March 21, 2025

Odia Express

Leading Odia News Portal of Odisha

ଏହି ଚାରିଟି ରାଶି ହୋଇଥାନ୍ତି ଦୁନିଆର ସବୁଠାରୁ ଶକ୍ତିଶାଳୀ – ଏମାନଙ୍କ ସହ ପଙ୍ଗା ନେବା ମହଙ୍ଗା ହେଇପାରେ..

ଏହି ଚାରିଟି ରାଶି ହୋଇଥାଏ ସବୁଠାରୁ ଶକ୍ତିଶାଳୀ,ଆଉ ଏମାନଙ୍କ ଠାରୁ ଦୂରେଇ ରହିବା ଆବଶ୍ୟକ।ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଦେଖିବାକୁ ଗଲେ ଆପଣ ମାନଙ୍କ ଜୀବନ ସମ୍ପୂର୍ଣ୍ଣ ଭାବରେ ଆପଣଙ୍କ ରାଶିର ଅନୁସାରେ ଚାଲିଥାଏ।ଗ୍ରହ ନକ୍ଷେତ୍ରର ଆପଣଙ୍କ ଉପରେ କଣ ପ୍ରଭାବ ପଡିଥାଏ,ଏହି ସବୁ ଜିନିଷ ଆପଣଙ୍କ ରାଶି ଆପେ ଆପେ ଦେଖେଇ ଦେଇଥାଏ।ଏହା ସତ୍ୟ ଅଟେକି ଆମେ ଆଧୁନିକ ଯୁଗରେ ବଞ୍ଚିବା କାରଣରୁ ଆମେ ଜ୍ୟୋତିଷ ଶାସ୍ତ୍ର ଠାରୁ ଦୂରେଇ ରହିଥାଉ।ଏହା ସତ୍ୟ ଅଟେକି ଯେଉଁ ସମସ୍ୟା ଜ୍ୟୋତିଷ ଦ୍ୱାରା ସମାଧାନ କରିପାରୁ ତାକୁ ଅନ୍ୟ କୌଣସି ମାଧ୍ୟମ ଦ୍ୱାରା ଠିକ କରିବା ଅସମ୍ଭବ ଅଟେ।ଆଉ ବିଶ୍ୱାସ କରନ୍ତୁ ପ୍ରାୟ କେତେକ ସମୟରେ ଏମିତି କରିବା ସମ୍ପୂର୍ଣ୍ଣ ରୂପରେ ଅସମ୍ଭବ ମଧ୍ୟ ଅଟେ।କୌଣସି ବ୍ୟକ୍ତି କେମିତି ହୋଇଥାଏ ପ୍ରାୟ ସମୟରେ ସେ ଯେମିତି ଦେଖାଯାଏ କଣ ସେ ସେହି ଭଳି ହୋଇଥାଏ,ଏହି ସବୁ ପ୍ରଶ୍ନର ଉତ୍ତର ଆମକୁ ଜ୍ୟୋତିଷ ଶାସ୍ତ୍ର ଦ୍ୱାରା ମିଳିଥାଏ।

ଜୀବନର ଗୁପ୍ତ କଥାର ଖୁଲାସା ଆମ କୁଣ୍ଡଳୀ ମଧ୍ୟ କରିଥାଏ।ଏହା ବ୍ୟତୀତ ଜ୍ୟୋତିଷର ଆଉ କିଛି ଖାସ କଥା ରହିଛି।ଏହା ଅନୁସାରେ ଆପଣ ବ୍ୟକ୍ତିର ରାଶି ଅନୁସାରେ ତାକୁ ଆପଣ ଜାଣିପାରିବେ।କହିବାର ତାତ୍ପର୍ଯ୍ୟ ଏହାକି ସବୁ ରାଶି ଭିତରେ କିଛି ବହୁତ ବଡ଼ ଖୁବି ଥାଏ।ଆଉ ଯେଉଁ ବ୍ୟକ୍ତିର ରାଶିର ଯେକୌଣସି ଖୁବି ଥାଏ ତାଭିତରେ ପ୍ରବେଶ କରିଯାଇଥାଏ।ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଯେଉଁ ଯେଉଁ ରାଶି ଥାଏ ସେ ନିଜ ନିଜ ଭିତରେ ଅତ୍ୟନ୍ତ ମହତ୍ୱପୁର୍ଣ୍ଣ ହୋଇଥାଏ।ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ସେ ରାଶି ଗୁଡିକ ଭିତରୁ ଚାରୀଟି ରାଶି ଏମିତି ହୋଇଥାଏ ଯାହା ପ୍ରକୃତରେ ବହୁତ ମହତ୍ୱପୁର୍ଣ୍ଣ ହୋଇଥାଏ।ସେ ଏତେ ଶକ୍ତିଶାଳୀ ରାଶି ହୋଇଥାନ୍ତିକି ସମ୍ନା ଲୋକଙ୍କୁ ତାଙ୍କ ସମ୍ନାରେ ନଇଁବାକୁ ପଡେ।

