ଓଡ଼ିଆ ଢଗ ଢମାଳି ପ୍ରଶ୍ନ – ସବୁଜ ହେଲେ ପତର ନୁହେଁ ନକଲ କରେ ମାଙ୍କଡ ନୁହେଁ, ଯାହା ଶିଖିବ ତାହା କହିବ ନାଆଁଟି ତାର କୁହ?ବାପାଙ୍କର ଭଉଣୀ ସିଏ ଜେଜେଙ୍କର ଝିଅ, ବୋଉର ସିଏ ନଣନ୍ଦ ହବ କିଏ ସିଏ କୁହ ? ଉତ୍ତର ଦେଖନ୍ତୁ ଏବେ..

ବନ୍ଧୁଗଣ ଓଡ଼ିଆ ଢଗ ଢମାଳି କୁ ଏତେ ସାରା ଭଲ ପାଇବା ଦେଇ ଥିବାରୁ ଅନେକ ଅନେକ ଧନ୍ୟବାଦ |ଆପଣ ଆମର ପୁରୁଣା ସମୟରୁ ଚାଲୁଥିବା ଢଗ ଢମାଳି ପ୍ରଶ୍ନ ଶୁଣିବା ଓ ଉତ୍ତର ଦେବାରେ ବେଶ ରୁଚି ରଖୁଥିବାରୁ ଧନ୍ୟବାଦ | ତେବେ ସବୁଦିନ ପରି ଆଜି ମଧ୍ୟ କିଛି ନୂଆ ଢଗ ଢମାଳି ପ୍ରଶ୍ନ ନେଇ ଆମେ ଆପଣଙ୍କ ପାଖକୁ ଆସିଛୁ |ଯାହାର ଉତ୍ତର ଖୁବ କୌତୁହଳ ସୃଷ୍ଟି କରିବା ଆପଣଙ୍କ ମନରେ ଓ ଆପଣ ଏହାର ଜବାବ ଜାଣିବା ପରେ ନିଶ୍ଚୟ ଦାନ୍ତ ଚିପି ହସିବାକୁ ଆରମ୍ଭ କରିବେ |ତେବେ ଚାଲନ୍ତୁ ଆରମ୍ଭ କରିବା ଆଜିର ଢଗ ଢମାଳି ପ୍ରଶ୍ନ ଓ ଉତ୍ତର
୧) ପ୍ରଶ୍ନ : ଖରା ଦେଖିକି ମୁଁ ଆସିଥାଏ ଛାଇ ଦେଖିକି ମୁଁ ଲୁଚି ଯାଏ, ପବନ ଛୁଇଁଲେ ମତେ ମୁଁ ଲାଜେ ଲାଜେ ମରିଯାଏ ?
ଉତ୍ତର : ଝାଳ
୨) ପ୍ରଶ୍ନ : ରାସ୍ତା ଅଛି ହେଲେ ଗାଡି ନାହିଁ ବଣ ଅଛି ହେଲେ ଗଛ ନାହିଁ, ଗାଁ ଅଛି ହେଲେ ମଣିଷ ନାହିଁ କହିଲା ଦେଖି ଏମିତି ଜାଗାଟେ କାଇଁ?
ଉତ୍ତର : ମାନଚିତ୍ର
୩) ପ୍ରଶ୍ନ : ବାଛୁରୀ ର ହକ୍ ମାରି ମହାଦେବ ପିଏ ମଣିଷ ପିଇଲେ ଭାରି ଶକ୍ତିଶାଳୀ ହୁଅ, କହିଲ ଭାବି କି ଦରବ ଇଏ ?
ଉତ୍ତର : କ୍ଷୀର ବ ଦୁଗ୍ଧ
୪) ପ୍ରଶ୍ନ : ତାଟିଆ ଭିତରେ ତାଟିଆ ଅଛି ତାଟିଆ ଭିତରେ ଅମୃତ, ମା ପେଟରେ ଝିଅଟି ଗୋରୀ କହ ଇଏ କି ଗଣିତ ?
ଉତ୍ତର : ନଡିଆ
୫) ପ୍ରଶ୍ନ : ନାଲି ଘୋଡାଟି ଯୁଆଡେ ଯାଏ କଳା ଘୋଡା ସବୁ ଡରି ପଳାଏ, କହିଲ ଦେଖି ଏ ନାଲି ଘୋଡାଟି କିଏ ?
