March 25, 2025

Odia Express

Leading Odia News Portal of Odisha

ଘରେ ତିଆରି ଏହି ପେଷ୍ଟ ବା ମିଶ୍ରଣ ସାହାଯ୍ୟରେ ତମ୍ବା ଓ ପିତଳ ବାସନକୁ ଭଲଭାବରେ ସଫା କରି ପାରିବା..

ନମସ୍କାର,ଆମେ ଆପଣ ମାନଙ୍କୁ ସ୍ୱାଗତ ଜଣାଉଛୁ ଆପଣଙ୍କ ଘରେ ଥିବା ତମ୍ବା ଓ ପିତଳ ବାସନରେ ସମୟ ଅନୁସାରେ ଅସନା ହୋଇଯାଏ ଓ କଳା ପଡ଼ିଯାଏ।ଯାହାକୁ ସାଧାରଣ ସର୍ଫ ଦ୍ୱାରା ସଫା କରିବା ସମ୍ଭବ ପର ହୋଇନଥାଏ।ଆଜି ଆମେ ଆପଣଙ୍କୁ ଗୋଟେ ପେଷ୍ଟ ବେନେଇବା ଶିଖେଇବୁ ଯାହାଦ୍ୱାରା ଆପଣ ବହୁତ ଶହଜରେ ନିଜ ଘରେ ଥିବା ତମ୍ବା ଓ ପିତଳ ବାସନ ମାନଙ୍କୁ ସଫା କରିବା ସହଜ ହୋଇଯିବ। ଆସନ୍ତୁ ଜାଣିବା ସେ ପେଷ୍ଟ ବନେଇବା ପାଇଁ ଉପାୟ,ଆମେ ନବା ଗୋଟେ ବଡ଼ କଂସା ତାପରେ ସେ କଂସାରେ ନେବା ଅଧା କପ ଅଟା ତାପରେ ସେ ଅଟାରେ ମିଶେଇବା ଅଧା କପ ଲୁଣ।ତାପରେ ନେବା ଅଧା କପ ସର୍ଫ,ଆପଣ ସେଥିରେ କୌଣସି ପ୍ରକାରର ସର୍ଫ ନେଇପାରିବା ଯାହା ଆପଣଙ୍କ ଘରେ ଉପଲବ୍ଧ ଥିବ।ତାପରେ ଆପଣ ସେ ସବୁକୁ ନେଇ ଚାମୁଚ ସାହାଯ୍ୟରେ ଭଲ ଭାବରେ ମିଶେଇ ନେବା।

ତାପରେ ଆମେ ଗୋଟେ ଗିନାରର ଅଧା ଗିନା ଲେମ୍ଭୁ ରସ ମିଶେଇ ନେବା ଓ ତାପରେ ତାକୁ ଧୀରେ ଧୀରେ କରି ସେ ମିଶ୍ରଣରେ ମିଶେଇବା ତାପରେ ଆମେ ଯେତିକି ମାତ୍ରରେ ଲେମ୍ବୁ ରସ ନେବା ସେତିକି ଭିନେଗାର ନେବା ଓ ସେ ମିଶ୍ରଣରେ ପକେଇ ଭଲ ଭାବରେ ଗୋଳେଇ ନେବା।ଆପଣ ଭିନେଗାର ପକଉ ପକଉ ଦେଖିବେ ସେଥିରେ ଫେଣ ହେବାକୁ ଲାଗିବ।ତାପରେ ଆପଣ ଦେଖିବେ ଗୋଟେ ଭଲ ବାସନ ସଫା ମିଶ୍ରଣ ତିଆରି ହୋଇଯିବ।

ତାପରେ ସେ ମିଶ୍ରଣରେ ଆପଣ ଖାଇବା ସୋଢ଼ା ବା ମିଠା ସୋଢ଼ା ପକେଇବା।ତାପରେ ଚାମୁଚ ସାହାଯ୍ୟରେ ଭଲ ଭାବରେ ମିଶେଇ ନେବା।ଆପଣ ମିଠା ସୋଢ଼ା ବା ଖାଇବା ସୋଢ଼ାକୁ ସର୍ବ ଶେଷରେ ପକେଇବା ଓ ତାପରେ ସବୁ ମିଶେଇ ସାରିବା ପରେ ସେଥିରେ ଗୋଟେ ଚୁଟିକି ରଙ୍ଗ ପକେଇବା ଯାହାଦ୍ୱାରା ଏହାର ରଙ୍ଗ ବହୁତ ସୁନ୍ଦର ଦେଖାଯିବ।ସବୁ ଜିନିଷକୁ ଭଲ ଭାବରେ ମିଶେଇବା ପାଇଁ ସେଥିରେ ଅଳ୍ପ ଉଷୁମ ପାଣି ମିଶେଇବା।

ଉଷୁମ ପାଣି ମିଶେଇବା ପରେ ଆପଣ ଚାମୁଚ ସାହାଯ୍ୟରେ ଭଲ ଭରେ ମିଶେଇ ନେବା।ଆପଣ ଏହାକୁ ଗୋଟେ ବୋତଲ ସାହାଯ୍ୟରେ ସଂଗ୍ରହ କରି ରଖି ପାରିବେ ନହେଲେ ସେମିତି ଗୋଟେ କଂସାରେ ରଖି ପାରିବେ।ଏବେ ଆସନ୍ତୁ ଜାଣିବା ଏହାକୁ କିପରି ବାସନକୁ ସଫା କରିବା,ଆପଣ ଯେକୌଣସି ତମ୍ବା ପାତ୍ର ନେବେ ଓ ତାକୁ ସଫା କରିବା ପାଇଁ ଆପଣ ଗୋଟେ ବାସନ ସଫା ନେବା ଓ ତାଉପରେ ଏହି ମିଶ୍ରଣକୁ ଲଗେଇ ଭଲ ଭାବରେ ଘସି ନେବା।

ଆପଣ ଭଲ ଭାବରେ ସେ ମିଶ୍ରଣକୁ ଲଗେଇ ଘସି ଦେବେ,ଆପଣ ଭଲ ଭାବରେ ଘସି ସାରିବା ପରେ ଆପଣ ତାକୁ ୨ ମିନିଟ ପର୍ଯ୍ୟନ୍ତ ସେ ଭଳି ରଖି ଦେବେ।ତାପରେ ୨ ମିନିଟ ପରେ ଆପଣ ଭଲ ଭାବରେ ବାସନ ସଫା ଦ୍ୱାରା ତାକୁ ଘସି ଦେବେ।ତାପରେ ଆପଣ ତାକୁ ସଫା ପାଣି ଦ୍ୱାରା ତାକୁ ଭଲ ଭାବରେ ଧୋଇନେବେ।ତାକୁ ଧୋଇ ସାରିବା ପରେ ଆପଣ ଦେଖିବେ ତମ୍ବା ବାସନଟି ସମ୍ପୂର୍ଣ୍ଣ ନୂଆ ଭଳି ଚିକ ଚିକ ହୋଇଯିବ।

Leave a Reply

Your email address will not be published. Required fields are marked *