March 21, 2025

Odia Express

Leading Odia News Portal of Odisha

ଆଲବମ କୁଇନ ଦୀପା ସାହୁଙ୍କ ମୃତ୍ୟୁ – କ୍ୟାନସରେ ପୀଡିତ ଥିଲେ ଦୀପା – ସାରା ରାଜ୍ୟରେ ଶୋକର ଛାୟା..

ବର୍ତମାନ ର ବଡ ଖବର ଯାହାକି ଓଡ଼ିଶାର ଆଲବମ ଓ ଫିଲ୍ମ ପ୍ରେମୀ ଙ୍କୁ ପୁଣି କଷ୍ଟ ଦେଇଛି | ବର୍ତମାନ ସମୟରେ ଏକ ଦୁଃଖ ଖବର ପୁଣି ଆସିଛି |ତେବେ ୨୦୨୦ ଆଉ କେତେ ଦୁଃଖ ସହିବ ସେ କଥା ଚାଲିଥିବା ବେଳେ ପୁଣି ଏକ ଦୁଃଖ ଓଡ଼ିଆ ଫିଲ୍ମ ଜଗତକୁ ଆସିଛି |ଓଡ଼ିଆ ଫିଲ୍ମ ଓ ଆଲବମ ରେ ଅଭିନୟ କରିଥିବା ଓଡ଼ିଆ ହିରୋଇନ ଦୀପ ସାହୁ ଙ୍କ ଏବଂ ଏବେ ମୃତ୍ୟୁ ହେଇଚି |ତେବେ ସେ କ୍ୟାନ୍ସର ରେ ପୀଡିତ ଥିବା କିଛି ଦିନ ତଳେ ଜଣ ପଡିଥିଲା

ଦୀପ ସାହୁ ଏହି ଗୋଟିଏ ନାମ ୯୦ ଦଶକର ପିଲାଙ୍କ ପାଇଁ ବହୁତ ବଡ ଅଟେ | ତେବେ ସେ ସମୟରେ ଯେଉଁମାନେ ତାଙ୍କର ଗୀତ ଦେଖିଛନ୍ତି ସେ ଆଜି ଯାଏ ତାଙ୍କର ଦିବାନା ହେଇଛନ୍ତି |ତେବେ ଦୀପ ସାହୁ ଙ୍କ ମୃତ୍ୟୁ ରେ ସାରା ଓଡ଼ିଆ ଫିଲ୍ମ ଜଗତରେ ଶୋକର ଛାୟା ଖେଳି ଯାଇଛି | ସେ ଆଲବମ କୁଇନ ରୂପରେ ପରିଚିତ ଥିଲେ |ତାଙ୍କ ଅଭିନୟ ପାଇଁ ସାରା ଓଡ଼ିଆ ଫିଲ୍ମ ରେ ସେ ନିଜର ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଥିଲେ

ତାଙ୍କ ମୃତ୍ୟୁ ଖବର ତାଙ୍କ ସ୍ଵାମୀ ଜଣେଇଥିଲେ ଓ ଆଜି ୪ଟା ବାଜି ୫ ମିନିଟ ରେ ତାଙ୍କର ମୃତ୍ୟୁ ହେଇଥିଲା ଓ ତାଙ୍କ ଶେଷକୃତ୍ୟ ତାଙ୍କ ଜନ୍ମସ୍ଥାନ ଢେଙ୍କାନାଳ ରେ ହବ ବୋଲି ଜଣ ପଡିଛି |ତେବେ ତାଙ୍କ ମୃତ୍ୟୁ ନେଇ ସାରା ଓଡ଼ିଶାର ଅନେକ ବଡ ବଡ କଳାକାର ଦୁଃଖ ପ୍ରକାଶ କରିଛନ୍ତି |ତେବେ କିଛି ଦିନ ତଳେ ଓଡ଼ିଆ ଫିଲ୍ମ ର ବର୍ଷିଆନ ଅଭିନେତା ବିଜୟ ମହାନ୍ତି ଙ୍କ ଦେହାନ୍ତ ହେଇଥିଲା ଓ ଆଜି ଦୀପା ସାହୁ ଙ୍କ ମୃତ୍ୟୁ ସହ ଫିଲ୍ମ ଜଗତ କୁ ଆଉ ଏକ ବଡ ଝଟକା ଦେଇଛି

ତେବେ ଅନେକ ଗୁଡିଏ ଆଲବମ ର ରାଣୀ ଥିଲେ ଦୀପ ସହି | ଆଜି ଓଡ଼ିଆ ଆଲବମ ର ଏକ ପୂର୍ଣ୍ଣଛେଦ ପଡିଛି କହିଲେ ଭୁଲ ହେବ ନାହିଁ | ସେ ମିଚେଇ ଝିଅ ହାଏ,ହାଏ ତୋ ମଲ୍ଲୀଫୁଲ ଗଜରା,ତାର କୃଷ୍ଣଚୂଡ଼ା ରଙ୍ଗର ପରି ଅନେକ ଗୁଡିଏ ସୁପରହିଟ ଗୀତରେ ସେ ଅଭିନୟ କରିଛନ୍ତି |ତେବେ ଆମେ ଆଶା କରୁଚୁ ଭଗବାନ ତାଙ୍କ ଆତ୍ମା କୁ ଶାନ୍ତି ଦିୟନ୍ତୁ ଓ ତାଙ୍କ ପରିବାର ବର୍ଗ କୁ ସାହସ ଓ ଶକ୍ତି ଦିୟନ୍ତୁ

Leave a Reply

Your email address will not be published. Required fields are marked *