March 23, 2025

Odia Express

Leading Odia News Portal of Odisha

କୌଣସି ମହଲ ଠାରୁ କମ ନୁହେଁ ସଚିନ ତେନ୍ଦୁଲକରଙ୍କର ଘର, ଫଟୋ ଦେଖି ଆପଣ ମଧ୍ୟ କହିବେ..

ଆଜିକାଲି ସୋସିଆଲ ମିଡିଆ ଏକ ଏପରି ମାଧ୍ୟମ ହୋଇସାରିଛି ଯାହା ଜରିଆରେ ଆମେ ଦେଶ ଦୁନିଆ ସହିତ ଜଡିତ ପ୍ରତ୍ୟେକ ସୂଚନା କିଛି ମିନିଟ ମଧ୍ୟରେ ପ୍ରାପ୍ତ କରିପାରିବା । ସୋସିଆଲ ମିଡିଆର ଜରିଆରେ ଆମେ ଦେଶ ଦୁନିଆ ସହିତ ନିଜର ପ୍ରିୟ ତାରକା କିମ୍ବା ପୁଣି କୌଣସି ବି ସେଲିବ୍ରିଟିଜଙ୍କର ମଧ୍ୟ ପ୍ରତିକ୍ଷଣର ସୂଚନା ହାସିଲ କରିପାରିବା। ଆଜି ଆମେ ଆପଣଙ୍କୁ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏକ ବିଶିଷ୍ଟ ଜିନିଷ ବିଷୟରେ ଜଣେଇବାକୁ ଯାଉଛୁ ଯାହା ବିଷୟରେ ବୋଧହୁଏ ଆପଣ ପୂର୍ବରୁ କେବେ ଜାଣିନଥିବେ।

ହଁ ଆଜ୍ଞା କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକରଙ୍କୁ ଆଜି କିଏ ନଜାଣେ କିନ୍ତୁ ଆଜି ଆମେ ଆପଣଙ୍କୁ ସଚିନଙ୍କର କୌଣସି ରେକର୍ଡସ କିମ୍ବା ପୁରସ୍କାର ବିଷୟରେ କହିବୁ ନାହିଁ ପରନ୍ତୁ ଆଜି ଆମେ ଆପଣଙ୍କୁ ମାଷ୍ଟର ବ୍ଳାଷ୍ଟର ସଚିନ ତେନ୍ଦୁଲକରଙ୍କର ଭବ୍ୟ ଘରର କିଛି ଫଟୋ ଦେଖାଇବୁ ଯାହା ଆଜି ଠାରୁ ପୁରାବୃ ଆପଣ କେବେ ଦେଖିନଥିବେ କାରଣ ଏହା ପ୍ରଥମଥର ହୋଇଛି ଯେ ଯେବେ କି ସଚିନଙ୍କର ଘରର ଫଟୋ ଲୋକଙ୍କ ଆଗକୁ ଆସିଛି ।

ସଚିନଙ୍କର ଏହି ଭବ୍ୟ ଘରକୁ ଦେଖି ଆପଣ ମଧ୍ୟ ନିଶ୍ଚିତ କହିବେ ଯେ ଏହା ଘର କିମ୍ବା ସ୍ଵର୍ଗ । ପ୍ରକୃତରେ ଏହାର କାରଣ ଏହା ଅଟେ ଯେ ସଚିନ ଯେଉଁ ଘରେ ଏହି ସମୟରେ ନିଜର ପତ୍ନୀ ଏବଂ ପିଲାମାନଙ୍କ ସହିତ ରହୁଛନ୍ତି ତାହାର ଡିଜାଇନିଙ୍ଗ ଏତେ ଉନ୍ନତ ଧରଣର ପ୍ରସ୍ତୁତ କରାଯାଇଛି ଯେ ଯାହାକୁ ଦେଖି ପ୍ରତ୍ୟେକ ସ୍ତମ୍ଭୀଭୂତ ରହିଯିବେ ।

ଆପଣଙ୍କ ସୂଚନା ନିମନ୍ତେ ଜଣେଇଦେବୁ ଯେ ସଚିନ ଏବେ ନିକଟରେ ମୁମ୍ବାଇର ଉପନଗର ବାନ୍ଦ୍ରା ସ୍ଥିତ 19ପେରି କ୍ରଶ ରୋଡ ଉପରେ ନିର୍ମିତ ଭବ୍ୟ ବଙ୍ଗଳା ନିର୍ମାଣ କରିଛନ୍ତି ଯାହାର ମୂଲ୍ୟ 40କୋଟି ଟଙ୍କା ପାଖାପାଖି କୁହାଯାଉଛି ଯାହା କି 2007ରେ କ୍ରୟ କରଯାଇଥିଲା ।

ସଚିନ ତେନ୍ଦୁଲକର ନିଜର ଘର ପୁରା 6000 ସ୍କୋୟାର ଫୀଟରେ ନିର୍ମାଣ କରେଇଛନ୍ତି ଯାହା କି ଏକ 5ମହଲା ପ୍ରାସାଦ ସମାନ ନିର୍ମିତ ହୋଇଛି। କୁହାଯାଏ ଯେ ଏହି ଗୃହ 2ମହଲା ତଳେ ଭୂମି ଭିତରେ ନିର୍ମିତ ହୋଇଛି ଏବଂ ଉପରେ 3ମହଲା ନିର୍ମିତ ହୋଇଛି। ସଚିନଙ୍କର ଏହି ଘର ଲକଜରି ସହିତ ସ୍ଵତନ୍ତ୍ର ମଧ୍ୟ ନିର୍ମାଣ କରାଯାଇଛି। ସଚିନ ଜଣେଇଛନ୍ତି ଯେ ଆମେ ଜୁନରେ ଗୃହପ୍ରବେଶର ପୂଜା କରିଥିଲୁ ଏବଂ ନବରାତ୍ରର ପ୍ରଥମ ଦିନ ଏଠାକୁ ଆସିବାର ନିଷ୍ପତ୍ତି ନେଇଥିଲୁ।

