ଏହି ୬ ଟି ନିୟମ ସମ୍ପର୍କ ଦୃଢ଼ କରିବାରେ ସାହାଯ୍ୟ କରେ – ଦୁନିଆ ର ସବୁ ଲୋକ ଏହି କଥା ଜାଣିବା ନିହାତି ଦରକାର..

ସମ୍ପର୍କ ଯେକୌଣସି ହେଉ ଯଦି ତାଭିତରେ ଧର୍ଯ୍ୟ,ସଂଯମତା ସମ୍ମାନ,ଆଉ ସମର୍ପଣ ହୋଇଥାଏ ତାହେଲେ ସେ ଆପଣଙ୍କ ଜୀବନକୁ ଖୁସିରେ ଭରୀ ଦେବ।ସେହି ସମୟରେ ଯଦି ଆପଣଙ୍କ ସମ୍ପର୍କରେ ଖଟାସ ଥିବ ଆଉ ପ୍ରାୟ ସମୟରେ ଶୀତଳ ଯୁଦ୍ଧର ସ୍ଥିତି ଥିବ ଏହି ସ୍ଥିତି ସହନିୟ ହୋଇନଥାଏ।କୌଣସି ସମର୍କ ଏକାକୀ ହୋଇନଥାଏ ଏହା ଦୁଇଜଣଙ୍କ ଭିତରେ ହେବ ନିହାତି ଆଵଶ୍ୟକ ହୋଇଥାଏ।ଏହି ସମ୍ପର୍କକୁ ଖୁସି ପୁର୍ଣ୍ଣ ଓ ସଠିକ ବନେଇବାକୁ ହେଲେ ଦୁଇଜଣଙ୍କ ପାର୍ଶ୍ଵରୁ ଚେଷ୍ଟା କରିବା ଆଵଶ୍ୟହୋଇଥାଏ।
ଆପଣ ସତରେ ଯଦି ନିଜ ସମ୍ପର୍କକୁ ଖୁସି ପୁର୍ଣ୍ଣ ବନେଇବାକୁ ଚାହୁଁଛନ୍ତିତ ଆପଣ ନିଜ ଜୀବନରେ ନୀତି ନିୟମ ଓ ସଂଯମତା ରଖିବା ଆଵଶ୍ୟକ ହୋଇଥାଏ।ଆଉ ଆପଣ ଏହି ନିୟମ ଗୁଡିକୁ ମାନିବା ଦ୍ୱାରା ଆପଣ ନିଜ ଜୀବନରେ ବହୁତ ଖୁସିରେ ରୁହନ୍ତି।ଏବେ ଆସନ୍ତୁ ଜାଣିବା ସେ ନିୟମ ଗୁଡିକ ବିଷୟରେ।
୧.ସ୍ୱତନ୍ତ୍ର ଦେବା ଶିଖିବା।,ସମ୍ପର୍କ ଅର୍ଥ ଏହା ନୁହେଁକି ଦୁହେଁ ଏକାଠି ରହିବା ଆଵଶ୍ୟକ ହୋଇଥାଏ।ଆଉ ଦୁହେଁ ଦୁହିଁଙ୍କ ପ୍ରତି ବିଶ୍ୱାସ ଓ ଭଲ ପାଇବା ବଢିବ।ଆଉ ଦୁଇଜଣ ଖୁସି ରହିବା ପାଇଁ ପରସ୍ପରକୁ ନିଜ ସହିତ ବାନ୍ଧି ରଖିବା କୌଣସି ଆଵଶ୍ୟକ ହୋଇନଥାଏ।ସମ୍ପର୍କରେ ସାଥୀରର ରହିବ ଓ ସ୍ୱତନ୍ତ୍ର ରହିବା ଭିତରେ ସନ୍ତୁଳନତା ରହିବା ଆଵଶ୍ୟକ ହୋଇଥାଏ।ଆପଣ ତାଙ୍କର ସୁରକ୍ଷା ପ୍ରତି ଅଧିକ ଚିନ୍ତା ଶୀଳ ହୋଇ ତାଙ୍କର ଆଜାଦି ଛଡେ଼ଇ ନେବେତ ଆପଣ ଦୁଇଜଣ କେବେ ଖୁସି ରହି ପାରିବେ ନାହିଁ।
୨.ବନ୍ଧୁତ୍ୱ ବଢାନ୍ତୁ ଦୁଇଜଣ ସାଙ୍ଗ ପରସ୍ପରକୁ ଭଲ ପାଆନ୍ତିତ ଏହା ଆଦୌ ଜରୁରୀ ହୋଇନଥାଏ କିନ୍ତୁ ଦୁଇଜଣ ଯିଏ ପରସ୍ପରକୁ ଭଲ ପାନ୍ତି ତାଙ୍କ ଭିତରେ ପରସ୍ପର ବନ୍ଧୁତା ହେବା ଆଵଶ୍ୟକ ହୋଇଥାଏ।ପ୍ରେମ ଗୋଟେ ଔପଚାରିକତା ହୋଇଯାଏ କିନ୍ତୁ ବନ୍ଧୁତ୍ୱ ଆପଣଙ୍କ ଉପରେ ଲଦା ହେଇଥିବା ଔପଚାରିକତା ଉପରୁ ରକ୍ଷା କରିଥାଏ।