ଖାଇବା ଖାଇ ସାରିବା ପରେ ଭୁଲ ରେ ମଧ୍ୟ ଏହି ୪ଟି କାମ କରନ୍ତୁ ନାହିଁ – ନଚେତ ଜୀବନରେ ବହୁତ ହଇରାଣ ହେବେ..

ଆଜି ଆମେ ଜାଣିବା ଏମିତି କେଉଁ କାମ ଯାହା ଆପଣଙ୍କୁ ଖାଦ୍ୟ ଖାଇବା ପରେ କରିବା ଉଚିତ ନୁହେଁ।୧.ପ୍ରଥମ ଜିନିଷ ଯାହା ଖାଦ୍ୟ ଖାଇବା ତୁରନ୍ତ ପରେ କରିବା ଉଚିତ ନୁହେଁ ସେ ହେଉଛି ଆପଣଙ୍କୁ ଶୋଇବା ଉଚିତ ନୁହେଁ।ସାଧାରଣତଃ ଆପଣ ରାତି ହେଉ ଅବା ଖରାବେଳେ ଖାଇବା ଖାଇ ସୋଇପଡ଼ନ୍ତି।ଯେତେବେଳେ ଆପଣ ସିଧା ଠିଆ ହୋଇଥାନ୍ତି ସେ ସମୟରେ ଅପଣଙ୍କ ଖାଦ୍ୟ ହଜମ ହେବାରେ ଏତେ କଷ୍ଟ ହୋଇନଥାଏ।ଯଦି ଆପଣଙ୍କ ଶରୀର ଶୋଇପଡିଛି ତାହେଲେ ଖାଦ୍ୟ ଭଲ ଭବାରେ ହଜମ ହୋଇନଥାଏ।ସେଥିପାଇଁ ଯଦି ଆପଣ ଖାଇବା ଖାଉଛନ୍ତି ତାହେଲେ ଆପଣ ଶୋଇବାର ୨ ଘଣ୍ଟା ପୂର୍ବରୁ ଖାଇବା ଉଚିତ।ଦେଖିବେ ଯଦି ଅପଣଙ୍କ ଓଜନ ବଢୁଛି ତାହେଲେ ବହୁତ ଶିଘ୍ର କମିଯିବ।ଆପଣ ଖାଇବା ଖାଇ ସାଙ୍ଗେ ସାଙ୍ଗେ ଶୋଇବାକୁ ପଳେଇଲେ ଆପଣଙ୍କ ଖାଦ୍ୟ ହଜମ ହୁଏନି ଆପଣଙ୍କ ଗ୍ୟାସ ହେବାର ସମ୍ବାବନା ଥାଏ ଓ ହୃଦ୍ଘାତ ହେବାର ସମସ୍ୟା ରହି ପାରେ।ଗୋଟେ ପରୀକ୍ଷା ଅନୁସାରେ ଏହା ହୃଦ୍ଘାତ ସମସ୍ୟାକୁ ୩୦% ବଢେଇ ଦିଏ।
୨.ଦ୍ଵିତୀୟ ଅଭ୍ୟାସ ହେଉଛି ଧୂମ୍ରପାନ,ସେମିତିରେ ଆପଣଙ୍କୁ ଧୂମ୍ରପାନ ଆଦୋୖ କରିବା ଉଚିତ ନୁହେଁ କିନ୍ତୁ ଆପଣ ଯଦି ଧୂମ୍ରପାନ କରୁଛନ୍ତି ତାହେଲେ ଆପଣ ଭୁଲରେବି ଖାଦ୍ଵ ଖାଇବା ପରେ ଧୂମ୍ରପାନ କରିବା ଉଚିତ ନୁହେଁ।କାହିଁକି ନା ସିଗ୍ରେଟରେ ଥିବା ନିକୋଟିନ ଆପଣଙ୍କ ଶରୀରରେ ଥିବା ଅଧିକ ଅମ୍ଳଜାନକୁ ନିଜ ସହିତ ମିଶେଇ ଦିଏ।ଯେଉଁ ଅମ୍ଳଜାନ ଅପଣଙ୍କ ଖାଦ୍ୟ ହଜମରେ କାମରେ ଆସିଥାନ୍ତ ସେ ଅମ୍ଳଜାନକୁ ନିଜ ସହିତ ନେଇ ଯାଇଥାଏ।