ସଚିନ ଏହି ବଙ୍ଗଳା ବିଷୟରେ ଜଣେଇଛନ୍ତି ଯେ ଆମର ଏହି ପାଞ୍ଚ ମହଲା ବଙ୍ଗଳାର ନିର୍ମାଣ ରେ ତାଙ୍କର ପତ୍ନୀ ଅଞ୍ଜଳିଙ୍କର ମହତ୍ଵପୂର୍ଣ୍ଣ ଯୋଗଦାନ ରହିଛି। ସଚିନ ନିଜର କ୍ରିକେଟବ୍ୟସ୍ତତା କାରଣରୁ ସମୟ ଦେଇ ପାରୁନଥିଲେ କିନ୍ତୁ ଅଞ୍ଜଳି ବିଗତ ଚାରିବର୍ଷ ରୁ ଏହାର ପ୍ରସ୍ତୁତିର ଦେଖାଶୁଣା କରୁଥିଲେ ।

ଅଞ୍ଜଳି ହିଁ ଘରର ଭିତର ଏବଂ ବାହାରର ଡିଜାଇନ କରିଛନ୍ତି ବେମ ଘରର ପ୍ରତ୍ୟେକ ଇଲେକ୍ଟ୍ରୋନିକ ଉପକରଣ ସେ ଯାଇ କିଣିଥିଲେ। ନୂଆ ଘରକୁ ସିଫ୍ଟ ହେବା ସମୟରେ ସଚିନ କହିଥିଲେ ଯେ ସମସ୍ତଙ୍କର ନିଜର ଘରର ସ୍ଵପ୍ନ ଥାଏ ଏବଂ ମୋର ମଧ୍ୟ ଥିଲା। ମୁଁ ନିଜର ସ୍ଵପ୍ନ ପୁରା କରିବା ଯୋଗୁ ବହୁତ ଖୁସି ଅଛି।

ସଚିନଙ୍କର ଏହି ଭବ୍ୟ ଗୃହରେ ସୁରକ୍ଷାର ଦୃଢ ବ୍ୟବସ୍ଥା ରହିଛି। ଯାହାପାଇଁ ସେ ସିସିଟିଭି କ୍ୟାମେରା ଏବଂ ଅନେକ ଗୁଡିଏ ସେନ୍ସର ଲଗେଇଛନ୍ତି। ଘରର ତଳ ବାଲା ମହଲାରେ ଭଗବାନ ଗଣେଶଙ୍କର ମନ୍ଦିର ଅଛି ଏବଂ ଗୋଟିଏ ହଲ ତାଙ୍କର ମେଡାଲ, ଟ୍ରଫିରେ ପୂର୍ଣ୍ଣ ହୋଇଛି। ଏହି ହଲର ଡିଜାଇନ କିଛି ଏହି ପ୍ରକାର କରାଯାଇଛି ଯଦ୍ୱାରା ଭଗବାନ ଗଣେଶଙ୍କର ଦ୍ରୁଷ୍ଟି ହଲରେ ଲାଗିଥିବା ଶୋକେସ ରେ ସଜା ହୋଇଥିବା ପୁରସ୍କାର ଆଡକୁ ଦେଖୁଥିବେ । ଏହା ବ୍ୟତିତ ସଚିନଙ୍କୁ ଫିଲ୍ମ ଦେଖିବାର ବହୁତ ସଉକ ଅଛି ଏଥିପାଇଁ ସେ ଏହି ବଡ ଘରେ ଏକ ଥିଏଟର ମଧ୍ୟ ଲଗେଇଛନ୍ତି ଯେଉଁଥିରେ ଏହି ପରିବାର ଏବଂ ବନ୍ଧୁ ମାନଙ୍କ ସହିତ ଫିଲ୍ମ ଦେଖନ୍ତି ।

ସଚିନ ଏକଥା ନିଜେ ଜଣେଇଛନ୍ତି ଯେ ତାଙ୍କର ପରିବାର ବାନ୍ଦ୍ରାରେ ଆଗରୁ କିଛି ପ୍ରକୋଷ୍ଠରେ ଏକ ଫ୍ଲ୍ଯାଟରେ ରହୁଥିଲେ ଏଥିପାଇଁ ନୂଆ ବଙ୍ଗଳାରେ ପଛକେ ସମସ୍ତ ସାଜସଜା ଉପକରଣ ଅତ୍ୟାଧୁନିକ ନିର୍ମାଣ କରେଇଛନ୍ତି କିନ୍ତୁ ଏଠାରେ ପୁରୁଣା ଘରର ମଧ୍ୟ ସମସ୍ତ ଉପକରଣ ଅଣାଯାଇଛି ଯଦ୍ୱାରା ତାଙ୍କର ସ୍ମୃତିକୁ କେବେ ବିସ୍ମରଣ କରି ନହେବ ।

Leave a Reply

Your email address will not be published. Required fields are marked *