ଥାଇରଏଡ଼ ହେବାର ମୂଖ୍ୟ କାରଣ କଣ ? ଆଉ ଏହାକୁ କିପରି ଦୁରେଇ ପରିବା – ଜୀବନରେ କେବେ ହେବ ନାହିଁ ଏ ସମସ୍ୟା

ଯଦି ଆପଣଙ୍କୁ କୌଣସି ପ୍ରକାରର ଥାଇରଏଡ଼ ଅଛି ଯେମିତିକି ହାଇପୋଥାଇରଏଡ୍ ହେଉ ବା ହାଇପଏର ଥାଇରଏଡ଼ ହଉ ଆପଣଙ୍କୁ ମନକରି ଏ ପାଞ୍ଚଟି ଜିନିଷ ଭୁଲରବି ଖାଇବେ ନାହିଁ କାରଣ ଏହା ଆପଣଙ୍କ ଥାଇରଏଡ଼ ଉପରେ ବହୁତ ଖରାପ ପ୍ରଭାବ ପକେଇଥାଏ।ଏହି ୫ ଟି ଜିନିଷକୁ ଖାଇବା ଦ୍ୱାରା ଔଷଧର ପ୍ରଭାବ ମଧ୍ୟ କମି ଯାଇଥାଏ। ଥାଇରଡ଼ ଆଜି ଗଳାରେ ଉପସ୍ଥିତ ଏକ ଛୋଟ ଗ୍ରନ୍ଥି ହୋଇଥାଏ,ଯାହା ନିଶ୍ୱାସ ନବା ନଳୀ ଉପରେ ଗୁଡେଇ ହୋଇଥାଏ।ଏଥିରୁ ହରମୋନ ବାହାରି ଥାଏ ଯାହା ଶରିରର ବିକାଶ ଓ କାମ କାର୍ଯ୍ୟକୁ ପ୍ରଭାବିତ କରିଥାଏ।ଏହି ଗ୍ରନ୍ଥି ଆୟୋଡିନର ବ୍ୟବହାର କରି ହରମୋନ ପ୍ରସ୍ତୁତ କରିଥାଏ।ଥାଇରକ୍ସିନ ଭଳି ହରମୋନ ମଧ୍ୟ ସେ ଗ୍ରନ୍ଥି ବାହାର କରିଥାଏ ଏହାକୁ ଟି ୪ କୁହାଯାଏ,ଏହା ଶରୀର ଭିତରକୁ ଯାଇ ଟି ୩ ରେ ପରିଣତ ହୋଇଥାଏ।
ଯଦି ଆପଣଙ୍କ ଶରୀରରେ ଥାଇରଏଡ଼ ହରମୋନ କମ ସୃଷ୍ଟି ହୋଇଥାଏ ତେବେ ତାକୁ ହାଇପୋଥାଇରଏଡ଼ କୁହାଯାଏ।ଆଉ ଯେତେବେଳେ ଅଧିକ ହରମୋନ ସୃଷ୍ଟି ହୋଇଥାଏ ତାକୁ ହାଇପରଥାଇରଏଡ଼ କୁହାଯାଏ।ଯଦି ଆପଣଙ୍କ ଶରୀରର ରକ୍ତରେ ଅଧିକ ମାତ୍ରରେ ଟି.ଏସ.ଏଚର ମାତ୍ରା ଅଧିକ ଥାଏ ତାହେଲେ ଜାଣିବା ଶରୀରରୁ ହରମୋନର ମାତ୍ରା କମ ଉତ୍ପାଦନ ହେଉଛି।ଯଦି ଟି.ଏସ.ଏଚର ମାତ୍ରା କମ ବାହାରିଥାଏ ତାହେଲେ ଶରୀରରେ ହରମୋନ ଅଧିକ ଉତ୍ପାଦନ ହେଉଛି।
