March 24, 2025

Odia Express

Leading Odia News Portal of Odisha

ଏମିତି ବସା ଯାହାକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ – ଭାଗ୍ୟରେ ଥିଲେ ଏପରି ବସା ଦେଖିବା ପାଇଁ ମିଳେ..

ଅଲଗା ଅଲଗା ଚଢେଇ ଅଲଗା ଅଲଗା ବସା ତିଆରି କରନ୍ତି ଆଉ ସେ ସେଠାରେ ନିଜକୁ ସୁରଖିତ ଵୋଲି ଭାବି ଥାଆନ୍ତି।ନିଜ ଘରମାନଙ୍କ ମଧ୍ୟରେ ସବୁଠାରୁ ଖାସ ହୋଇଥାଏ ଚଢେଇ ମାନଙ୍କ ବସା।ସବୁ ଚଢେଇ ବସାରେ ତାର କଳାକାରୀ ଆପଣ ବହୁତ ସହଜରେ ଦେଖିପାରିବେ ଓ ସେ ଚଢ଼େଇମାନେ ଏହି ବସାକୁ ବନେଇବା ପାଇଁ ସେ ବାରମ୍ବାର ଉଡି ଯାଇ ସେ ଘାସ ଓ ଡାଲ ପତ୍ର ସଂଗ୍ରହ କରି ଆଣି ତାର ବସା ବନେଇ ବନେଇଥାଏ।ଆଜି ଆମେ ଆପଣମାନଙ୍କୁ ଏମିତି କିଛି ବସା ଦେଖେଇବୁ ଯାହା ଆପଣ ଦେଖି ବହୁତ ଆଶ୍ଚର୍ଯ୍ୟ ହେବେ।

୧.ବିଭର ବାର୍ଡ ବା ବୁଣାକାର ଚଢେଇ ଏହାର ବସା ସବୁଠାରୁ ସୁନ୍ଦର ବୋଲି ଆମେ ଜାଣିଥାଉ।ଯାହା ଆମକୁ ଉଚ୍ଚା ଉଚ୍ଚା ଗଛ ଉପରେ ଦେଖିବାକୁ ମିଳେ।ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଏ ବସା ମାଇ ଚଢେଇ ନୁହେଁ ଅଣ୍ଡିରା ଚଢେଇ ତିଆରି କରନ୍ତି।ଏମାନେ ଏହି ବସା ପ୍ରସ୍ତୁତ କରିବା ପାଇଁ ଲମ୍ବା ଘାସର ବ୍ୟବହାର କରନ୍ତି।ଯେତେବେଳେ ସେ ବସାର ମୂଳଦୁଆ ଭଲ ହୋଇଥାଏ ବା ମାଈ ଚଢେଇକୁ ପସନ୍ଦ ଆସେ ତାପରେ ସେ ତାକୁ ସାହାଯ୍ୟ କରେ।ଏହି ବସା ଅଗଷ୍ଟ ରେ ଆରମ୍ଭ ହୋଇ ଫେବୃଆରୀ ରେ ଶେଷ ହୁଏ।

୨.ହମିଙ୍ଗ ଚଢେଇ ଏମାନଙ୍କର ବସା ଦେଖିବାକୁ ଗୋଟେ ଛୋଟ କପ ଭଳି ହୋଇଥାଏ।ଏହି ବସାକୁ ତିଆରି କରିବା ପାଇଁ ତାକୁ ପ୍ରାୟ ୫-୭ ଦିନ ସମୟ ଲାଗେ।ଏ ମାଟି ଠାରୁ ୩୦-୫୦ ଫୁଟ ଉଚ୍ଚରେ ଗଛ ଡାଳରେ ରେଶମ ଓ ବୁଢ଼ିଆଣି ଜାଲରେ ତିଆରି କରିଥାଏ।ବସା ତିଆରି ସରିଲା ପରେ ଏହାର ବାହାର ପାଖକୁ ସବୁଜ ପତ୍ର ଦ୍ୱାରା ଆଚ୍ଛାଦିତ କରାଯାଇଥାଏ।ଏହି ବସା ବହୁତ ନରମ ଓ ସଂପ୍ରସାରିତ ହୋଇଥାଏ।

୩.ବାଘ ଚିଲ୍ଲ ଏମାନେ ଦୁନିଆର ସବୁଠାରୁ ଭୟାନକ ଶିକାରୀ ହୋଇଥାନ୍ତି।ଏହାର ବସା ୯ ଫୁଟ ଚଉଡା ଓ ୨୦ ଫୁଟ ଗହୀର ହୋଇଥାଏ।ଏ ଚଢେଇ ନିଜ ବସା ଉଚ୍ଚ ଗଛ ଉପରେ ସୁଖିଲା ଘାସ ଓ ସୁଖିଲା କାଠି ଦ୍ୱାରା ତିଆରି କରନ୍ତି।ଫ୍ଲୋରିଡାରେ ବାଘ ଚିଲ୍ଲ ଦ୍ୱାରା ତିଆରି ହୋଇଥିବା ବସା ଦୁନିଆର ସବୁଠାରୁ ବଡ଼ ବସା ଥିଲା ଏହାର ଓଜନ ପ୍ରାୟ ୨ ଟନ ବା ୨୦୦୦ କିଲୋ ଥିଲା।

