March 14, 2025

Odia Express

Leading Odia News Portal of Odisha

ଓଡ଼ିଆ ଢଗ ଢ଼ମାଳି ପ୍ରଶ୍ନ ଓ ଉତ୍ତର – କେଉଁ ଗାଡ଼ି ଯାହାକୁ ଆଗରୁ ଭଗବାନ ଗଢ଼ିଥିଲେ ଓ ପଛରୁ ମଣିଷ ଗଢିଲା ?କେଉଁଠିକୁ ଶହେ ଲୋକ ଗଲେ ଫେରନ୍ତି ଅନେଶତ ? ବୁଦ୍ଧି ଥିଲେ ଉତ୍ତର ଦିୟନ୍ତୁ..

ନମସ୍କାର ଓଡ଼ିଆ ଏକ୍ସପ୍ରେସ୍ରେ ର ବନ୍ଧୁଗଣ |ଆପଣଙ୍କୁ ସ୍ଵାଗତ କରୁଛୁ ଜିର ଢ଼ଗଢ଼ମଳୀ ପ୍ରଶ୍ନ ଓ ଉତ୍ତର କୁ |ତେବେ ସବୁଦିନ ପରି ଆଜି ଆମେ ଆପଣଙ୍କ ପାଇଁ ନେଇ ଅଶିଚୁ ନୂଆ ଢଗଢମାଳି କୁ |ତେବେ ଏପରି ମଜାଦାର ପ୍ରଶ୍ନ ପ୍ରଶ୍ନ ଓ ଉତ୍ତର ଆପଣଙ୍କୁ ଭଲ ଲାଗୁଥିଲେ ନିଶ୍ଚୟ ସେୟାର କରିବେ |ତେବେ ଏହି ଢଗଢମାଳି ରେ ଆମେ ଆମର ପୂର୍ବ ପୁରୁଷଙ୍କ ନୂଆ ମଜାଦାର ପ୍ରଶ୍ନ ଓ ଚତୁର ଉତ୍ତର ଆପଣ ଜାଣି ପାରିବେ |ଆଜି ଆମେ ଆପଣମାନଙ୍କ ପାଇଁ ଆଣିଛୁ ୧୦ ଟି ମଜାଳିଆ ଓ ଚତୁର ପହେଲି ।ଆସନ୍ତୁ ଜାଣିବା ପ୍ରଥମ ପ୍ରଶ୍ନ:-

ପ୍ରଶ୍ନ ନମ୍ବର୍ ୦୧:-ଗୋଟିଏ ରୁମାଲର ଚାରୋଟି କୋଣ।ଗୋଟିଏ କୋଣ କାଟି ଦେଲେ ଆଉ ରହିବ କେତେଟି କୋଣ?

ଉତ୍ତର:-ଏହାର ଉତ୍ତର ହେଲା ୫ଟି।

ଆସନ୍ତୁ ଜାଣିବା ଦ୍ୱିତୀୟ ପ୍ରଶ୍ନ:- ପ୍ରଶ୍ନ ନମ୍ବର୍ ୦୨:-କଞ୍ଚା ବେଳେ ଡାକନ୍ତି ଗୋଟେ ନାଁ।ସୁଖିଲା ପରେ ଡାକନ୍ତି ଆଉ ଗୋଟେ ନାଁ।ତାହା କଣ ?

ଉତ୍ତର:-ଏହାର ଉତ୍ତର ହେଲା ପଇଡ଼ ଏବଂ ନଡ଼ିଆ।

ଆସନ୍ତୁ ଜାଣିବା ତୃତୀୟ ପ୍ରଶ୍ନ:- ପ୍ରଶ୍ନ ନମ୍ବର୍ ୦୩:- ଘର ଗୋଟିଏ ବାର ବଖରା,ତିନି ସିପାହୀ ଦିଅନ୍ତି ପହରା,ତାହା କଣ ?

ଉତ୍ତର:-ଏହାର ଉତ୍ତର ହେଲା ଘଣ୍ଟା।

ଆସନ୍ତୁ ଜାଣିବା ଚତୁର୍ଥ ପ୍ରଶ୍ନ:- ପ୍ରଶ୍ନ ନମ୍ବର୍ ୦୪:-କେଉଁଠିକୁ ଶହେ ଲୋକ ଗଲେ ଫେରନ୍ତି ଅନେଶ୍ୱତ?

