କ୍ଷୀର ପିଇବା ପୂର୍ବର ଜରୁରୀ ନିୟମ। ଅଟେ ବହୁତ ଲାଭକାରୀ – ନିଶ୍ଚୟ ଏହି କଥା ଗୁଡିକ ଜାଣିରଖନ୍ତୁ

ସାଙ୍ଗମାନେ କ୍ଷୀରକୁ ଜୀବନର ସବୁଠୁ ମହତ୍ତ୍ଵ ପୂର୍ଣ୍ଣ ଆହାର କୁହା ଯାଏ।ଜନ୍ମ ହୋଇ ସବୁଠୁ ପ୍ରଥମେ ଯାହା ଆମ ଶରୀରରେ ପାନୀୟ ଜଳ ଭାବରେ ଯାଏ ତାହା କ୍ଷୀର ହିଁ ହେଇଥାଏ।କ୍ଷୀର ଏକ ପଶୁ ଜାତୀୟ ଖାଦ୍ୟ ଯାହାକି ଆମକୁ ପଶୁ ମାନଙ୍କ ଦ୍ବାରା ପ୍ରାପ୍ତ ହୋଇଥାଏ।କ୍ଷୀର ନିଜ ରୂପରେ ଏକ ସମ୍ପୂର୍ଣ୍ଣ ଆହାର ଭାବରେ ବ୍ୟବହାର କରାଯାଏ। କ୍ଷୀରରେ ବହୁତ ପ୍ରାକୃତିକ ତତ୍ତ୍ଵ ଅଛି ଯାହା ମଣିଷ ଶରୀର ପାଇଁ ବହୁତ ଉପକାରୀ ହୋଇଥାଏ। ସେଥିପାଇଁ କୁହାଯାଏ ଯେଉଁମାନେ ପ୍ରତିଦିନ କ୍ଷୀର ପିଅନ୍ତି ନାହିଁ ସେମାନଙ୍କ ଠାରେ ୪୦ବର୍ଷ ବୟସ ପରେ ଅନେକ ରୋଗ ଦେଖଦେଇଥାଏ।ବାଳକ ମାନଙ୍କୁ କ୍ଷୀର ପିଇବା ବହୁତ ଆବଶ୍ୟକ ହୋଇଥାଏ।ସେଥିପାଇଁ କ୍ଷୀର ପିଇବାର ପ୍ରକୃତ ନିୟମ ଜାଣିବା ଆବଶ୍ୟକ ହୋଇଥାଏ।
ସେଥିପାଇଁ ବହୁତ ଲୋକ ମାନେ କ୍ଷୀର କୁ ଠିକ୍ ଭାବରେ ବ୍ୟବହାର କରିପାରନ୍ତି ନାହିଁ ଏବଂ କ୍ଷୀର ସହିତ ବହୁତ ଅପଦର୍ଥ ଖାଦ୍ୟ ଖାଇବା ପରେ ବହୁତ ଅସୁବିଧାର ସମ୍ମୁଖିନ ହୋଇଥାନ୍ତି।ଆଉ ଏମିତି ବହୁତ ରୋଗ ଅଛି ଯାହାକି କ୍ଷୀର ର ଖରାପ ପ୍ରଭାବ ଯୋଗୁଁ ହୋଇଥାଏ।ପେଟ, ପାଚନ, ପରିସ୍ରା ଏବଂ ତ୍ଵଚା ପାଇଁ କ୍ଷୀର ବହୁତ ଉପକାରୀ ହୋଇଥାଏ।ସେଥିପାଇଁ ଯେତିକି ଜରୁରୀ ଆମକୁ କ୍ଷୀର ପିଇବା ପାଇଁ ପଡ଼ିଥାଏ ତାହାଠାରୁ ଅଧିକ ଜରୁରୀ କ୍ଷୀରକୁ ପିଇବା ର ନିୟମ ଜାଣିବା ଦରକାର।ଆଜି ଆମେ ଜାଣିବା ଯେ କ୍ଷୀର କୁ କେମିତି ସେବନ କଲେ ଆମକୁ ଠିକ ଭାବରେ ପୋଷକ ତତ୍ତ୍ଵ ମିଳିବ ଏବଂ ଆମେ ଲମ୍ବା ସମୟ ପର୍ଯ୍ୟନ୍ତ ଜୀବିତ ରହିପାରିବା।
ପ୍ରଥମେ ଆମେ ଜାଣିବା ଯେ କ୍ଷୀର କୁ କେମିତି ବ୍ୟବହାର କରାଯାଏ? କେଉଁ କେଉଁ ଜିନିଷ ସହିତ କ୍ଷୀରର ବ୍ୟବହାର କରାଯାଇଥାଏ? ଅଲଗା ଅଲଗା ରୋଗ ବେଳେ କ୍ଷୀରକୁ କେମିତି ଉପଯୋଗ କରାଯାଏ? କ୍ଷୀର ଯଦି ପାଚନ ହୋଇପାରିନଥିଲେ କେମିତି ପାଚନ କରିବେ?ଖାଦ୍ୟ ଖାଇବା ପରେ ଯଦି କ୍ଷୀର ପିଇବା ତେବେ ତାହା ଏକ ସମ୍ପୂର୍ଣ୍ଣ ଭୋଜନ ସହ ସମାନ ହୋଇଥାଏ ଯାହାକି ପାଚନ ପ୍ରକିୟାକୁ ଧୀରେ କରିଥାଏ ଏବଂ ପେଟ ବହୁତ ଭାରୀ ଭାରୀ ଲାଗିଥାଏ।ଖଟା ଜିନିଷ ବା ଲୁଣିଆ ଜିନିଷ ଯେମିତି କି ଲେମ୍ବୁ, ଆଚାର ସେବନ କରିବା ପରେ କ୍ଷୀର ପାଇବା ଠିକ ନୁହେଁ।ଯଦି ଆମେ ଏହା କରନ୍ତି ତେବେ ଏହା ପେଟକୁ ଯାଇ ପାଚନ ପ୍ରକିୟା ରେ ବାଧା ସୃଷ୍ଟି କରିଥାଏ।
ପିଆଜ ଏବଂ ବାଇଗଣ ମଧ୍ୟ ସେବନ କରିବା ବେଳେ କ୍ଷୀରର ସେବନ କରିବା ଠିକ ନୁହେଁ।ଏହା କଲେ ତ୍ବଚା ରେ ବହୁତ ପ୍ରକାରର ସମସ୍ୟା ଦେଖାଦେଇଥାଏ।ମାଛ ଏବଂ ଆମିଷ ଭୋଜନ ସହ ମଧ୍ୟ କେବେ କ୍ଷୀର ର ସେବନ କରିବେନାହିଁ।ତ୍ଵଚା ରୋଗରୁ ଅଧିକ ପାଚନ ସମସ୍ୟା ଦେଖିବାକୁ ମିଳିଥାଏ।ଦହି ସହ ସେବନ କରିବା ଠିକ ନୁହେଁ କାରଣ କ୍ଷୀର ଦହି ସହ ମିଶିଲେ ଦହିରେ ପରିଣତ ହୋଇଯାଏ।ଆୟର୍ବେଦରେ ହିସାବରେ କ୍ଷୀରକୁ ରାତିରେ ବ୍ୟବହାର କରାଯାଇଥାଏ। ଗାଈ କ୍ଷୀର ମୋଟା ଲୋକ ମାନଙ୍କ ପାଇଁ ଠିକ ହୋଇଥାଏ।