February 6, 2025

Odia Express

Leading Odia News Portal of Odisha

ଏହି ୫ଟି ସଙ୍କେତ କହୁଛିକି ଆପଣ ଜଣେ ବୁଦ୍ଧିମାନ ବ୍ୟକ୍ତି ଅଟନ୍ତି – ଦୁନିଆ ର ସବୁ ଲୋକ ଏହି କଥା ପଢିବା ଦରକାର – ନିଶ୍ଚୟ ଜାଣିରଖନ୍ତୁ…

ନିଜ ଉପରେ ବିଶ୍ୱାସ ନହେବା ଗୋଟେ ବହୁତ ବଡ ସମସ୍ୟା ହୋଇଥାଏ,ଆଉ ବେଳେ ବେଳେ ଏହା ଏକ ସାଧାରଣ ସମସ୍ୟା ମଧ୍ୟ ହୋଇଥାଏ।ବେଳେବେଳେ ନିଜର କ୍ଷମତା ଉପରୁ ଆମେ ବିଶ୍ୱାସ ହରେଇ ଦେଇଥାଉ।ପ୍ରାୟ ସମୟରେ ଏହା ଜୀବନରେ ବାରମ୍ବାର ଫେଲ ହେବା ଦ୍ୱାରା ହୋଇଥାଏ।ଗୋଟେ କଥା ମନେ ରଖନ୍ତୁ ଯଦି ଆପଣ ନିଜ କ୍ଷମତା ଉପରେ ବିଶ୍ୱାସ କରିବେନି ତାହେଲେ କେହି ମଧ୍ୟ ଆପଣଙ୍କ ଉପରେ ବିଶ୍ୱାସ କରିବେ ନାହିଁ।ଆମ ସମସ୍ତଙ୍କ ଭିତରେ ଏକ ବୁଦ୍ଧିମାନ ଲୁଚିକି ରହିଛି।ଆଜି ଆମେ ଏକ ଛୋଟ ପ୍ରୟାସ କରିବା ନିଜ ଭିତରେ ଥିବା ଜିନିଅସକୁ ଜାଣିବା ପାଇଁ।ଆଉ ଯଦି ଏହି ପାଞ୍ଚଟି ଲକ୍ଷଣ ଭିତରୁ ଆପଣଙ୍କ ପାଖରେ ଏ ତିନିଟି ଅଛି ତାହେଲେ ଆପଣ ଜାଣି ଜାଆନ୍ତୁକି ଆପଣ ଜଣେ ଜିନିଅସ ଅଟନ୍ତି।ଆପଣଙ୍କୁ ନିଜ ଉପରେ ପ୍ରଥମେ ବିଶ୍ୱାସ କରିବାକୁ ପିଡ଼ିବ ଏହା ପୂର୍ବରୁ ଜାଣିରଖନ୍ତୁ ବୁଦ୍ଧିମାନ ଲୋକଙ୍କ ପାଖରେ ମିଳୁଥିବା ବୁଦ୍ଧିମତା କଣ ଅଟେ।

