ଜଣେ ସାଧାରଣ ଲୋକ ଓ ଜଣେ ବୁଦ୍ଧିମାନ ଲୋକ ମଧ୍ୟରେ କଣ ଭିନ୍ନତା ଅଛି – ଆପଣ ସାଧାରଣ ନା ବୁଦ୍ଧିମାନ ଲୋକ ଏବେ ଜାଣିରଖନ୍ତୁ…

ସାଙ୍ଗ ମାନେ ଆପଣ ସମସ୍ତଙ୍କୁ ସ୍ୱାଗତ।ସବୁଥର ଭଳି ଆଜି ଆମେ ଆପଣ ମାନଙ୍କ ପାଇଁ ଏକ ଲେଖା ନେଇକି ଆସିଛୁ ଏହାକୁ ଭଲସେ ପଢନ୍ତୁ।ସାଙ୍ଗମାନେ ଆପଣ ସମସ୍ତେ ଜାଣିଥିବେ ଆମର ମସ୍ତିଷ୍କ ଆମ ଶରୀରର ଏକ ମୁଖ୍ୟ ଅଙ୍ଗ ଅଟେ। ଏହା ଆମ ଶରୀରକୁ ସମସ୍ତ କାମ କରିବାକୁ ନିର୍ଦେଶ ଦେଇଥାଏ।ଏହା ସୁନିଶ୍ଚିନ୍ତ କରିଥାଏ କି ଆମେ ବଞ୍ଚିଛୁ ଓ ଆମ କାମ କରୁଛୁ। ମସ୍ତିଷ୍କ ଆମ ଶରୀରର ଦେଖିବା, ଶୁଙ୍ଘିବା, ସ୍ୱାଦ ବାରିବା ଆଦିକୁ ନିୟନ୍ତ୍ରଣ କରିଥାଏ।ଜଣେ ସାଧାରଣ ଲୋକର ମତିଷ୍କର ଓଜନ ପାଖାପାଖି ୧.୫ କେଜି ହୋଇଥାଏ। ମସ୍ତିଷ୍କକୁ ଏକ କମ୍ପୁଟର ମଧ୍ୟ କୁହାଯାଇପାରେ।ସାଙ୍ଗମାନେ ଜଣେ ସାଧାରଣ ବ୍ୟକ୍ତି ଓ ଜଣେ ବୁଦ୍ଧିମାନ ବ୍ୟକ୍ତି ମଧ୍ୟରେ ଆମେ ଭିନ୍ନତା କେବଳ ଆମ ତାର ଜ୍ଞାନ ବା ମେଧା ଶକ୍ତି ଦ୍ୱାରା ଜାଣି ପାରିବା।ଏହା ଅନେକ ପ୍ରକାର ମପାଯାଇପାରେ ଯେପରି ଏକାଡେମୀ ଜ୍ଞାନ, ସୋସିଆଲ ଜ୍ଞାନ, ମାନସିକ ଜ୍ଞାନ ,କଳାକାର ଜ୍ଞାନ ଇତ୍ୟାଦି।
ବୁଦ୍ଧିମାନ କିଏ ଏହା ଜାଣିବାକୁ ଲିଭିସ ଷ୍ଟେରମ୍ୟାନ ଏକ ଉପାୟ ବାହାର କଲେ ଯାହା ଦ୍ୱାରା ଲୋକଙ୍କ IQU ପରୀକ୍ଷା କରାଯିବ। ସେ ଭରସା ରଖିଥିଲେ କି ସେ ଏହି ଉପାୟ ଦ୍ଵାରା ବୁଦ୍ଧିମାନ ଲୋକ କିଏ ଏହାର ପତା ଲଗାଇପାରିବେ।ଏଥିପାଇଁ ସେ ୧୯୨୦ରେ କାଲିଫର୍ଣ୍ଣିଆର ଏକ ବିଦ୍ୟାଳୟରେ ୧୫୦୦ ପିଲାଙ୍କ ଉପରେ ଏହାର ରିସର୍ଚ୍ଚ କଲେ। ଯାହାଙ୍କ IQU ୧୪୦ ବା ତାର ପାଖାପାଖି ଥିଲା।ସେ ଏହା ଦେଖିବାକୁ ଚାହୁଁଥିଲେ କି କିପରି ଏକ ବୁଦ୍ଧିମାନ ପିଲା ଏକ ଭିଡରେ କିପରି ନିଜକୁ ଅଲଗା ଦେଖାଇ ପାରିବ।ସେ ଏହା ଜାଣିବା ପାଇଁ ନିଜ ସବୁ ସମୟ ଲଗାଇଦେଲେ ସେ ଏକ ଉପାୟ ବାହାର କଲେ ଯାହାକୁ ଆମେ ଜେନେଟିକ ଷ୍ଟଡି ଅଫ ଜିନିୟସ କୁହାଯାଏ।
ସେ ନିଜ ରିସର୍ଚ୍ଚରେ ଦେଖିଲେ ଯେଉଁମାନଙ୍କ IQU ୧୪୦ ପାଖାପାଖି ଥିଲା ସେମାନେ ନିଜ ଜୀବନରେ କାମ ସହଜରେ କରିପାରୁଥିଲେ।କିଛି ପିଲା ନିଜ IQU କୁ ଆହୁରି ମଝବୁତ କରିବାରେ ଲାଗିଥିଲେ।ଯେଉଁମାନଙ୍କ IQU ୧୨୭ ରୁ ଅଧିକ ସେମାନେ ସବୁ କାମ ସହଜରେ କରିପାରୁଥିଲେ।ସାଙ୍ଗମାନେ କେବଳ IQU ଦ୍ଵାରା ଏହା ଜଣାପଡିବନି କି ବ୍ୟକ୍ତି କେତେ ବୁଦ୍ଧିମାନ ସେଥିପାଇଁ ଆଜି ଆମେ ଜାଣିବା କଣ ତଫାତ ଅଛି ଜଣେ ବୁଦ୍ଧିମାନ ବ୍ୟକ୍ତି ଓ ଜଣେ ସାଧାରଣ ବ୍ୟକ୍ତି ମଧ୍ୟରେ।