୪.ଏଡିବଲ ନେଷ୍ଟ ସ୍ୱିଫ୍ଟଲେଟ୍,ଏ ପକ୍ଷୀ ଏମିତି ବସା ବନାନ୍ତି ଯାହାକୁ ଆମେ ଖାଇ ପାରିବା।ଏମାନେ ଭାରତର ଆଣ୍ଡାମାନ ଠାରେ ଦେଖିବାକୁ ମିଳନ୍ତି।ଏମାନେ ଗୁମ୍ପା ଭିତରେ ନିଜ ବସା ତିଆରି କରନ୍ତି ଓ ଏହା ସମ୍ପୂର୍ଣ୍ଣ ମାତ୍ରାରେ ଛୋଟ ପକେଟ ଭଳି ହୋଇଥାନ୍ତି।ଏ ପକ୍ଷୀ ନିଜ ବସା ନିଜ ଲାଳରେ ତିଆରି କରନ୍ତି।ଏହି ବସାର ଦାମ ୪୦୦୦ ଡ଼ଲାର ବା ୩ ଲକ୍ଷ୍ୟ ଟଙ୍କା ଗୋଟେ କିଲୋ ପ୍ରତି ହୋଇଥାଏ।

୫.ୟୁରୋପୀୟ ମହୁମାଛି ଖାଉଥିବା ପକ୍ଷୀ ଏହି ସୁନ୍ଦର ଦେଖାଯାଉଥିବା ପକ୍ଷୀ ନଦୀ କିମ୍ବା ସମୁଦ୍ର କୂଳରେ ମିଳନ୍ତି।ଅଣ୍ଡା ଦେବା ସମୟରେ ମାଟି କାନ୍ଥରେ ଗୁମ୍ଫା ପ୍ରସ୍ତୁତ କରି ବସା ତିଆରି କରନ୍ତି।ଏ ପକ୍ଷୀ ମହୁମାଛି,କଙ୍କି ଆଦିକୁ ଖାଇ ଥାଆନ୍ତି।ବସା ମାଟି ଠାରୁ ବେସି ଉଚ୍ଚରେ ନଥିବାରୁ ଏମାନଙ୍କୁ ବହୁତ ସତର୍କ ରହିବାକୁ ପଡିଥାଏ କାରଣ ଏମାନଙ୍କ ବସା ଉପରେ ସାପ ମାନେ ଆକ୍ରମଣ କରନ୍ତି।

୬.ସହଭାଗୀ ବୁଣାକାର ପକ୍ଷୀ,ଏ ପକ୍ଷୀ ଗୋଟିଏ ମେଳରେ ନିଜ ବସା ପ୍ରସ୍ତୁତ କରନ୍ତି।ଏହି ବସାରେ ପ୍ରାୟ ୫ ରୁ ନେଇ ୧୦୦ ଗାତ ହୋଇଥାନ୍ତି।ଯେଉଁଠାରେ ୧୦ ରୁ ନେଇ ୪୦୦ ପକ୍ଷୀ ବସବାସ କରନ୍ତି।ଏମାନେ ଗଛର ଉଚ୍ଚତାରେ ଛୋଟ କାଠି ଓ ଘାସ ଦ୍ୱାରା ନିଜ ବସା ବନାନ୍ତି।ବହୁତ ସମୟରେ ଗୋଟେ ଗଛରେ ୪-୫ ଟି ବସା ଦେଖାଯାଏ।ଏମାନେ ବର୍ଷ ବର୍ଷ ଧରି ଗୋଟେ ବସାର ବ୍ୟବହାର କରନ୍ତି।