ଉତ୍ତର : ନିଆଁ
୬) ପ୍ରଶ୍ନ : ମତେ କଟା ଯାଏ ମତେ ଛେଚା ଯାଏ, ମତେ ଭାରି ବାଧେ ହେଲେ ମତେ କାଟୁଥିବା ଲୋକ ଲୁହ ଝାରି କାନ୍ଦେ ?
ଉତ୍ତର : ପିଆଜ
୭)ପ୍ରଶ୍ନ : ଛୁଇଁ ହୁଏ ହେଲେ ଧରି ହୁଏନା ବୁଝି ହୁଏ ହେଲେ ଦେଖି ହୁଏନା, ସବୁଠି ଥାଏ ସେ ମାଟି ଠୁ ଆକାଶ ତା ବିନା ଜୀବନ ଜିଇ ହୁଏନା ?
ଉତ୍ତର : ପବନ
୮) ପ୍ରଶ୍ନ : ଦୁନିଆ ସାରା ବୁଲୁଛି ସିଏ ପାଦ ତା ଛୁଏନା ମାଟି, ଦିନରେ ଶୋଉଚି ରାତିରେ ଚେଉଁଛି ତା ବିନା ଅନ୍ଧକାର ରାତି ?
ଉତ୍ତର : ଜହ୍ନ
୯) ପ୍ରଶ୍ନ : ଦେହରେ ମୋର ପ୍ରଚୁର ବଳ ଜହ୍ନ ପରିକା ଗଢଣ ମୋର, ସମସ୍ତଙ୍କ ର ପ୍ରିୟ ମୋ ବିନା ତମ ଜୀବନ କଷ୍ଟ ନାଆଁଟି ମୋର କୁହ ?
ଉତ୍ତର : ରୁଟି
୧୦) ପ୍ରଶ୍ନ : ନାକରେ ଯଦି ଥରେ ମୁ ଚଢି ଯିବି, କାନ ଧରିକି ତତେ ମୁ ପଢେଇବି ?
ଉତ୍ତର : ଚଷମା
୧୧) ପ୍ରଶ୍ନ : ଯେତେ ଦବ ସେତେ ନେବି ଆଗରେ ପଡିଲେ କାଟି ଦେବୀ, ବାଟ ମୋର ଲୁହ ପାଦ ମୋର ଲୁହ ଯିଏ କହିବ ତା ପାଇଁ ଚକଲେଟ ଥୁଆ ?
ଉତ୍ତର : ରେଳଗାଡ଼ି
୧୨) ପ୍ରଶ୍ନ : ବାପାଙ୍କର ଭଉଣୀ ସିଏ ଜେଜେଙ୍କର ଝିଅ, ବୋଉର ସିଏ ନଣନ୍ଦ ହବ କିଏ ସିଏ କୁହ ?
ଉତ୍ତର : ପିଉସୀ ନାନୀ
୧୩) ପ୍ରଶ୍ନ : ସବୁଜ ହେଲେ ପତର ନୁହେଁ ନକଲ କରେ ମାଙ୍କଡ ନୁହେଁ, ଯାହା ଶିଖିବ ତାହା କହିବ ନାଆଁଟି ତାର କୁହ?
ଉତ୍ତର : ଶୁଆ
୧୪) ପ୍ରଶ୍ନ : ସବୁଜ ବେଣ୍ଟ କୁ ନାଳିଆ ଛୁରୀ କଷ୍ଟ ଦିଏ ସିଏ ଜହର ପରି, ପାଣି ପାଣି ବୋଲି ଚିଲାଏ ମଣିଷ ସତେକି ଜିବନ ଯାଏ ବାହାରି ?
ଉତ୍ତର : ନାଲି ଲଙ୍କା
୧୫) ପ୍ରଶ୍ନ : ବାହାରେ ସବୁଜ ଭିତରେ ଲାଲ ଲତାରେ ଫଳେ ସେ ଫଳଟି ଗୋଲ , କଟା ହେଲେ ହୁଏ ଖାଇ ଖରା ଦିନେ ସିଏ ଯାହାକୁ ଯେତେ ଲୋ ଶୀତ ଦିନେ ଦିଶେ ନାହିଁ?
ଉତ୍ତର : ତରଭୁଜ