January 18, 2025

Odia Express

Leading Odia News Portal of Odisha

ବୁଦ୍ଧିମାନ ବ୍ୟକ୍ତି ମାନେ ଏହି ୪ ଟି ଉପରେ କେବେ ବି ବିଶ୍ୱାସ କରନ୍ତି ନାହିଁ – ନିଶ୍ଚୟ ଜାଣିରଖନ୍ତୁ ଏହି କଥା ଗୁଡିକ

ବନ୍ଧୁଗଣ ବିଶ୍ୱାସ ଏକ ଏପରି ଜିନିଷ ଯାହା ଅନେକ ବନ୍ଧନକୁ ଅଧିକ ମଜବୁତ୍ କରିଥାଏ ଏବଂ ବହୁତ୍ ସମୟ ବି ଏହି ବିଶ୍ୱାସ ଦ୍ଵାରା ମଧ୍ୟ ଅନେକ ବନ୍ଧନ ଭାଙ୍ଗି ବି ଯାଇଥାଏ । ଯଦି ଠିକ୍ ବ୍ୟକ୍ତି ଉପରେ ଆପଣ ବିଶ୍ୱାସ କରନ୍ତି ତାହେଲେ ଆପଣଙ୍କ ଜୀବନ ଉତ୍ତମ ହୋଇଥାଏ ଏବଂ ସେହିପରି ଖରାପ ଲୋକ ଉପରେ ବିଶ୍ୱାସ କଲେ ଜୀବନ ଖରାପ ହୋଇଯାଇଥାଏ ।ଏଥିପାଇଁ କାହା ଉପରେ ବିଶ୍ୱାସ କରିବା ଉଚିତ୍ ଏବଂ କେଉଁ ପରି ବ୍ୟକ୍ତି ମାନଙ୍କ ଠୁ ଦୂରେଇ ରହିବା ଉଚିତ୍ ଏହି କଥା ଆପଣଙ୍କୁ ଜାଣିବା ଉଚିତ୍ । ଦେବୀ ଭାଗବତ ପୁରାଣ ରେ ଏପରି ୪ ଟି ଜିନିଷ ବିଷୟରେ ଉଲ୍ଲେଖ ରହିଛି ଯାହା ଉପରେ କେବେ ବି ବିଶ୍ୱାସ କରିବା ଉଚିତ୍ ନୁହେଁ । ତେବେ ଆସନ୍ତୁ ଜାଣିବା ସେହି ବ୍ୟକ୍ତି ମାନଙ୍କ ବିଷୟରେ ।

୧. ପ୍ରଥମରେ ଆସୁଚନ୍ତି ସେହିପରି ବ୍ୟକ୍ତି ଯେଉଁ ମାନେ ଅନ୍ୟର ଦୁଃଖକୁ ଦେଖି ଖୁସି ହୋଇଥାଏ । ଏମିତି ବହୁତ୍ ଲୋକ ଥାନ୍ତି ଯେଉଁ ମାନଙ୍କୁ ଅନ୍ୟର ଦୁଃଖ କଷ୍ଟକୁ ଦେଖି ବହୁତ୍ ଆନନ୍ଦ ଆସିଥାଏ। ଏପରି ଲୋକ ବହୁତ୍ ଖରାପ ସ୍ଵଭାବ ର ହୋଇଥାନ୍ତି । ଏହିପରି ଲୋକ ସବୁବେଳେ ଅନ୍ୟ କୁ ଦୁଃଖ କଷ୍ଟ ଦେବା କଥା ଚିନ୍ତା କରିଥାନ୍ତି । ଏମାନେ ନିଜେ ତ ଅସୁବିଧା ରେ ପଡିଥାନ୍ତି ଏହା ସହିତ ଆପଣଙ୍କ ପାଇଁ ମଧ୍ୟ ଏକ ଅସୁବିଧା ତିଆରି କରିଦେଇ ଥାନ୍ତି । ଏଥିପାଇଁ ଏହିପରି ବ୍ୟକ୍ତି ଙ୍କ କଥା ରେ କିମ୍ବା ଏମାନଙ୍କ ଉପରେ କେବେ ବି ବିଶ୍ବାସ କରନ୍ତୁ ନାହିଁ ।


