February 13, 2025

Odia Express

Leading Odia News Portal of Odisha

ଜୀବନରେ ସଫଳତା ପାଇ ବାକୁ ହେଲେ ଏ ଚାରୋଟି କଥା ନିଜ ଜୀବନରେ ପାଳନ କର..

ଆଚାର୍ଯ୍ୟ ଚାଣକ୍ୟ ଜଣେ ମହାନ ନୀତିକାର ଥିଲେ।ଆଉ ତାଙ୍କର ନିୟିବାଣୀକୁ ସମସ୍ତେ ନିଜ ଜୀବନର କାର୍ଯ୍ୟରେ ଲଗେଇ ପାରନ୍ତି।ଆଉ ସେ ତାଙ୍କ ନୀତିବାଣୀ ଦ୍ୱାରା ସମସ୍ତଙ୍କୁ ପ୍ରଭାବିତ କରି ପାରିଥିଲେ।ଆଉ ସେ ଜଣେ ଭଲ ନୀତିକାର ସହିତ ଜଣେ ଭଲ ରାଜନୀତିକାର ମଧ୍ୟ ଥିଲେ।ତାଙ୍କର ନୀତିବାଣୀ ସାହାଯ୍ୟରେ ସେ ଚନ୍ଦ୍ରଗୁପ୍ତ ମୋର୍ଯ୍ୟଙ୍କୁ ରାଜା କରେଇ ପାରିଥିଲେ।ଆଉ ତାଙ୍କ ନୀତିବାଣୀକୁ ଯେଉଁ ବ୍ୟକ୍ତି ନିଜ ଜୀବନରେ ଗଢି ତୋଳିପାରିବ ସେ ତା ଜୀବନକୁ ଖୁସିରେ ବ୍ୟତୀତ କରି ପାରିବ।ଆଉ ନିଜକୁ ସେ ସମାଜରେ ପ୍ରତିଷ୍ଠିତ କରି ପାରିବ ତେଣୁ ଆମେ ମଧ୍ୟ ଆଚାର୍ଯ୍ୟ ଚାଣକ୍ୟଙ୍କର ନୀତି ବାଣୀକୁ ନିଜ ଜୀବନରେ ଗଢିତୋଳିବା ନିହାତି ଆଵଶ୍ୟକ ଅଟେ।

ଆଉ ଆଚାର୍ଯ୍ୟ ଚାଣକ୍ୟଙ୍କର ନୀତିବାଣୀର ଅନୁସରଣ ଓ ଅଧ୍ୟୟନ ଆଜି ମଧ୍ୟ କରାଯାଇଥାଏ।ଆଚାର୍ଯ୍ୟ ଚାଣକ୍ୟ ଶାସନ ପ୍ରସାସନ ଓ ସାଧାରଣ ଜୀବନ ଯାପନ ପାଇଁ ଅନେକ ନୀତିମାନ ନିର୍ମାଣ କରିଛନ୍ତି।ଯଦି କୌଣସି ବ୍ୟକ୍ତି ଆଚାର୍ଯ୍ୟ ଚାଣକ୍ୟଙ୍କ ଦ୍ଵାରା ତିଆରି କରାଯାଇଥିବା ନୀତି ଗୁଡିକୁ ଭଲ ଭାବରେ ଅନୁସରଣ କରିଥାଏ ତାହେଲେ ସେ ବ୍ୟକ୍ତି ମାନଙ୍କ ଜୀବନରେ କୌଣସି ପ୍ରକାରର ବିପଦା ଆସିନଥାଏ।ସେ ସମାଜର ପ୍ରତିଷ୍ଠା ପାଇଁ ଚାଣକ୍ୟ ନୀତି ନାମକ ଏକ ପୁସ୍ତକ ଲେଖିଥିଲେ।ଆଉ ତାଙ୍କ ନୀତି ବାଣୀରେ ଲେଖା ହୋଇଥିବା ଏମିତି ଚାରିଟି କଥା ବିଷୟରେ ଵର୍ଣ୍ଣାନା କରିଛନ୍ତି ଯାହାକୁ ଯେକୌଣସି ବ୍ୟକ୍ତି ନିଜ ଜୀବନରେ ପାଳନ କରିଥାଏ ତାହେଲେ ବ୍ୟକ୍ତି ସଫଳତାର ସୀଢୀ ଚଢ଼ିବାକୁ ଲାଗିଥାଏ।