ମୂଳରୁପରେ ଥିବା ବୁଦ୍ଧିମାନକୁ ତିନି ପ୍ରକାରର ବୁଝିପାରିବା।ଚାର୍ଲସ ପିଆର ମ୍ୟାନଙ୍କର ୧୯୦୪ରେ ପ୍ରଥମ ସିଦ୍ଧାନ୍ତ ଆସିଲା।ଯଦି କୌଣସି ମଣିଷ ଆଇକ୍ୟୁ ଟେଷ୍ଟରେ ବହୁତ ଭଲ କରିଥାଏ ତାହେଲେ ସେ ସବୁଥିରେ ଭଲ କରିବ।ମାନେ ଯଦି ଆପଣ ଗୋଟେ ଜିନିଷରେ ନିଜର ବୁଦ୍ଧିମାନିତା ଦର୍ଶଉଛନ୍ତି ତାହେଲେ ଆପଣ ସବୁ କ୍ଷେତ୍ରରେ ବୁଦ୍ଧିମାନ ହୋଇଥିବେ।ଏହାର ବୀପରିତ ବହୁତ ବର୍ଷ ପରେ ହାୱାର୍ଡ ବିଶ୍ୱବିଦ୍ୟାଳୟର ମନୋବିଜ୍ଞାନି ଡକ୍ଟର ଗାର୍ଡନର ମଲ୍ଟି ପଲ ଇଣ୍ଟେଲିଜେନ୍ସି ଏହାର ବୀପରିତ ହୋଇଥାଏ।ସେ କହିଲେ ବୁଦ୍ଧିମାନି ଵିଶ୍ଳେଷଣାତ୍ମକ ଓ ଭାବନାତ୍ମକ ୮ପ୍ରକାରର ହୋଇଥାନ୍ତି।ଆଉ ସବୁ ଅଲଗା ଅଲଗା ହୋଇଥାନ୍ତି।ତାପରେ ତୃତୀୟ ସିଦ୍ଧାନ୍ତ ଆସିଲା ଡ଼କ୍ଟର ରଵର୍ଟ ସ୍ଟନ ବର୍ଗଙ୍କ ତରଫରୁ।ବୁଦ୍ଧିମତା ତିନି ପ୍ରକାରର ଅଟେ।ଗୋଟେ ଵିଶ୍ଳେଷଣାତ୍ମକ ,ରଚନାତ୍ମକ ,ବ୍ୟବହାରିକ।

ଏହାପରେ ଶେଷରେ ପ୍ରମାଣିତ ହେଲା କି ବୁଦ୍ଧିମତାକୁ ଵିଶ୍ଳେଷଣ କରିବା ପାଇଁ ଏମିତି କୌଣସି ସିଦ୍ଧାନ୍ତ ନାହିଁ।ଆଉ ପ୍ରତ୍ୟକ ମଣିଷ ପାଖରେ କିଛି ନା କିଛି ଗୁଣ ଅଛି ଯାହା ତାକୁ ବୁଦ୍ଧିମାନ ବୋଲି ଦର୍ଶାଇଥାଏ।ସେଥିପାଇଁ ଆମେ ଆପଣଙ୍କୁ କହିବାକୁ ଯାଉଛୁ ବୁଦ୍ଧିମାନ ହେବାର ୫ ଟି ସଙ୍କେତ।

୧.କଣ ଆପଣ ନିଜର ଆଖ ପାଖରେ ଥିବା ଲୋକଙ୍କୁ ହସେଇ ଥାଆନ୍ତି।ଆଉ କେହି ଆପଣଙ୍କ ପାଖକୁ ତାର ସମସ୍ୟା ନେଇ ଆସିଲେ ଆପଣ ସେ ସମସ୍ୟାର ସଠିକ ଉପଦେଶ ଦେଇଥାନ୍ତି।ଯଦି ଆପଣ ମଜାକିଆ ଅଟନ୍ତି ତାହେଲେ ଏହା ଆପଣଙ୍କ ବୁଦ୍ଧିମାନ ହେବାର କିଛି ଲକ୍ଷଣ ହୋଇଥାଏ।୧୯୯୦ ରେ ଡ଼କ୍ଟର ଏ ମାଇକେଲ ଜନସନ ଏକ ଅଧ୍ୟୟନ ପ୍ରକାଶିତ କଲେ ଆଉ ହାସ୍ୟକାର ଓ ଅସୁବିଧା ଦୁର କରୁଥିବା ବ୍ୟକ୍ତିଙ୍କ ଭିତରେ ସିଧା ସମ୍ବନ୍ଧ ମିଳିଥିଲା।

