March 24, 2025

Odia Express

Leading Odia News Portal of Odisha

ସ୍ଵାଦିଷ୍ଟ ଲେମ୍ବୁର ଆଚାର ବନେଇବାର ଉପାୟ ଜାଣିରଖନ୍ତୁ – ପ୍ରାୟ ୪ ବର୍ଷ ରହିବ ଆପଣଙ୍କ ଆଚାର..

ଆଜି ଆମେ ଆପଣଙ୍କ ପାଖରେ କିଛି ବହୁତ ଆବଶ୍ୟକୀୟ ଜିନିଷ କହିବାକୁ ଯାଉଛୁ। ଆମେ ସାଧାରଣତଃ ଲେମ୍ବୁ ରୁ ରସ ଚିପୁଡିବା ପରେ ତାର ଚୋପା କୁ ଫିଙ୍ଗି ଦେଇ ଥାଉ। ମାତ୍ର ଏହା ଆମ ପାଇଁ ବହୁତ ଦରକାରୀ ହେଇ ପାରେ। ଏହାଦ୍ୱାରା ଆମେ ଏକ ଆଚାର ବନେଇ ପାରିବା ଯାହା କି ବହୁତ ସ୍ୱାଦିଷ୍ଟ ତଥା ବହୁତ ଦରକାରୀ ହେଇ ପାରେ। ଆଉ ତାହା ଆପଣଙ୍କ ଘରେ ପ୍ରାୟ ୪ ବର୍ଷ ରହି ପାରିବ ଯାହା କି ଜମା ବି ଖରାପ ହେବ ନାହିଁ। ତ ଆସନ୍ତୁ ଜାଣିବା କି ଏହି ଆଚାର କୁ ଆମେ କିପରି ପ୍ରସ୍ତୁତ କରିବା।

ଆପଣ ଏକ ସଫା ହେଇ ଥିବା କାଚ ଜାର ନିଅନ୍ତୁ ଆଉ ସେଥିରେ ପ୍ରାୟ ପାଞ୍ଚ ଚାମଚ ଲୁଣ ନିଅନ୍ତୁ। ଜାର ବହୁତ ଭଲ ଭାବେ ସଫା ହେଇକି ଶୁଖିଲା ରହିଥିବା ଦରକାର। ଆପଣ ଏକ ପାତ୍ର ରେ ପ୍ରାୟ ପାଞ୍ଚଟି ଲେମ୍ବୁ ଆଣିକି ତାର ଚୋପା କୁ ଭଲ ଭାବରେ କାଟିକି ଖଣ୍ଡ ଖଣ୍ଡ କରିକି ସେହି ଲୁଣ ଭିତରେ ପକାନ୍ତୁ। ଯେପରିକି ତାହା ବି ଭଲ ଭାବରେ ସଫା ହେଇ ଥିବ ଆଉ ଆପଣ ତାକୁ ପକେଇକି ଭଲ ଭାବରେ ଗୋଳାନ୍ତୁ।

ତା ପରେ ଆପଣ କିଛି ଦାନା ମେଥି ନିଅନ୍ତୁ ଆଉ ତାକୁ ଧୀମା ଆଞ୍ଚ ରେ ପକାନ୍ତୁ। ପକେଇ ସାରିବା ପରେ ଆପଣ ତାକୁ ଧୀରେ ଧୀରେ ଗୋଳାନ୍ତୁ ଆଉ ଯାହାଦ୍ୱାରା କି ତାହା ଭିତର ର ଆର୍ଦ୍ରତା ପୁରା ବାହାରି ଯିବ।ତା ପରେ ଆପଣ ତିନି ଚାମଚ ପାନ ମହୁରୀ ଆଉ କୀଚଜି ଫୁଟଣ ନେଇକି ତାକୁ ମଧ୍ୟ ସେପରି ଧୀମା ଆଞ୍ଚ ରେ ଭାଜନ୍ତୁ ଆଉ ତାହା ଭିତରର ଆର୍ଦ୍ରତା ବାହାରି ଯିବା ପରେ ତାକୁ ଆପଣ ମେଥି ସହ ମିଶାନ୍ତୁ ଆଉ ଥଣ୍ଡା ହେବା ପାଇଁ ଛାଡି ଦିଅନ୍ତୁ।

ତାହା ଥଣ୍ଡା ହେଇଯିବା ପରେ ତାକୁ ଆପଣ ଗ୍ରାଇଣ୍ଡର ଥାକ ରେ ରଖନ୍ତୁ ଆଉ ଗ୍ରାଇଣ୍ଡିଙ୍ଗ କରନ୍ତୁ।ତା ପରେ ଆପଣ ପାତ୍ର ରେ ରଖିଥିବା ଲେମ୍ବୁ କୁ ଏକ ଥାଳି ରେ ଆଣନ୍ତୁ ଆଉ ସେଥିରେ ଏହି ମସଲା କୁ ପକାନ୍ତୁ। ସେଥିରେ ଆପଣ ଦୁଇ କି ତିନି ଚାମଚ ହଳଦୀ ପକାନ୍ତୁ ଆଉ ତା ପରେ କିଛି ମସୁର ମିସେଇକି ପକାନ୍ତୁ। ତା ପରେ ଆପଣ ଟିକେ ଅଧିକ ମାତ୍ରାରେ ଲଙ୍କା ଗୁଣ୍ଡ ପକାନ୍ତୁ କାରଣ ଏହି ଆଚାର ରାଗୁଆ ହି ଭଲ ଲାଗି ଥାଏ। ତା ପରେ ଆପଣ ତାକୁ ଭଲ ଭାବରେ ଗୋଳେଇ ଦିଅନ୍ତୁ ଆଉ ପେଷି ଦିଅନ୍ତୁ।

ତା ପରେ ଆପଣ ସେହି ଡବା ରେ ଏହି ସମସ୍ତ ଗୋଲା ଯାଇଥିବା ଲେମ୍ବୁକୁ ଆଣି ରଖି ଦିଅନ୍ତୁ ଆଉ ସେଥିରେ କିଛି ଲେମ୍ବୁ ରସ ପକାନ୍ତୁ।।ଲେମ୍ବୁ ରସ ଦ୍ୱାରା ଏହି ଆଚାର ର ପୁରା ତାକୁ ଟାଣିକି ରଖିଯିବ ଆଉ ଏହି ଆଚାର ବହୁତ ଟେଷ୍ଟି ହେଇଯିବ। ତ ଆପଣ ଏହି ଆଚାର କୁ ପ୍ରାୟ ୨୦ରୁ ୨୫ ଦିନ ଯାଏ ରଖିବା ଦ୍ୱାରା ତାହା ବନିକି ଭଲ ଭାବେ ପ୍ରସ୍ତୁତ ହେଇଯିବ ଆଉ ତାହାକୁ ଆପଣ ପ୍ରାୟ ୪ ବର୍ଷ ଯାଏ ଖାଇ ପାରିବେ।

Leave a Reply

Your email address will not be published. Required fields are marked *