୨.ଦ୍ୱିତୀୟରେ ଆସୁଛନ୍ତି ସେହିପରି ବ୍ୟକ୍ତିମାନେ ଯେଉଁମାନେ କି ଅନ୍ୟର ସ୍ତ୍ରୀ ଉପରେ ମନ ରଖିଥାନ୍ତି । ଯେଉଁମାନେ ଅନ୍ୟ ସ୍ତ୍ରୀ ଉପରେ ମନ ରଖିଥାନ୍ତି ସେମାନେ ସବୁବେଳେ ସେ ସ୍ତ୍ରୀ ଙ୍କ ଆଗରେ ପଛରେ ବୁଲିଥାନ୍ତି । ଏପରି ମଣିଷ ନିଜ ମନ ରେ ବହୁତ୍ ପ୍ରକାରର ଖରାପ ଚିନ୍ତାଧାରା ଆଣିଥାନ୍ତି ।ଏମାନେ ନିଜର ଇଚ୍ଛା କୁ ପୂରଣ କରିବା ପାଇଁ କେଉଁ ଭଳି କାମ କରିବାକୁ ହେଲେ ବି ପଛ ଘୁଂଚା ଦିଅନ୍ତି ନାହିଁ ଏବଂ ବହୁତ୍ ସମୟ ରେ ମଧ୍ୟ ଅପରାଧୀ ହୋଇଥାନ୍ତି । ଏଥିପାଇଁ ଏହିପରି ବ୍ୟକ୍ତି ଙ୍କ କଥା ରେ କେବେ ଆସନ୍ତୁ ନାହିଁ କିମ୍ବା ଏମାନଙ୍କ ଉପରେ କେବେ ବି ବିଶ୍ବାସ କରନ୍ତୁ ନାହିଁ ।

୩. ତୃତୀୟରେ ଆସୁଛନ୍ତି ସେହିପରି ବ୍ୟକ୍ତିମାନେ ଯେଉଁମାନେ କି ନାସ୍ତିକ ହୋଇଥାନ୍ତି ଅର୍ଥାତ୍ ଯେଉଁମାନେ ଭଗବାନ ଙ୍କ ଉପରେ ବିଶ୍ୱାସ କରନ୍ତି ନାହିଁ । ଯେଉଁ ମାନଙ୍କର କେବେ ଧର୍ମ ଜ୍ଞାନ ସହ କୌଣସି ସମ୍ପର୍କ ଥାଏ ନାହିଁ କି ଦେବ ଭକ୍ତି ରେ । ଏମାନେ ଶାସ୍ତ୍ର ରେ ବିଶ୍ୱାସ ନ ରଖୁଥିବା କାରଣ ରୁ ପାପି ହୋଇଥାନ୍ତି । ଏହିମନେ ଅନ୍ୟ କୁ ନିଜ ପରି କରି ଦେଇଥାନ୍ତି ଏବଂ ଇଶ୍ଵର ଙ୍କ ଉପରେ ବିଶ୍ୱାସ ନ କରିବା ପାଇଁ ବାଧ୍ୟ କରିଥାନ୍ତି । ଏଥିପାଇଁ ଏହିପରି ବ୍ୟକ୍ତି ଙ୍କ କଥା ରେ କେବେ ଆସନ୍ତୁ ନାହିଁ କିମ୍ବା ଏମାନଙ୍କ ଉପରେ କେବେ ବି ବିଶ୍ବାସ କରନ୍ତୁ ନାହିଁ ।

୪. ଚତୁର୍ଥରେ ଆସୁଛନ୍ତି ସେହିପରି ବ୍ୟକ୍ତି ମାନେ ଯେଉଁମାନେ କି ଅଧିକ ଲାଳସା ଏବଂ ଲୋଭ କରିଥାନ୍ତି । ଏପରି ଲୋକ ମାନେ ବିଶ୍ଵାସ ର ପାତ୍ର ହୋଇନଥାନ୍ତି ଏମାନେ ନିଜର ଲାଭ ପାଇଁ କାହାକୁ ବି ଧୋକା ଦେଇପରାନ୍ତି । ଏପରି ଲୋକ ମାନେ ଧର୍ମ ଅଧର୍ମ ବିଷୟରେ କିଛି ଚିନ୍ତା କରନ୍ତି ନାହିଁ ଏମାନେ ନିଜର ଇଚ୍ଛା କୁ ପୂରଣ କରିବା ପାଇଁ କିଛି ବି କରିବାକୁ ଆଗଭର ଥାନ୍ତି ।ଏଥିପାଇଁ ଏହିପରି ବ୍ୟକ୍ତି ଙ୍କ କଥା ରେ କେବେ ଆସନ୍ତୁ ନାହିଁ କିମ୍ବା ଏମାନଙ୍କ ଉପରେ କେବେ ବି ବିଶ୍ବାସ କରନ୍ତୁ ନାହିଁ ।

Leave a Reply

Your email address will not be published. Required fields are marked *