ଉତ୍ତର:-ଏହାର ଉତ୍ତର ହେଲା ମଶାଣି।

ଆସନ୍ତୁ ଜାଣିବା ପଞ୍ଚମ ପ୍ରଶ୍ନ:- ପ୍ରଶ୍ନ ନମ୍ବର୍ ୦୫:-କେଉଁଠିକୁ ଶହେ ଲୋକ ଗଲେ ଫେରନ୍ତି ଶହେ ଏକ ଲୋକ?

ଉତ୍ତର:-ଏହାର ଉତ୍ତର ହେଲା ବାହାଘର।

ଆସନ୍ତୁ ଜାଣିବା ଛଅ ନମ୍ବର ପ୍ରଶ୍ନ:- ପ୍ରଶ୍ନ ନମ୍ବର୍ ୦୬:-ତାହା କେଉଁ ଗାଡ଼ି ଯାହାକୁ ଆଗରୁ ଭଗବାନ ଗଢ଼ିଥିଲେ ଓ ପଛରୁ ମଣିଷ ଗଢିଲା ?

ଉତ୍ତର:-ଏହାର ଉତ୍ତର ହେଲା ବଳଦ ଗାଡି।

ଆସନ୍ତୁ ଜାଣିବା ସାତ ନମ୍ବର୍ ପ୍ରଶ୍ନ:- ପ୍ରଶ୍ନ ନମ୍ଭର ୦୭:-

ଛୋଟ ପିଲାମାନଙ୍କର ଏମିତି ଖେଳନା ଯାହାକୁ ଦୁନିଆର ସବୁଠାରୁ ବଡ଼ ଲୋକମଧ୍ୟ କିଣି ପାରିବେ ନାହିଁ।ତାହା କଣ ?

ଉତ୍ତର:-ଏହାର ଉତ୍ତର ହେଲା ଜହ୍ନ ମାମୁଁ।

ଆସନ୍ତୁ ଜାଣିବା ଆଠ ନମ୍ବର୍ ପ୍ରଶ୍ନ:- ପ୍ରଶ୍ନ ନମ୍ବର୍ ୦୮:-ଏମିତି କଣ,ଯାହାର ମୁଣ୍ଡରେ ପଥର ଥାଏ ଓ ଆପଣ ତାର ପେଟ ଭିତରେ ଆଙ୍ଗୁଠି ପୁରେଇଲେ ଆପଣ ବହୁତ ଖୁସି ହୁଅନ୍ତି ?

ଉତ୍ତର:-ଏହାର ଉତ୍ତର ହେଲା ମୁଦି।

ଆସନ୍ତୁ ଜାଣିବା ନଅ ନମ୍ବର୍ ପ୍ରଶ୍ନ:- ପ୍ରଶ୍ନ ନମ୍ବର୍ ୦୯:-ଯିଏ କିଣିବ,ସେ ବ୍ୟବହାର କରି ପାରିବ ନାହିଁ,ଯେ ବ୍ୟବହାର କରିବ ସେ କିଣିପାରିବ ନାହିଁ।ତାହା କଣ?

ଉତ୍ତର:-ଏହାର ଉତ୍ତର ହେଲା କୋକେଇ।

ଆସନ୍ତୁ ଜାଣିବା ଦଶ ନମ୍ବର ପ୍ରଶ୍ନ:- ଆପଣଙ୍କ ଶରୀରର କେଉଁ ଅଂଶ ପାଣି ପଡିଲେ ଓଦା ହୁଏ ନାହିଁ ?

ଉତ୍ତର:- ଏହାର ସଠିକ ଉତ୍ତର ହେଲା ଦେହର ଛାଇ।

ଏହା ଥିଲା କେତେକ ଓଡ଼ିଆର କେତେକ ମଜାଳିଆ ଓ ଚତୁର ପହେଲି।

Leave a Reply

Your email address will not be published. Required fields are marked *