ଆଉ ଏ ସବୁ ନୀତିବାଣୀକୁ ନିଜ ଜୀବନରେ ପ୍ରୟୋଗ କରିବା ଦ୍ୱାରା ବହୁତ ସହଜରେ ନିଜ ଜୀବନର ଲକ୍ଷ୍ୟ ପାଖରେ ପହଁଞ୍ଚିପାରିଥାଏ।ଆଉ ଆପଣ ମଧ୍ୟ ଏ ନୀତି ଗୁଡିକୁ ନିଜ ଜୀବନରେ ପ୍ରୟୋଗ କରିବା ଦ୍ୱାରା ଆପଣ ମଧ୍ୟ କୌଣସି କ୍ଷେତ୍ରରେ ବିଫଳ ହେବେ ନାହିଁ।ତେବେ ଆସନ୍ତୁ ଜାଣିବା ସେ ଚାରୋଟି କଥା ଯାହା ସେ ନିଜ ଚାଣକ୍ୟ ନୀତିରେ ଵର୍ଣ୍ଣନା କରିଛନ୍ତି।ତେବେ ଚାଲନ୍ତୁ ଜାଣିବା ସେ ଚାରୋଟି କଥା ସବୁ କଣ କଣ ?

୧.ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତି ବାଣୀ ଅନୁସାରେ ଯେକୌଣସି ବ୍ୟକ୍ତି ଯେକୌଣସି କାମ କରିବା ପୂର୍ବରୁ ତାର ଭଲ ଓ ଖରାପ କଥାକୁ ନିଜ ଧ୍ୟାନରେ ରଖିଥାଏ ଓ ସେ କାମ କରିବା ଦ୍ୱାରା ଆମକୁ କଣ ପରିଣାମ ମିଳିପାରେ ତାକୁ ଧ୍ୟାନରେ ରଖିଥାଏ,ଆଉ ଜୀବନରେ ଯେକୌଣସି କାର୍ଯ୍ୟ କରିବା ପୂର୍ବରୁ ସେ ବିଷୟରେ ଗଭୀର ଭାବରେ ଚିନ୍ତନ ଓ ମନନ କରିଥାଏ ତାହେଲେ ସେ ବ୍ୟକ୍ତି ତା ଜୀବନରେ ଯେକୌଣସି କାର୍ଯ୍ୟ କରୁ ସେ କେବେ ଅସଫଳ ହୋଇନଥାଏ ଆଉ ସବୁ କାର୍ଯ୍ୟରେ ହିଁ ସଫଳ ହୋଇଥାଏ।ଏମିତି ଲୋକ ନିଜ ଜୀବନରେ ବହୁତ ଉଚ୍ଚକୁ ଯାଆନ୍ତି ବା ଉନ୍ନତି କରନ୍ତି।ଆଉ ଯେଉଁ ଲୋକ ବିନା କୌଣସି କାରଣରେ ବା ବିନା ଚିନ୍ତନ ମନନ ଦ୍ୱାରା ଯଦି କୌଣସି କାର୍ଯ୍ୟ କରିଥାଏ ତାହେଲେ ତାଙ୍କୁ କୌଣସି ପ୍ରକାରର ସଫଳତା ମିଳିନଥାଏ।ଗୋଟେ ସମୟ ଆସିବ ପରେ ସେ ଥକି ଯାଆନ୍ତି ଓ ଶକ୍ତି,ଆତ୍ମବିଶ୍ୱାସ ତାଙ୍କ ସାଥି ଛାଡି ଦେଇଥାନ୍ତି।ଆଉ ତାପରେ ସର୍ଵ ଶେଷରେ ନିଜର ବିଫଳତାକୁ ହିଁ ସ୍ୱୀକାର କରିଥାନ୍ତି।

