May 20, 2025

Odia Express

Leading Odia News Portal of Odisha

ପୂଜା ସ୍ଥାନ ଘରେ କେଉଁଠି ହେବା ଆବଶ୍ୟକ ଜାଣନ୍ତୁ – ନଚେତ ଆପଣ ଅସୁବିଧା ରେ ପଡିପାରନ୍ତି..

ସାଙ୍ଗ ମାନେ ଆସନ୍ତୁ ଜାଣିବା ଶାସ୍ତ୍ର ଅନୁସାରେ ପୂଜା ଘର କେଉଁ ଦିଗରେ ହେବା ଆବଶ୍ୟକ।ଶାସ୍ତ୍ର ଅନୁସାରେ ପୂଜା ଗୃହ ଉତ୍ତର ପୂର୍ବ ଦିଗରେ ହେବା ଉଚିତ୍।ଏହି ଦିଗରେ ପୂଜା ଘର ରହିବ ଦ୍ଵାରା ଘରେ ସକାରାତ୍ମକ ଉର୍ଜା ସବୁବେଳେ ରହିଥାଏ।ଘରେ ଦେବୀ ଦେବତା ମାନଙ୍କ କୃପା ପାଇବା ଲାଗି ପୂଜା ଘର ବାସ୍ତୁ ଦୋଷରୁ ମୁକ୍ତ ହେବା ଆବଶ୍ୟକ।ଅର୍ଥାତ୍ ବାସ୍ତୁଶାସ୍ତ୍ର ଅନୁସାରେ ଘରେ ପୂଜା ସ୍ଥାନ ରହିବା ଉଚିତ୍।

ଯଦି ପୂଜା ଘର ବାସ୍ତୁ ହିସାବରେ ନଥାଏ ତ ଏହାଦ୍ବାରା ପୂଜା କରିବା ସମୟରେ ଧ୍ୟାନ ଆସି ନଥାଏ।ଘରେ ଠାକୁର ଘର ରହିବା ଦ୍ୱାରା ଘରେ ସର୍ବଦା ସକାରାତ୍ମକ ଊର୍ଜା ରହିଥାଏ।ଏହା ଭାରତୀୟ ସଂସ୍କୃତିର ସକାରାତ୍ମକ ରୂପ ଅଟେ।ଘର ଛୋଟ ହେଉ କି ବଡ ପ୍ରାୟ ସବୁ ଘରେ ଠାକୁର ଘର ଅବଶ୍ୟ ରହିଥାଏ।ବାସ୍ତବରେ ପୂଜା ଘର ସେହି ସ୍ଥାନରେ ହେବା ଉଚିତ୍ ଯାହା ବାସ୍ତୁ ସମ୍ମତ ହୋଇଥିବ।କୌଣସି କାରଣରୁ ପୂଜା ସ୍ଥାନର ଚୟନ ଭୁଲ୍ ହୋଇଯାଏ।ପରିଣାମ ଅନୁସାରେ ସକାରାତ୍ମକ ଫଳ ମିଳି ନଥାଏ।

ଘରେ ପୂଜା ସ୍ଥାନ ଉତ୍ତର ପୂର୍ବ ଦିଗରେ ହେବା ଆବଶ୍ୟକ।ବାସ୍ତୁ ଶାସ୍ତ୍ରରେ ପୂଜା ଘର ପାଇଁ ଉଚିତ୍ ସ୍ଥାନ ଏସାନ୍ୟ କୋଣ କୁ କୁହା ଯାଇଛି କାରଣ ଏହି ଦିଗରେ ଭଗବାନ୍ ଙ୍କ ବାସ ହୋଇଥାଏ।ଏହି କୋଣର ଅଧିପତି ଦେବଗୁରୁ ବୃହସ୍ପତି ହୋଇଥାନ୍ତି।ଯେବେ ସର୍ବ ପ୍ରଥମେ ବାସ୍ତୁପୁରୁଷ ଏହି ପୃଥିବୀକୁ ଆସିଲେ ତ ତାଙ୍କ ମୁଣ୍ଡ ଏହି ଦିଗକୁ ଥିଲା।ଏହି କାରଣ ଯେ ଏହି ସ୍ଥାନ ସବୁଠୁ ଉତ୍ତମ।

ଯଦି କୌଣସି କାରଣରୁ ଇଶାନ୍ୟ କୋଣରେ ଠାକୁର ଘର ହୋଇ ପାରୁନି ତ ବିକଳ୍ପ ରୂପରେ ଉତ୍ତର ପୂର୍ବ ଦିଗକୁ ହିଁ ଠିକ୍ ଧରାଯାଏ।ଯଦି ଏହି ତିନୋଟି କୋଣରେ ଘର ସମ୍ଭବ ହୋଇ ପାରିଲା ନାହିଁ ତ ଆପଣ ଆଗ୍ନେୟ କୋଣ କୁ ବାଛିବେ।ଭୁଲରେ ବି କେବଳ ଦକ୍ଷିଣ ଦିଗ ଵାଛିବେ ନାହିଁ।କାରଣ ଏହି ଦିଗରେ ମୃତ୍ୟୁ ଦେବତା ଅର୍ଥାତ୍ ଯମ ଙ୍କ ବାସ ରହିଥାଏ।

ଘରେ ଶିଡି ତଳେ ମନ୍ଦିର ହେବା ଉଚିତ୍ ନୁହେଁ।ଶୌଚାଳୟ ବା ବାଥ୍ ରୁମ୍ ନିକଟରେ ମଧ୍ୟ ମନ୍ଦିର ହେବା ଉଚିତ୍ ନୁହେଁ।ମନ୍ଦିର କେବେ ବି ବେଡ୍ ରୁମ୍ ବା ଶୟନ କକ୍ଷରେ ହେବା ଉଚିତ୍ ନୁହଁ। ବେସ୍ ମେଣ୍ଟ ରେ ମଧ୍ୟ ଠାକୁର ଘର ହେବା ଉଚିତ୍ ନୁହଁ।ଯଦି ଆପଣ ଏହି ସ୍ଥାନରେ ଠାକୁର ଘର କରୁଛନ୍ତି ତ ଅକାରଣେ ଘରେ ଅଶାନ୍ତି ସୃଷ୍ଟି ହେବ।

ପୂଜା କରିବା ସମୟରେ ଭକ୍ତର ମୁଁହ କେଉଁ ଦିଶାରେ ରହିବା ଉଚିତ୍ ତାହା ବି ଆପଣକୁ କହିବି।ପୂଜା କରିବା ସମୟରେ ଭକ୍ତର ମୁଁହ ପୂର୍ବ ବା ଉତ୍ତର ଦିଗକୁ ରହିବା ଆବଶ୍ୟକ।ଏହି ଦିଗକୁ ମୁହଁ କରି ପୂଜା କରିବା ଦ୍ୱାରା ପୂଜାର ଫଳ ଶତ ପ୍ରତିଶତ ମିଳିଥାଏ।

Leave a Reply

Your email address will not be published. Required fields are marked *