୧.ପ୍ରଥମେ ଆସିବ ମେଶ ରାଶି:-ଏହି ରାଶି ଅନ୍ୟ ରାଶି ମାନଙ୍କ ତୁଳନାରେ ସବୁଠାରୁ ଅଧିକ ଉର୍ଜାବାନ ବୋଲି ଆମେ ଜଣିଥାଉ।ଏମାନେ ସବୁବେଳେ ସକ୍ରିୟ ରହି ଥାନ୍ତି।ଯଦି କେହି ତାଙ୍କୁ ବୋର କରେ ତାହେଲେ ତାଙ୍କୁ ସେ ଅଣଦେଖା କରିବା ଆରମ୍ଭ କରି ଦିଅନ୍ତି।ଏମାନେ କାହା ଉପରେ ବିଶ୍ୱାସ କରନ୍ତି ନାହିଁ,କଥାକୁ ସବୁବେଳେ ନିଜ ହାତରେ ରଖନ୍ତି।ଏମାନଙ୍କ ନିର୍ଣ୍ଣୟ ଏମାନଙ୍କ ନିଜର ହୋଇଥାଏ।ଏମାନେ କାହାଠାରୁ ପ୍ରଭାବିତ ହୋଇ ନିଜର ଜୀବନର ରାସ୍ତା ନିଶ୍ଚିତ କରନ୍ତି ନାହିଁ।

୨.ଦ୍ଵିତୀୟରେ ଆସିବ ବିଛା ରାଶି:-ଏମାନେ ସମର୍ପିତ ଓ ବିଶ୍ଵସ୍ତ ହୋଇଥାନ୍ତି।ଏହା ସହିତ ଏମାନଙ୍କ ଭିତରେ ଦ୍ରୋହୀ ସ୍ଵଭାଵ ମଧ୍ୟ ରହିଥାଏ।ଯେଉଁମାନେ ନିଜେ ସବୁବେଳେ ସମସ୍ତଙ୍କୁ ଧୋକା ଦେଇଥାନ୍ତି ସେମାନଙ୍କ ଠାରୁ ଏମାନେ ଦୁରେଇ ରହିବା ଉଚିତ।ଏମାନେ ବହୁତ ଭାବୁକ ହୋଇଥାନ୍ତି।ଏହି କାରଣରୁ ଏମାନଙ୍କୁ କଷ୍ଟ ସହିବାକୁ ହୋଇଥାଏ।ଏମାନଙ୍କ ଭିତରେ ଭବିଷ୍ୟତକୁ ଜାଣିବାର କ୍ଷମତା ଅଛି।ଯାହା ଆପଣ ଭାବି ପାରିବେନି ସେ କଥା ଏମାନେ ଭାବି ନିଅନ୍ତି ତେଣୁ ଏମାନଙ୍କ ଠାରୁ ଦୂରେଇ ରହିବା ଉଚିତ।

୩.ତୃତୀୟରେ ଆସିବ କୁମ୍ଭ ରାଶି:-ଏମାନେ କେବେ ହେଲେ ଭାବବିହ୍ୱଳ ହୋଇ କୌଣସି ନିର୍ଣ୍ଣୟ ନେଇ ନଥାନ୍ତି।ଆଉ ଯଦି ଦରକାର ପଡେ ତାହେଲେ ଏମାନେ ନିଜ ଭାବନାକୁ ଓ ସମ୍ବେଦନାକୁ ଦୁରେଇ ଆଗକୁ ବଢି ଥାଆନ୍ତି।କୁମ୍ଭରାଶିର ଲୋକ ବହୁତ ସୁନ୍ଦର ଓ ଜିଜ୍ଞାସୁ ହୋଇଥାନ୍ତି।ଏମାନଙ୍କୁ ବୁଦ୍ଧିମାନ ମଧ୍ୟ ମନାଯାଇଥାଏ।ଏମାନଙ୍କ ଭିତରେ ଅବିଶ୍ଵସନିୟ ଆତ୍ମ ବିଶ୍ୱାସ ସହିତ ଜିଦ୍ଧି ମଧ୍ୟ ଭରି ରହିଥାଏ।

୪.ଚତୁର୍ଥ ରାଶି ହେଉଛି ମକର ରାଶି:-ଏହି ରାଶି ସବୁଠାରୁ ଉତ୍କୃଷ୍ଟ ରାଶି ହୋଇଥାଏ,ଏମାନଙ୍କ ଭିତରେ ଆତ୍ମ ନିୟନ୍ତ୍ରଣର ଭାବନା ପ୍ରବଳ ହୋଇଥାଏ।ଅନ୍ୟ ରାଶି ତୁଳନାରେ ଏମାନଙ୍କ ଭିତରେ ବହୁତ ଭଲ ଓ ଅଧିକ ଭାବିବା ଓ ଚିନ୍ତା କରିବା କ୍ଷମତା ରହିଥାଏ।ଏମାନେ ବହୁତ ସକ୍ରିୟ ହୋଇଥାନ୍ତି ତେଣୁ ଏମାନଙ୍କ ଭିତରେ ଉଦ୍ଧେଶ୍ୟ ପାଇବାର ଲକ୍ଷ୍ୟ ବହୁତ ଅଧିକ ହୋଇଥାଏ।ଏହି ସବୁ କାରଣରୁ ଏମାନଙ୍କ ଆତ୍ମବିଶ୍ବାସ ବହୁତ ବଢ଼ିକରି ଥାଏ।

Leave a Reply

Your email address will not be published. Required fields are marked *