ଏଥିପାଇଁ ଆମକୁ ସେମାନଙ୍କ ମସ୍ତିଷ୍କ ଉପରେ ରିସର୍ଚ୍ଚ କରିବାକୁ ପଡିବ। ଖୁସି ଖବର ଏହା କି ଆଜି ଆମ ବୈଜ୍ଞାନିକ ଅନେକ ବୁଦ୍ଧିମାନ ବ୍ୟକ୍ତିଙ୍କ ମସ୍ତିଷ୍କ ଉପରେ ପରୀକ୍ଷା କରୁଛନ୍ତି ଯେପରି ଆଲବଟ ଆଇନଷ୍ଟାଇନ।ସେ ଜର୍ମାନୀରେ ରହିବା ଵାଲା ଜଣେ ପ୍ରସିଦ୍ଧ ଭୌତିକ ବିଜ୍ଞାନୀ ଥିଲେ।ସେ ସେହି ସମୟର ଜଣେ ପ୍ରସିଦ୍ଧ ବୁଦ୍ଧିମାନ ବ୍ୟକ୍ତି ଥିଲେ ।ଯେବେ ୧୮୫୫ ଏପ୍ରିଲ ୧୮ରେ ସେ ମୃତ୍ୟୁ ବରଣ କଲେ ତାଙ୍କ ପୋଷ୍ଟମଟମ କରୁଥିବା ଡାକ୍ତର ତାଙ୍କ ପରିବାର ଲୋକଙ୍କ ବିନା ଅନୁମତିରେ ତାଙ୍କ ମସ୍ତିଷ୍କକୁ ଚୋରି କରି ନେଇଥିଲେ।ସେ ଏହା ଜାଣିବାକୁ ଚାହୁଁଥିଲେ ଏପରି କଣ ଥିଲା ଆଇନଷ୍ଟାଇନ ଙ୍କ ମତିଷ୍କରେ ଯାହା ଦ୍ବାରା ସେ ଏତେ ବୁଦ୍ଧିମାନ ଥିଲେ ।
ଏଥିପାଇଁ ସେ ଆଇନଷ୍ଟାଇନ ଙ୍କ ମସ୍ତିଷ୍କକୁ ଛୋଟ ଛୋଟ ଭାଗ କରି ଏହାକୁ ଅନେକ ବୈଜ୍ଞାନିକଙ୍କ ପାଖକୁ ପରୀକ୍ଷା ପାଇଁ ପଠାଇଥିଲେ ଯାହା ଦ୍ଵାରା ଏହା ଜଣାପଡୁ ଆଇନଷ୍ଟାଇନ ଙ୍କ ମସ୍ତିଷ୍କରେ ଏପରି କଣ ଥିଲା ଯାହା ତାଙ୍କୁ ସାଧାରଣ ବ୍ୟକ୍ତିଙ୍କ ଠାରୁ ଅଲଗା କରୁଥିଲା।ଅନେକ ବର୍ଷ ପରେ ଅନେକ ତଥ୍ୟ ସାମ୍ନାକୁ ଆସିଥିଲା ଯେପରି ତାଙ୍କ ମତିଷ୍କର କିଛି ଅଂଶ ଅନ୍ୟ ଲୋକଙ୍କ ମସ୍ତିଷ୍କର ତୁଳନାରେ ଅଧିକ ଓଜନ ଥିଲା।ଯଦି ଆଜି ମଧ୍ୟ ଆପଣ ତାଙ୍କ ମସ୍ତିଷ୍କକୁ ଦେଖିବାକୁ ଚାହୁଁଛନ୍ତି ତାକୁ ଦେଖିପାରିବେ ତାଙ୍କ ମସ୍ତିଷ୍କକୁ ନିଉୱର୍କର ଏକ ଲ୍ୟାବରେ ଏବେ ଯାଏ ବି ସମ୍ଭାଳିକି ରଖାଯାଇଛି।
ଅନେକ ରିପୋର୍ଟରୁ ଜଣା ପଡିଛି ଜଣେ ସାଧାରଣ ଲୋକ ଅଧିକ ଭାବି ନଥାଏ। କିନ୍ତୁ ଜଣେ ବୁଦ୍ଧିମାନ ଲୋକ ସବୁ ଅଶୁବିଧା ବା କାମକୁ ଏକ ଅଲଗା ନଜରରେ ଦେଖିଥାଏ ଓ ଭାବିଥାଏ ଯାହା ତାକୁ ସାଧାରଣ ଲୋକଙ୍କ ଠୁ ଅଲଗା କରିଥାଏ। ସାଙ୍ଗମାନେ ଆପଣ ମାନେ କଣ ଭାବୁଛନ୍ତି କଣ ଖାଲି ମସ୍ତିଷ୍କ ଓଜର ଅଧିକ ହେବା ବା IQU ଅଧିକ ହେବା ଜଣେ ବୁଦ୍ଧିମାନ ବୋଲି ପ୍ରମାଣ କରିଥାଏ ନା ଏହା ପଛରେ ଅନ୍ୟ ମଧ୍ୟ କିଛି କାରଣ ଅଛି।