୭.ଶିଙ୍ଗ କୁଟ ଏମାନେ ମେଳରେ ରହିବାକୁ ଭଲ ପାନ୍ତି।ଏମାନେ ନିଜ ବସା ପାଣି ଉପରେ ତିଆରି କରନ୍ତି।ଗଛର ଛୋଟ ଡାଳ ଓ ଘାସ ଦ୍ୱାରା ନିଜର ବସା ପ୍ରସ୍ତୁତ କରନ୍ତି।ଏହି ବସା କୂଳରୁ ୪୦ ମିଟର ଦୁରତାରେ ତିଆରି ହୋଇଥାଏ।ଏମାନେ ମାଛ ମାନଙ୍କର ଶିକାର କରନ୍ତି।ପାଣିରେ ଅଵସ୍ଥା ବଦଳିବା ସହିତ ଏମାନଙ୍କ ବସାକୁ ବହୁତ ବିପଦ ଆସିଥାଏ।ସେହିଭଳି ଆଫ୍ରିକାନ ଜେକାନ ପାଣିରେ ବସା ପ୍ରସ୍ତୁତ କରନ୍ତି ଆଉ ବର୍ଷା ଦିନେ ୭-୮ ଟି ଅଣ୍ଡା ଦିଅନ୍ତି।ଆଉ ନିଜ ଛୁଆଙ୍କୁ ସୁରଖିତ ରଖିବା ପାଇଁ ଏମାନେ ନିଜ ପର ତଳେ ତାଙ୍କୁ ଚାପି ରଖନ୍ତି।

୮.ସାଧାରଣ ଟେଲର୍ ପକ୍ଷୀ,ଏମାନେ ସାଧାରଣତଃ ସବୁଜ ସ୍ଥାନରେ ରହିଥାନ୍ତି।ଏ ପକ୍ଷୀ ନିଜ ବସା ଗଛ ପତ୍ରରେ ତିଆରି କରନ୍ତି।ଏମାନେ ପତ୍ରର ଚାରିପାଖରେ କଣା କରି ବୁଢ଼ିଆଣି ଜାଲ ଦ୍ୱାରା ତାକୁ ସିଲେଇ କରନ୍ତି ଓ ତା ଭିତରେ ନରମ ତୁଳା ରଖନ୍ତି।

୯.ମହାନ ଶୃଙ୍ଗବିଲ୍,ଏମାନେ ଭାରତ,ଭୁଟାନ,ନେପାଳରେ ଦେଖାଯାନ୍ତି।ଏମାନଙ୍କ ଥଣ୍ଟ ଲମ୍ବା ଓ ବଙ୍କା ମଜବୁତ ହୋଇଥାଏ।ଏ ପକ୍ଷୀ ବସା ପାଇଁ ଗଛର ଫମ୍ପା ସ୍ଥାନକୁ ବ୍ୟବହାର କରନ୍ତି।ଏମାନଙ୍କ ବସା କାଦୁଅ ଦ୍ୱାରା ବନ୍ଦ ଥାଏ କେବଳ ଖାଇବା ଦେବା ପାଇଁ ଓ ପବନ ଯିବା ଆସିବ ପାଇଁ ଏମାନେ ଅଳ୍ପ ବାଟ ଛାଡି ଥାନ୍ତି।ଏହି ଗଛ ଭିତରୁ ମା ଚଢେଇ ୩ ମାସ ପର୍ଯ୍ୟନ୍ତ ବାହାରକୁ ଆସିନଥାନ୍ତି।

୧୦.କାଠ ହଣା ଚଢେଇ,ଏ ଚଢେଇ ବହୁତ ପରିଶ୍ରମୀ ଅଟେ।ସେ ଗଛକୁ ଖୋଳି ଖୋଳି ନିଜର ଖାଦ୍ୟ ସଂଗ୍ରହ କରିଥାଏ।୧ ସେକେଣ୍ଡରେ ଇଏ ୨୦ ଥର ଥଣ୍ଟ ମାରିଥାଏ।ଇଏ ବସା ତିଆରି କରି ସାରିବା ପରେ ଶିଉଳି ବ୍ୟବହାର କରେ ବସାକୁ ନରମ କରିବା ପାଇଁ।ଏହାକୁ ତିଆରି କରିବା ପାଇଁ ତାକୁ ୩ ସପ୍ତାହ ସମୟ ଲାଗେ।

୧୧.ଇଞ୍ଜିନିୟର ଚଢେଇ,ଏହା ମୂଖ୍ୟତଃ ଦକ୍ଷିଣ ଆମେରିକାରେ ମିଳିଥାନ୍ତି।ଏହାର ନାମ ଏହାର ପ୍ରକୃତ ନାମ ରୁଫସ୍ ହର୍ନେରୋ ଅଟେ।ଏହା ଆର୍ଜେଣ୍ଟିନାର ରାଷ୍ଟ୍ରୀୟ ପକ୍ଷୀ ଅଟେ।ଏ ଚଢେଇ କାଦୁଅ ଓ ଘାସ ଦ୍ୱାର ନିଜ ବସା ପ୍ରସ୍ତୁତ କରିଥାନ୍ତି।ଏହି ବସା କୁ ପ୍ରସ୍ତୁତ କରିବା ପାଇଁ ତାକୁ ବହୁତ ସମୟ ଲାଗେ ଏହା ଭିତରକୁ ଯିବାକୁ ଛୋଟ ବାଟ ଥାଏ।

Leave a Reply

Your email address will not be published. Required fields are marked *