March 24, 2025

Odia Express

Leading Odia News Portal of Odisha

ଆଜିର ମଜାଦାର ପ୍ରଶ୍ନ ଓ ଉତ୍ତର – ଦୁନିଆ ସାରା ବୁଲୁଛି ସିଏ ପାଦ ତା ଛୁଏନା ମାଟି, ଦିନରେ ଶୋଉଚି ରାତିରେ ଚେଉଁଛି ତା ବିନା ଅନ୍ଧକାର ରାତି ? ଉତ୍ତର ଦେଖି ନିୟନ୍ତୁ…

ଓଡ଼ିଆ ଢଗ ଢମାଳି ରେ ଆପଣଙ୍କୁ ସ୍ୱାଗତ! ଆସନ୍ତୁ ଜାଣିବା କିଛି ମଜାଦାର ପ୍ରଶ୍ନ ଏବଂ ଉତ୍ତର।ଯଦି ଆପଣ ଲାଭକାରୀ ତଥା ଚମତ୍କାରୀ ପ୍ରଶ୍ନ ମାନଙ୍କୁ ଭଲ ପାଆନ୍ତି ତ ଆଜିର ବିଷୟ ଆପଣଙ୍କୁ ବହୁତ ପସନ୍ଦ ଆସିବ। ଆଜି ଆମେ ଆପଣଙ୍କ ପାଇଁ କିଛି ବହୁତ ମଜାଦାର ପ୍ରଶ୍ନ ଆଉ ତାର ଉତ୍ତର ନେଇକି ଆସିଛୁ। ତେବେ ଭାର ଉତ୍ତରର ଯଦି ଆପଣ ଜାଣିଛନ୍ତି ତେବେ ଆପଣ ନିଶ୍ଚୟ ଜଣେ ବୁଦ୍ଧିମାନ ଲୋକ | କାରଣ ଏହି ପ୍ରଶ୍ନ ଗୁଡିକ ପାଠ ସମ୍ଭାଦିୟ ନୁହଁ ଏହି ପ୍ରଶ୍ନ ଗୁଡିକ ସାଧାରଣ ଜ୍ଞାନ ଓ ଆପଣଙ୍କ ଉପସ୍ଥିତ ବୁଢ଼ୀକି ମାପିବା ପାଇଁ ପଚରାଯାଏ ତେବେ ତ ଚାଲନ୍ତୁ ଜାଣିବା ଆଜି ଏ ବିଷୟରେ କିଛି ନୂଆ ପ୍ରଶ୍ନ ଉତ୍ତର ବିଭାଗ।

ଆଜିର ପ୍ରଶ୍ନ:

୧) ପ୍ରଶ୍ନ: ଖରା ଦେଖିକି ମୁଁ ଆସିଥାଏ ଛାଇ ଦେଖିକି ମୁଁ ଲୁଚି ଯାଏ, ପବନ ଛୁଇଁଲେ ମତେ ମୁଁ ଲାଜେ ଲାଜେ ମରିଯାଏ ?

ଉତ୍ତର: ଝାଳ

୨) ପ୍ରଶ୍ନ: ରାସ୍ତା ଅଛି ହେଲେ ଗାଡି ନାହିଁ ବଣ ଅଛି ହେଲେ ଗଛ ନାହିଁ, ଗାଁ ଅଛି ହେଲେ ମଣିଷ ନାହିଁ କହିଲା ଦେଖି ଏମିତି ଜାଗାଟେ କାଇଁ?

ଉତ୍ତର: ମାନଚିତ୍ର

୩ ) ପ୍ରଶ୍ନ: ବାଛୁରୀ ର ହକ୍ ମାରି ମହାଦେବ ପିଏ ମଣିଷ ପିଇଲେ ଭାରି ଶକ୍ତିଶାଳୀ ହୁଅ, କହିଲ ଭାବି କି ଦରବ ଇଏ ?

ଉତ୍ତର: କ୍ଷୀର ବ ଦୁଗ୍ଧ

୪) ପ୍ରଶ୍ନ: ତାଟିଆ ଭିତରେ ତାଟିଆ ଅଛି ତାଟିଆ ଭିତରେ ଅମୃତ, ମା ପେଟରେ ଝିଅଟି ଗୋରୀ କହ ଇଏ କି ଗଣିତ ?