୨.କଣ ଆପଣ ବ୍ୟାକ ବେଞ୍ଚର ଅଟନ୍ତି,ଆମ ପୂର୍ବ ରାଷ୍ଟ୍ରପତି ଡ଼କ୍ଟର ଏପିଜେ ଅବଦୁଲ କଲାମ କହିଥିଲେ ବିସ୍ୱର ସବୁଠାରୁ ଅଧିକ ବୁଦ୍ଧି ପଛ ବେଞ୍ଚରେ ବସୁଥିବା ଛାତ୍ର ପାଖରେ ଥାଏ।ଯଦି ଆପଣ ଭାବୁଛନ୍ତି ପଛରେ ବସୁଥିବା ଛାତ୍ର ଦୁର୍ବଳ ଅଟେ ଓ ଭଲ ମାର୍କ ରଖିପାରିବ ନାହିଁ ତାହେଲେ ଆପଣଙ୍କ ଭାବିବାରେ କିଛି ଭୁଲ ଅଛି।ଗୋଟେ ପରୀକ୍ଷାରୁ ଜଣା ପଡିଛିକି ଜିଏ ନିଜର ରୁଟିନର କାର୍ଯ୍ୟ କରିବା ସହିତ ଅନ୍ୟ କାମ ଗୁଡିକ ମଧ୍ୟ କରିଥାଏ ସେ ସାମାନ୍ୟ ଠାରୁ ଅଧିକ ବୁଦ୍ଧିମାନ ହୋଇଥାଏ।

୩.ଆପଣ କଣ ନିଜକୁ ନିଜେ ନେଇ ଖୁସିରେ ରହୁଛନ୍ତି।ନିଜ ଭିତରେ ହଜି ଯାଉଥିବା ବ୍ୟକ୍ତି ରବିବାର ଦିନ ମଧ୍ୟ ବହି ଓ କଫି ଧରି ରବିବାର ଦିନ ମଧ୍ୟ ଘରେ ରହିଥାଏ।କଲେଜର ୨୦୦୦ ଛାତ୍ରଙ୍କ ଉପରେ ଏକ ପରୀକ୍ଷା କରାଗଲା ଆଉ ଏହା ପ୍ରମାଣିତ ହେଲାକି ଯେଉଁ ଛାତ୍ର ପିଲା ବେଳେ ଆଗ ବହି ପଢିବାକୁ ଆରମ୍ଭ କଲା ସେ ଜୀବନରେ ଉନ୍ନତି କଲେ।ସେଥିପାଇଁ କୁହାଯାଇଛି ଅଳ୍ପ ବୟସରେ ଵହି ପଢିବା ବ୍ୟକ୍ତିକୁ ଉନ୍ନତି ପଥରେ ନେଇ ଯାଇଥାଏ।

୪.ଯଦି ଆପଣଙ୍କ ଛୁଆ ବାମ ହାତରେ ଲେଖି ପାରେ ତାହେଲେ ଆପଣ ବହୁତ ଭାଗ୍ୟବାନ ଅଟନ୍ତି।ନବେ ଦଶକ ଆରମ୍ଭ ବେଳେ ଗୋଟେ ଅଧ୍ୟୟନରୁ ମିଳିଥିଲାକି ବାମ ହାତରେ ଲେଖିଥିବା ଲୋକଙ୍କର ଗୋଟେ ଭିନ୍ନ ଦୃଷ୍ଟି କୋଣ ରହିଥାଏ।ଏମାନେ ରଚନାତ୍ମକ ଭାବନାର ବ୍ୟକ୍ତି ହୋଇଥାନ୍ତି।ସମସ୍ୟାକୁ ସମାଧାନ କରିବା ଏମାନଙ୍କୁ ବହୁତ ଭଲ ଭାବରେ ଆସିଥାଏ।

୫.କଣ ଆପଣ ସବୁବେଳେ ଚିନ୍ତିତ ରହିଥାଆନ୍ତି,ସବୁବେଳେ କୁହାଯାଏକି ଚିନ୍ତା ଭଲ କଥା ନୁହେଁ,ଚିନ୍ତାର ସଠିକ ବ୍ୟବହାର କଲେ ଏହା ବହୁତ ଲାଭ ଦାୟକ ହୋଇଥାଏ।ମନୁଷ୍ୟ ମସ୍ତିଷ୍କ ଚିନ୍ତାରେ ବହୁତ ଭଲ କାମ କରିଥାଏ।ଚିନ୍ତାରେ ରହୁଥିବା ବ୍ୟକ୍ତି କାର୍ଯ୍ୟକ୍ରମ କରିବାକୁ ଅଳ୍ପ ସମୟ ନେଇଥାଏ।ତେଣୁ ଚିନ୍ତାକୁ ଗୋଟେ ଭଲ ଦିଗରେ ଲଗେଇବା ଭଲ ଅଟେ।

Leave a Reply

Your email address will not be published. Required fields are marked *