କୋଷ୍ଠକାଠିନ୍ୟ ଭଳି ସମସ୍ୟା ହୋଇପାରେ,କିଛି କରିବାକୁ ଇଛା ହୁଏନି ମାଂସ ପେଶୀରେ ବିନ୍ଧା ବିନ୍ଧି ହେବ।ଯଦି ଆପଙ୍କୁ ହାଇପରଥାଇରଏଡ଼ ଭଳି ସମସ୍ୟା ଦେଖାଯାଏ ଆପଣଙ୍କ ପାଚନ ଶକ୍ତି ବଢି ଯାଏ,ଓଜନ କମିଯାଏ,ଶରୀରର କୌଣସି ଅଙ୍ଗ ଅଣଆୟତ ହୋଇ ପାରେ।ଅସ୍ତବ୍ୟସ୍ତ ଲାଗିବ,ହୃଦ ସ୍ପନ୍ଦନ ବଢି ପାରେ।ଗରମ ବେଶି ଲାଗେ,ଝାଳ ବେଶି ଆସେ,ବହୁତ ସମୟ ପରିଶ୍ରା ଲାଗେ।ଏହି ଭଳି ସମସ୍ୟା ମାନ ଦେଖାଯାଏ।
ଆୟୋଡିନ ବା ଲୁଣ-ଲୁଣ ଖାଇବା ଆଵଶ୍ୟକ ଓ ଖାଇବା ଅନାଵଶ୍ୟକବି।ଏହା ଆପଣଙ୍କ ଶରୀର ଉପରେ ନିର୍ଭରଶୀଳ ଅଟେ ଆପଣ କେତେ ଖାଇବା ଦରକାର ବା କେତେ ନୁହେଁ।ଥାଇରଏଡ଼ ଗ୍ରନ୍ଥି ପାଇଁ ଶରିରରେ ଆୟୋଡିନର ହବା ଆଵଶ୍ୟକ ଥାଏ।ଥାଇରଏଡ଼ ଗ୍ରନ୍ଥି ଆୟୋଡିନର ବ୍ୟବହାର କରି ହିଁ ଥାଇରଏଡ଼ ହରମୋନ ନିର୍ମାଣ କରିଥାଏ।ଆୟୋଡିନ ଅଭାବରୁ ଶରୀରରେ ଥାଇରଏଡ଼ ଗ୍ରନ୍ଥି ଫୁଲି ଯାଏ ଏହାକୁ ଗଳଗଣ୍ଡ ରୋଗ ବୋଲି କୁହାଯାଏ।
ଗର୍ଭବତୀ ମହିଳା:-ଏମାନଙ୍କୁ ମଧ୍ୟ ଥାଇରଏଡ଼ ହେବାର ସମ୍ଭାବନା ଅଛି।ଗର୍ଭଧାରଣ ପରେ ୧୫% ଲୋକଙ୍କୁ ଥାଇରଏଡ଼ ଆକ୍ରମଣ କରିଥାଏ।ଆଉ ବହୁତ ଲୋକଙ୍କୁ ଏହି ଥାଇରଏଡ଼ ହୋଇନଥାଏ।ସେଥିପାଇଁ ଆପଣ ଦେଖିଥିବେ ମହିଳା ମାନଙ୍କ କ୍ଷେତ୍ରରେ ଥାଇରଏଡ଼ ବେସି ଦେଖାଯାଇଥାଏ।
ଯଦି ଆପଣ ମାନଙ୍କ ଭିତରୁ କିଛି ଲୋକ ଥାଇରଏଡ଼ର ଶିକାର ହୋଇଛନ୍ତି ତାହେଲେ ନିଜ ଜୀବନ ଶୈଳୀ ରେ କିଛି ମାତ୍ରାରେ ପରିବର୍ତ୍ତନ ଆଣିବାର ଅଛି।ଔଷଧ ସହିତ ଆମେ ଏହାକୁ ପ୍ରାକୃତିକ ଉପାୟରେ ମଧ୍ୟ ଭଲ କରିବାକୁ ଚେଷ୍ଟା କରିବା।ଆଉ ଏହାର ପ୍ରଭାବକୁ ଯେତେ କମ ହେବ ଆମେ କରିବା।ଆସନ୍ତୁ ଜାଣିବା କେତେକ ଉପାୟ ଓ ଖାଦ୍ୟ ପଦାର୍ଥ ଯାହାକୁ ଆମେ ଅଣଦେଖା କରିବା।
