାଏ ସେ ଛାତରେ ଥାଏ ,ପୋକ ମାଛି ଯେତେ ଗୋଡେଇ ଖାଏ , ଶୋଷ ଲାଗିଲେ ପିଏନି ପାଣି ,ମାଟି ଛୁଇଁ ଶୋଷ ଉଭେଇ ଯାଏ , କହିଲ ଦେଖି କିଏ ସେ ଇଏ?

ଉତ୍ତର:- ଝିଟିପିଟି।

୨.ପଶୁ ନୁହେଁକି ସେ ପକ୍ଷୀ ନୁହେଁ ଦିନରେ ଶୁଏ ସେ ରାତିରେ ଚିଏଁ ,କହିଲା ଭାବି କିଏ ସେ ସିଏ?

ଉତ୍ତର:- ଚେମିଣିଆଁ।

୩. ଏହି ପ୍ରଶ୍ନରେ ଶୂନ୍ୟସ୍ଥାନ ପୂରଣ କରିବାକୁ ହେବ।
ପ୍ରଶ୍ନ:- ଗୋଟିଏ ମାନଙ୍କ ବୁଝିଛି ଆଖି , ଗୋଟିଏ ମାଙ୍କଡ଼ ବୁଝିଛି କାନ ,ପାଟିରେ ହାତ ଦେଇ ଗୋଟିଏ ମାଙ୍କଡ଼ ଦେଉଛି ବାର୍ତ୍ତା କେବେ ସେ କହିବନି କାହାକୁ ପଦୁଟେ__।

ଉତ୍ତର:- ଖରାପ କଥା।

୪. କଟର କଟର କେଁ କେଁ ସାରୁ ବୁଦା ମୂଳେ ବସିଛି ଝିଣ୍ଟିକା ପୋକ ଦେଖିଲେ ସେ ଖପ କିନା ମାଡି ବସୁଛି।

ଉତ୍ତର:- ବେଙ୍ଗ ।

୫. ବୋଉର ସେ ଭାଇ ନୁହଁ , ତଥାପି ମାମୁଁ ଡାକୁ ,ଜଙ୍ଗଲରେ ରହେ ସିଏ , ନୁହେଁ ସେ ଚୋର ଡାକୁ।

ଉତ୍ତର:- ବାଘ ମାମୁଁ

୬. ଏମିତି କେଉଁ ଗଛଟି ଅଛି ଫଳ ତାର ଖାଉ,ପାଣି ତାର ପିଉ ,ପତ୍ରରେ ତା ଚଟ କରୁ ,ପତ୍ରରେ ତା ଛାଡୁ କରି ଘର ଝାଡୁଦଉ।

ଉତ୍ତର:- ତାଳ ଗଛ।

୭.କେଉଁ ଗଛ ମଣିଷ ପରି କାନ୍ଦେ?

ଉତ୍ତର:- ୟୁରେଲ ଗଛ।

୮.ଉପରକୁ ଯେତେ ମୋଟା ଗଣ୍ଡି , ଭିତରେ ତା ସେତେ ବଡ଼ ପୋଲ ଭାରି ସିଏ ଉପକାରୀ – ନାହିଁ ତାର ମୂଲ।

ଉତ୍ତର:-ବାଉଁଶ।

୯.ପିଠିରେ ଭରାଦେଇ ଶୋଉଥିବା ଏକମାତ୍ର ପ୍ରାଣୀ କିଏ?
ଉତ୍ତର:- ମଣିଷ।

୧୦. କେଉଁ ପ୍ରାଣୀ ୧ ବର୍ଷ ବଞ୍ଚେ?
ଉତ୍ତର:- ପିମ୍ପୁଡି।

୧୧. କେଉଁ କୋଇଲି ରାବେ ନାହିଁ?
ଉତ୍ତର:- ପାଣି କୋଇଲି।

୧୨. ଗୋଟିଏ କୁକୁରର ଆୟୁ ସୀମା କେତେ?
ଉତ୍ତର:- ୧୦ ବର୍ଷ।

୧୨. କେଉଁ ପ୍ରାଣୀ ୫୦୦ ବର୍ଷ ବଞ୍ଚେ?
ଉତ୍ତର:- ତିମି ମାଛ।

୧୩. କଞ୍ଚାଲଙ୍କାରେ କେଉଁ ଭିଟାମିନ ଥାଏ?
ଉତ୍ତର:- ଭିଟାମିନ-k

୧୪. କେଉଁ ମାଛର ମୁଣ୍ଡରେ ହୃତପିଣ୍ଡ ଥାଏ?
ଉତ୍ତର:- ଚିଙ୍ଗୁଡ଼ି।

୧୫.କେଉଁ ଦେଶର ଡାକ୍ତରମାନେ ଉଡ଼ାଜାହାଜରେ ଯାଇ ରୋଗୀଙ୍କୁ ଦେଖନ୍ତି?
ଉତ୍ତର:- ଅଷ୍ଟ୍ରେଲିଆ।

୧୬.କେଉଁ ପକ୍ଷୀ ୩୦ ହଜାର ଫୁଟ ଉପରେ ଉଡିପାରେ?
ଉତ୍ତର:- ଶାଗୁଣା।

୧୭.କେଉଁ ପ୍ରାଣୀର ଆଖିରେ ସବୁବେଳେ ଲୁହ ଝରେ?
ଉତ୍ତର:- କୁମ୍ଭୀର।

୧୮.କେଉଁମାନେ ବିଳେଇକୁ ପୂଜା କରନ୍ତି?
ଉତ୍ତର:-ମିଶର ଦେଶର ଲୋକମାନେ।

ତେବେ ଏହା ଥିଲା ଆଜି ପାଇଁ। ତେବେ ଏହାକୁ ସେୟାର କରି ସମସ୍ତଙ୍କୁ ଜଣାନ୍ତୁ।

Leave a Reply

Your email address will not be published. Required fields are marked *