ସେଥିପାଇଁ ଖାଦ୍ୟ ହଜମରର ବହୁତ ଅଧିକ ଅସୁବିଧା ହୋଇଥାଏ।ଆପଣଙ୍କ ଶରୀରରେ ଥିବା କାରସିନୋଜିନ ତତ୍ୱ ଅଧିକରୁ ଅଧିକ ଶୋଷିତ ହୋଇଥାନ୍ତି ଖାଦ୍ୟ ଖାଇ ସରିବା ପରେ।ସେଥିପାଇଁ କୁହାଯାଇଛି ଖାଇ ସାରିବା ପରେ ଗୋଟେ ସିଗ୍ରେଟ ୧୦ ସିଗ୍ରେଟ ସହ ସମାନ ହୋଇଥାଏ।ଏହି ଅଭ୍ୟାସ ଯେତେ ଶିଘ୍ର ହବ ସେତେ ଶିଘ୍ର ଛାଡି ଦେବା ଉଚିତ।
୩.ତୃତୀତୟ ଅଭ୍ୟାସ ହେଉଛି ଖାଇବା ଖାଇ ସାରିବା ପରେ ପରେ ଆପଣଙ୍କୁ ଗାଧେଇବା ଉଚିତ ନୁହେଁ ଏହା ବହୁତ ବିପଦ ପୁର୍ଣ୍ଣ ସାବ୍ୟସ୍ତ ହୋଇପାରେ।ଏହା ସହିତ ଆପଣଙ୍କ ପାଚନ କ୍ରିୟାରେ ଆକ୍ରମଣ କରିଥାଏ।ଯେମିତି ଆପଣ ଗାଧଉଛନ୍ତି ସେ ସମୟରେ ଆପଣଙ୍କ ରକ୍ତ ପ୍ରବାହ ଆପଣଙ୍କ ପେଟର ଆଖ ପାଖରେ ଅଧିକ ହୋଇଥାଏ।କାହିଁକି ନା ଆପଣଙ୍କ ଶରୀରର ମୁଖ୍ୟ କାମ ବର୍ତ୍ତମାନ ଖାଦ୍ୟ ହଜମ କରିବା ହୋଇଥାଏ।ଆଉ ଯେତେବେଳେ ସବୁ ରକ୍ତ ସେଠି ପହଞ୍ଚି ଯାଏ ଏହା ଆପଣଙ୍କ ଅମାଶୟକୁ ସଂକୁଚିତ ଓ ପ୍ରସାରିତ କରିଥାଏ।ଯେତେବେଳେ ଆମେ ଖାଇବା ପରେ ଗାଧେଇ ଥାଉ ସେତେବେଳେ ଆମ ଶରୀରର ରକ୍ତ ସବୁ ସ୍ଥାନକୁ ସମାନ ଭାଗରେ ରକ୍ତ ପ୍ରବାହ ହୋଇଥାଏ।
୪.ଚତୁର୍ଥ ରେ ଖାଇ ସାରିବା ପରେ ପରେ ଆମେ ଚା ପିବା ଉଚିତ ନୁହେଁ।ଚା ରେ ଟାନିକ ଏସିଡ ଥାଏ,ଆପଣ ଖାଇ ଥିବା ଖାଦ୍ୟରେ ଥିବା ପ୍ରୋଟିନ ଓ ଆଇରନ ସହିତ ନିଜକୁ ମିଶେଇ ଦିଏ।ଏହା ଦ୍ୱାରା ଆମ ଶରୀରରେ ଯେଉଁ ଆଇରନ ମିଶି ଥାନ୍ତା ସେଥିରେ ୯୦% କମି ଆସିଥାଏ।ଆଉ ଏହି ଅଳ୍ପ ଆଇରନ ଆମ ଶରୀରରେ ହେଉଥିବା ଆନିମିଆର କାରଣ ହୋଇଥାଏ।ରକ୍ତରେ ରେଡ଼ ବ୍ଲଡ଼ ସେଲ କମିଥାଏ।ଯଦି ଆପଣ ଖାଇ ସାରି ଚା ପିଉଛନ୍ତି ତାହେଲେ ଏହା ଆନିମିଆର କାରଣ ହୋଇଥାଏ।ତେଣୁ ଆପଣ ଖାଦ୍ୟ ଖାଇ ସାରି ଚା ପିବା ଉଚିତ ନୁହେଁ।