୧.ଚିନି ଯୁକ୍ତ ଖାଦ୍ୟ ପଦାର୍ଥକୁ ଆମେ ଅଣଦେଖା କରିବା ଉଚିତ।ଏହା ଆପଣଙ୍କ ଶରୀରରେ ଇନଫ୍ଲୁଏସ କୁ ବଢ଼େଇଥାଏ।ଏହା ଦ୍ୱାରା ଆମ ଥାଇରଏଡ଼ ଗ୍ଲାଣ୍ଡ ରୁ ବାହାରୁଥିବା ଟି-୩ ଓ ଟି-୪ ହରମୋନ କୁ ଧିମା କରିଥାଏ।ଆପଣ ନିଜ ଖାଦ୍ୟ ପେୟର ଆର୍ଟିଫିସିୟାଲ ଚିନିର ବ୍ୟବହାର କରି ପାରିବେ।
୨.ଭିଟାମିନ ବି-୧୨ ଅଭାବରେ ଆପଣଙ୍କ ଶରୀରରେ ହେଲେ ଅପଣଙ୍କୁ ବିଭିନ୍ନ ପ୍ରକାରର ଥକାପଣ ଓ ଦୁର୍ବଳତା ହେବା ଆରମ୍ଭ ହୋଇଯିବ।ସେଥିପାଇଁ ଶରୀରକୁ ଭରପୁର ମାତ୍ରରେ ଭିଟାମିନ ବି-୧୨ ର ଖାଦ୍ୟ ପଦାର୍ଥ ଦେବା ଆରମ୍ଭ କରି ଦିଅନ୍ତୁ।ଯେମିତି କ୍ଷୀର,ଅଣ୍ଡା ଇତ୍ୟାଦି।
୩.ସବୁଜ ତଟକା ପନିପରିବା ଓ ସାଗରେ ପ୍ରଚୁର ମାତ୍ରରେ ମ୍ୟାଗ୍ନେସିୟମ ଥାଏ।ଯାହା ଆପଣଙ୍କ ଶରୀରର ଭାଇଟାଲ ପ୍ରକ୍ରିୟାକୁ ରେଗୁଲେଟ କରିଥାଏ।ଆପଣ ଏସବୁ କୁ ନିଜ ଆହାରରେ ମିସେଇବା ଆରମ୍ଭ କରନ୍ତୁ।
୪.କାଜୁ,ବାଦାମ,ଏଗୁଡିକ ଆଇରନର ପ୍ରଚୁର ସୋର୍ସ ଅଟନ୍ତି,ଆଉ ଏଥିରେ ସେଲିନିନ ପ୍ରଚୁର ମାତ୍ରରେ ଥାଏ।ଏହି ଦୁଇଟି ଜିନିଷକୁ ଆପଣ ନିଜ ଖାଦ୍ୟରେ ମିଶାନ୍ତୁ।
୫.ଯଦି ଆପଣ ମାଛ ଓ ଆମିଷ ସେବନ କରନ୍ତି ତାହେଲେ ଆପଣ ସି ଫୁଡ଼କୁ ନିଜ ଆହାରରେ ଯୋଡି ପାରିବେ।ଯାହା ଭିତରେ ପ୍ରଚୁର ମାତ୍ରାରେ ଆୟୋଡିନ ଥାଏ ଯାହା ଆମ ଥାଇରଏଡ଼ ପାଇଁ ବହୁତ ଭଲ ହୋଇଥାଏ।ଆଉ ଆପଣ ସୋୟାବିନ ଯୁକ୍ତ ଖାଦ୍ୟ ପଦାର୍ଥ ଖାଇବା ଦୁର କରନ୍ତୁ।ସକାକୁ କୁସ୍ତି କସର୍ତ ନିଶ୍ଚିନ୍ତ କରନ୍ତୁ।