ଉତ୍ତର: ନଡିଆ

୫) ପ୍ରଶ୍ନ : ନାଲି ଘୋଡାଟି ଯୁଆଡେ ଯାଏ କଳା ଘୋଡା ସବୁ ଡରି ପଳାଏ, କହିଲ ଦେଖି ଏ ନାଲି ଘୋଡାଟି କିଏ ?

ଉତ୍ତର: ନିଆଁ

୬) ପ୍ର: ମତେ କଟା ଯାଏ ମତେ ଛେଚା ଯାଏ, ମତେ ଭାରି ବାଧେ ହେଲେ ମତେ କାଟୁଥିବା ଲୋକ ଲୁହ ଝାରି କାନ୍ଦେ ?

ଉ: ପିଆଜ

୭ ) ପ୍ର: ଛୁଇଁ ହୁଏ ହେଲେ ଧରି ହୁଏନା ବୁଝି ହୁଏ ହେଲେ ଦେଖି ହୁଏନା, ସବୁଠି ଥାଏ ସେ ମାଟି ଠୁ ଆକାଶ ତା ବିନା ଜୀବନ ଜିଇ ହୁଏନା ?

ଉ: ପବନ

୮ ) ପ୍ର: ଦୁନିଆ ସାରା ବୁଲୁଛି ସିଏ ପାଦ ତା ଛୁଏନା ମାଟି, ଦିନରେ ଶୋଉଚି ରାତିରେ ଚେଉଁଛି ତା ବିନା ଅନ୍ଧକାର ରାତି ?

ଉ: ଜହ୍ନ

୯ ) ପ୍ର: ଦେହରେ ମୋର ପ୍ରଚୁର ବଳ ଜହ୍ନ ପରିକା ଗଢଣ ମୋର, ସମସ୍ତଙ୍କ ର ପ୍ରିୟ ମୋ ବିନା ତମ ଜୀବନ କଷ୍ଟ ନାଆଁଟି ମୋର କୁହ ?

ଉ: ରୁଟି

୧୦) ପ୍ର: ନାକରେ ଯଦି ଥରେ ମୁ ଚଢି ଯିବି, କାନ ଧରିକି ତତେ ମୁ ପଢେଇବି ?

ଉ: ଚଷମା

୧୧) ପ୍ର: ଯେତେ ଦବ ସେତେ ନେବି ଆଗରେ ପଡିଲେ କାଟି ଦେବୀ, ବାଟ ମୋର ଲୁହ ପାଦ ମୋର ଲୁହ ଯିଏ କହିବ ତା ପାଇଁ ଚକଲେଟ ଥୁଆ ?

ଉ: ରେଳଗାଡ଼ି

୧୨) ପ୍ର: ବାପାଙ୍କର ଭଉଣୀ ସିଏ ଜେଜେଙ୍କର ଝିଅ, ବୋଉର ସିଏ ନଣନ୍ଦ ହବ କିଏ ସିଏ କୁହ ?

ଉ: ପିଉସୀ ନାନୀ

୧୩) ପ୍ର: ସବୁଜ ହେଲେ ପତର ନୁହେଁ ନକଲ କରେ ମାଙ୍କଡ ନୁହେଁ, ଯାହା ଶିଖିବ ତାହା କହିବ ନାଆଁଟି ତାର କୁହ?

ଉ: ଶୁଆ

୧୪) ପ୍ର: ସବୁଜ ବେଣ୍ଟ କୁ ନାଳିଆ ଛୁରୀ କଷ୍ଟ ଦିଏ ସିଏ ଜହର ପରି, ପାଣି ପାଣି ବୋଲି ଚିଲାଏ ମଣିଷ ସତେକି ଜିବନ ଯାଏ ବାହାରି ?

ଉ: ନାଲି ଲଙ୍କା

୧୫) ପ୍ର: ବାହାରେ ସବୁଜ ଭିତରେ ଲାଲ ଲତାରେ ଫଳେ ସେ ଫଳଟି ଗୋଲ , କଟା ହେଲେ ହୁଏ ଖାଇ ଖରା ଦିନେ ସିଏ ଯାହାକୁ ଯେତେ ଲୋ ଶୀତ ଦିନେ ଦିଶେ ନାହିଁ?

ଉ: ତରଭୁଜ

ଯଦି ଏହି ପ୍ରଶ୍ନ ଓ ଉତ୍ତର ଆପଣଙ୍କୁ ଭଲ ଲାଗିଛି ତେବେ ନିଶ୍ଚୟ ସାଙ୍ଗ ମାନକ ସହ ସେୟାର କରିବେ

Leave a Reply

Your email address will not be published. Required fields are marked *