୨.ତାପରେ ଦ୍ୱିତୀୟରେ ସେ ଲୋକ ଯିଏ ସବୁବେଳେ ସଫା ପାଣି ଓ ସଫା ଖାଦ୍ୟ ଖାଇଥାନ୍ତି ତାଙ୍କର ରୋଗରେ ପଡିବାର ସମ୍ବାବନା ସବୁଠାରୁ କମ ହୋଇଥାଏ।ଆଉ ଏମିତି ଲୋକ ନିଜର ଶକ୍ତିର ବ୍ୟବହାର ନିଜର ଉନ୍ନତି ପାଇଁ କରିଥାନ୍ତି।ଜୀବନରେ ଉନ୍ନତି କରିବା ଓ ଯେକୌଣସି ଭଲ ଓ ବଡ଼ କାମ କରିବା ପାଇଁ ଆପଣ ପୃଷ୍ଟିକର ଖାଦ୍ୟ ଖାଇବା ଓ ଭଲ ସଫା ସୁତରା ପାଣି ପିଇବା ଆଵଶ୍ୟକ ଅଟେ।

୩.ତାପରେ ଆସିବେ ସେ ଲୋକ ଯିଏ ଯେକୌଣସି କାମକୁ ମାପି ଚୂପି ସଂଯମତାର ସହିତ କରନ୍ତି।ତାଙ୍କ ରାସ୍ତାରେ ବହୁତ ଅଳ୍ପ କଠିନତା ଆସିଥାଏ।ଏ କଥା ସତ ହୋଇଥାଏକି ଯେଉଁ ବ୍ୟକ୍ତି ବହୁତ କମ କହିଥାଏ ଓ ନିଜକୁ ସବୁବେଳେ ସଂଯମ ରଖିଥାଏ ଏହି ଭଳି ଲୋକ ନିଜ ଜୀବନରେ ବହୁତ ଆଗକୁ ଯାଇଥାନ୍ତି।ଆଉ ଦିନେ ନା ଦିନେ ଗୋଟେ ଉଚ୍ଚା ସ୍ତର ହାସିଲ କରନ୍ତି।ଆଉ ତାଙ୍କ ପାଖରେ କୌଣସି ଜିନିଷର ଅଭାବ ନଥାଏ।

୪.ତାପରେ ଶେଷରେ ଆସିବେ ସେ ଲୋକ ଯେଉଁମାନେ ଯେକୌଣସି କାର୍ଯ୍ୟକୁ ବହୁତ ଶାନ୍ତ ଭାବରେ ଓ ନିଜର ଧର୍ଯ୍ୟକୁ ସଂଗଠିତ କରି କରିଥାନ୍ତି ସେ ଲୋକମାନେ ଜୀବନରେ ବହୁତ ସହଜରେ ସଫଳତା ପ୍ରାପ୍ତ କରିଥାନ୍ତି।ସେଥିପାଇଁ କାର୍ଯ୍ୟ କରିବ ସମୟରେ ସଫଳତାକୁ ବନେଇ ରଖିବା ଆମର ମୂଳ ଚାବିକାଠି ଅଟେ।ଜୀବନରେ ଧର୍ଯ୍ୟର ହେବା ବହୁତ ଆଵଶ୍ୟକ ଅଟେ।ଏହା ଦ୍ୱାରା ବ୍ୟକ୍ତି ନିଜ ଜୀବନରେ ବହୁତ କିଛି ହାସଲ କରି ନେଇଥାଏ।ଏମିତି ବ୍ୟକ୍ତି ସବୁ କାମକୁ ବୁଝାବଣାର ସହିତ କରିଥାନ୍ତି।ଯାହାଦ୍ୱାର ସେଥିରେ ଭୁଲ ହେବାର ସମ୍ଭାବନା ନା ଭଳି ହୋଇଥାଏ।ତାହେଲେ ଏହା ଥିଲା ସେ ୪ ଟି ନୀତି ବାଣୀ ଯାହାକୁ ନିଜ ଜୀବନରେ ସ୍ଥାପନ କରିବା ଦ୍ୱାରା ବ୍ୟକ୍ତି କୌଣସି କ୍ଷେତ୍ରରେ ହାରି ନଥାଏ।

Leave a Reply

Your email address will not be published. Required fields are marked *