ବନ୍ଧୁତ୍ୱ ସମ୍ପର୍କ କୌଣସି ସମ୍ପର୍କକୁ ଟାଣ କରିପାରେ।ସେ ସମ୍ପର୍କ ଯେକୌଣସି ହେଉ ସେ ପଛେ ବାପା ପୁଅ ନହେଲେ ସ୍ୱାମୀ ସ୍ତ୍ରୀର ହେଉ।ଯେତେବେଳେ ଆପଣ ସାଙ୍ଗ ହୋଇଥିବେ ସେତେବେଳେ ଆପଣ ନିଜ ସବୁ କଥା କହି ପାରିବେ ଓ ସାମ୍ନା ଲୋକ ଆପଣଙ୍କ ସବୁ କଥା ସେ ବୁଝି ପାରିବ।ସେଥିପାଇଁ ଚେଷ୍ଟା କରିବେ କୌଣସି ସମ୍ପର୍କ ପୂର୍ବରୁ ଆପଣଙ୍କୁ ସାଙ୍ଗ କରିବା ନିହାତି ଆଵଶ୍ୟକ ହୋଇଥାଏ।
୩.ସଚ୍ଚୋଟ ରୁହନ୍ତୁ,ଯେକୌଣସି ସମ୍ପର୍କ ପୂର୍ବରୁ ସଚ୍ଚୋଟ ପଣିଆ ମହତ୍ତ୍ୱପୂର୍ଣ୍ଣ ଭାଗ ଭାବରେ ସାବ୍ୟସ୍ତ ହୋଇଥାଏ ଯଦି ଆପଣ ଧୋକା ଦେଉଛନ୍ତି ତାହେଲେ ଆପଣଙ୍କ ସମ୍ପର୍କ ଭାଙ୍ଗି ପାରେ।ସବୁ ବେଳେସତ କହିବାବା କୌଣସି ସିଧାନ୍ତରେ ପହଞ୍ଚିବା ବହୁତ କଷ୍ଟ ସାଧ୍ୟହୋଇଥାଏ କିନ୍ତୁ ଏହା ଆପଣଙ୍କ ସମ୍ପର୍କର ମୂଳଦୁଆ ହୋଇପାରେ।
୪.ବିଶ୍ଵସନୀୟ ହେବା,ଯେଉଁଠି ସଚ୍ଚୋଟ ପଣ ଆପଣଙ୍କ ଜୀବନର ମୂଳଦୁଆ ହୋଇଥାଏ ସେଠାରେ ବିଶ୍ଵସନିୟ ହେବା ଆମ ପାଇଁ ମେରୁଦଣ୍ତର କାମ କରିଥାଏ।ଆପଣଙ୍କ ସାଥି ଆପଣଙ୍କ ଉପରେ ବିଶ୍ୱାସ କରେ ଏହା ଠାରୁ ବଡ଼ କଥା ଆଉ କିଛି ହେଇ ପାରିବ ନାହିଁ କିନ୍ତୁ ସେ ବିଶ୍ୱାସ ଆପଣଙ୍କୁ ଅର୍ଜ୍ଜନ କରିବାକୁ ପଡିଥାଏ।
୫.କୌଣସି ସମ୍ପର୍କ ଠାରୁ ଅଧିକ ମହତ୍ତ୍ୱପୂର୍ଣ୍ଣ ହୋଇଥାଏ ପରସ୍ପର ବୁଝାବଣା।ଆପଣଙ୍କୁ ଏମିତି ବହୁତ ବୟସ୍କ ଲୋକ ମିଳିଯିବେ ଯେ ପରସ୍ପର ନିଜକୁ ଆଜି ମଧ୍ୟ ଭଲ ପାନ୍ତି କିନ୍ତୁ ତାଙ୍କ ଭିତରେ କୌଣସି ପାରସ୍ପରିକ ବୁଝାବଣା ନଥାଏ।ସମ୍ନା ଲୋକର କଥା ନଶୁଣିବା ନିଜକୁ ସବୁବେଳେ ଆଗରେ ରଖି ଚାଲିବା।ଏସବୁ କେବେବି ସମ୍ପର୍କକୁ ଟାଣ ଓ ନିବିଡ଼ ହେବାକୁ ଦିଏ ନାହିଁ।
୬.ଆପଣ ବନ୍ଧୁତ୍ୱରେ ପାରଙ୍ଗମ ହୁଅନ୍ତୁ।ମନ କଥା ବୁଝିବା ଆପଣ ନିଜ ସାଥୀର ମନକଥା ସବୁବେଳେ ବୁଝିବା ଆଵଶ୍ୟକ ହୋଇଥାଏ।ଅସଲି ଜୀବନରେ ଆପଣ ଯଦି କାହାକୁ ନିଜ ଜୀବନରେ ନେଇ ଗମ୍ବିର ହୋଇଥିବେ ତାହେଲେ ଆପଣଙ୍କୁ ତାଙ୍କ ସହିତ କଥା ହେବାର ଅଛି ଆଉ ତାଙ୍କୁ ବୁଝିବାକୁ ପଡିବ ଓ ତାଙ୍କୁ ବୁଝେଇବାକୁ ପଡିବ।ଚୁପ ରହି କୌଣସି ସମର୍କ ଆପଣ ତୁଲେଇ ପାରିବେନି।