ମାତ୍ର ୨ ମିନିଟରେ ଅପରିଷ୍କାର ଦାନ୍ତଙ୍କୁ ମୋତି ଭଳି ଚମକଦାର କରନ୍ତୁ – ଦାନ୍ତ ଅପରିଷ୍କାର ଦେଖା ଯାଉଥିଲେ ନିଶ୍ଚୟ ଜାଣିରଖନ୍ତୁ…

ଏହି ଦୁନିଆରେ କିଏବା ସୁନ୍ଦର ଦେଖାଯିବାକୁ ନ ଚାହେଁ।ସମସ୍ତେ ସୁନ୍ଦର ଦେଖାଯିବା ପାଇଁ ଅନେକ ପ୍ରକାର ଚେଷ୍ଟାକରିଥାନ୍ତି।ଲୋକମାନେ ସୁନ୍ଦର ଦେଖାଯିବା ପାଇଁ ପ୍ରକାର ଭଲ ପୋଷାକ ଓ ଷ୍ଟାଇଲ କରିଥାନ୍ତି କିନ୍ତୁ ସେମାନେ ଦାନ୍ତର ଯତ୍ନ ବା ସଫା ରଖି ନଥାନ୍ତି ଯାହା ଦ୍ବାରା ସେମାନେ ବହୁତ ଖରାପ ଦେଖାଯାଇଥାନ୍ତି।ଦାନ୍ତ ସଫା ପାଇଁ ମାର୍କେଟରେ ଅନେକ ଜିନିଷ ଅଛି କିନ୍ତୁ ସମସ୍ତେ ସେହି ଜିନିଷ କିଣି ପାରିବେନି ସେଥିପାଇଁ ଆଜି ଆମେ ଆପଣଙ୍କୁ ଏପରି ଘରୋଇ ଉପାୟ କହିବୁ ଯାହା ଦ୍ବାରା ଆପଣ ନିଜ ଅଶନା ଦାନ୍ତକୁ ମୋତି ଭଳି କରିପାରିବେ।ତେବେ ଆସନ୍ତୁ ଜାଣିବା ସେହି ଉପାୟ ବିଷୟରେ।
ଏହା ପାଇଁ ଅମକୁ ଆବଶ୍ୟକ ଅଛି ତିନୋଟି ଜିନିଷର ।ସର୍ଵ ପ୍ରଥମେ ଆବଶ୍ୟକ ତୁଥପେଷ୍ଟ ।ଏଥିପାଇଁ ଆପଣ କେମିକାଲ ଫ୍ରି କୌଣସି ଘରେ ବ୍ୟବହାର ତୁଥପେଷ୍ଟ ନେଇପାରିବେ ।ଏହା ପରେ ଆପଣଙ୍କୁ ବେକିଙ୍ଗ ସୋଢା ଓ ଲୁମ୍ବୁ ରସ ନେବାକୁ ହେବ ଯାହା ବହୁତ ସହଜରେ ଆପଣଙ୍କ ଘରେ ମିଳିଯିବ।
ଏହା ପରେ ଆପଣ ପ୍ରତି ଦିନ ଦାନ୍ତ ଘସିବା ପାଇଁ ଯେତିକି ପେଷ୍ଟ ନିଅନ୍ତି ସେତିକି ନିଅନ୍ତୁ ।ଏହା ପରେ ସେଥିରେ ଏକ ଚାମଚ ଲେମ୍ବୁ ରସ ମିଶାନ୍ତୁ ଓ ଅଧା ଚାମଚରୁ ଅଧେ ବେକିଙ୍ଗ ସୋଢା ମିଶାଇ ଭଲସେ ଗୋଳାନ୍ତୁ।ଏହା ଆପଣଙ୍କ ଦାନ୍ତରୁ ମଇଳା ସଫା କରିବା ସହିତ ଦାନ୍ତରୁ ବାହାରୁଥିବା ଦୃଗନ୍ଧ ଦୂର କରିଥାଏ।ଏହା ପରେ ବ୍ରସ ସାହାଯ୍ୟରେ ଏହି ମିଶ୍ରଣକୁ ଲଗାଇ ହାଲକା ହାତରେ ଦାନ୍ତ ଘସନ୍ତୁ।ଆପଣ ଏହା ବ୍ୟବହାର ଦ୍ୱାରା ନିଶ୍ଚୟ ଏହାର ପ୍ରଭାବ ଦେଖିବେ ଏହା ଆପଣଙ୍କ ଦାନ୍ତରେ ଯେଉଁ ମଇଳା ଅଛି ତାହା ସଫା କରି ଦାନ୍ତକୁ ମୋତି ଭଳି ଧଳା କରିଥାଏ।
ଏହା ଛଡା ଏହାକୁ ସବୁଦିନ ବ୍ୟବହାର ନ କରି ସପ୍ତାହରେ ୧-୨ ଥର ବ୍ୟବହାର କରନ୍ତୁ ଯାହା ଦ୍ୱାରା ଆପଣଙ୍କ ଦାନ୍ତ ସବୁଦିନ ମୋତି ଭଳି ଚମକିବ।ଏହା ଥିଲା ସେହି ଉପାୟ ଯାହାଦ୍ୱାରା ଆପଣ ନିଜର ଦାନ୍ତକୁ ଚମକଦାର କରିପାରିବେ। ଏହା ବହୁତ ଭଲ ଉପାୟ ଅଟେ।ଏହାକୁ ଆପଣାନ୍ତୁ ଏବଂ ଚମତ୍କାର ଦେଖନ୍ତୁ।