ମିଥୁନ ରାଶୀର ଲୋକ କେଉଁ ରାଶି ସହିତ ଯୋଡି ଜମିଥାଏ – ମିଥୁନ ରାଶିର ଲୋକ ନିଶ୍ଚୟ ପଢନ୍ତୁ କେଉଁ ରାଶି ଆପଣଙ୍କ ପାଇଁ କଣ ଭାବନ୍ତି..

ମେଷ ଆଉ ବୃଷ ରାଶିର ଲୋକଙ୍କର ଠିକ ଲାଇଫ ପାର୍ଟନର ପାଇବା ପରେ ପର ହେଉଛି ମିଥୁନ ରାଶିର।ମିଥୁନ ରାଶିର ଲୋକ ମାନେ ସବୁ ଲୋକଙ୍କ ସହ ଆରମରେ ମିଶି ଯାଇଥାନ୍ତି।ସେମାନଙ୍କ ସ୍ୱଭାବ ବୋହୁତ ସରଳ ହୋଇଥାଏ।ଏହି ରାଶିର ଲୋକ ମାନେ ବହୁତ ବୁଦ୍ଧିମାନ ଆଉ ସବୁ କାମ କୁ ବୁଝି ସୁଝି କରି ଥାନ୍ତି।ଚାଲନ୍ତୁ ଜାଣିବା କେଉଁ ରାଶିର ଲୋକ ମିଥୁନ ରାଶି ଲୋକଙ୍କ ସହ ଭଲ ପାର୍ଟନର ହେବେ।
ପ୍ରଥମେ କଥା ହେବା ମିଥୁନ ଆଉ ମେଷ ରାଶିର ମେଳ ବିଷୟରେ। ମେଷ ରାଶିର ଲୋକ ସବୁ କାମ ଜଲଦି କରିଥାନ୍ତି କିନ୍ତୁ ମିଥୁନ ରାଶିର ଲୋକ ସବୁ କାମକୁ ଧର୍ଯ୍ୟର ସହ କରିଥାନ୍ତି।ମିଥୁନ ରାଶିର ଲୋକଙ୍କର ଧର୍ଯ୍ୟ ବହୁତ ଥାଏ କିନ୍ତୁ ମେଷ ରାଶିର ଲୋକବହୁତ ଧର୍ଯ୍ୟବାନ ହୋଇନଥାନ୍ତି।ଏହି କାରଣରୁ ମେଷ ଆଉ ମିଥୁନ ରାଶିର ଲୋକଙ୍କ ସମ୍ପର୍କ ଅଧିକ ଦିନ ଚାଲି ନଥାଏ।
ମିଥୁନ ଆଉ ବୃଷ ରାଶିର ମେଳ।ବୃଷ ରାଶିର ଲୋକ କୌଣସି କଥାର ଅନ୍ତ ପର୍ଯନ୍ତ ଯାଇଥାନ୍ତି।ମିଥୁନ ରାଶିର ଲୋକ କଥା ସମାଧାନ କରିବା କଥା ଛାଡିକି ସେମାନେ ଆଗକୁ ବଢ଼ିବାରେ ବିଶ୍ୱାସ କରନ୍ତି।ବୃଷ ରାଶିର ଲୋକ ଆପଣଙ୍କ ଆଡକୁ ଆକର୍ଷିତ ହୋଇଥାନ୍ତି କିନ୍ତୁ କୌଣସି କାରଣରୁ ଜଲଦି ଅଲଗା ହୋଇଯାନ୍ତି।
ମିଥୁନ ରାଶି ସହ ମିଥୁନ ରାଶିର ମେଳ।ମିଥୁନ ରାଶିର ଲୋକଙ୍କ ଏହି ରାଶିର ଲୋକଙ୍କ ସହ ଭଲ ସମ୍ପର୍କ ରହିଥାଏ।ଯଦି ମିଥୁନ ରାଶିର ବ୍ୟକ୍ତି ଏହି ରାଶିର ଲୋକଙ୍କ ସହ ବାହା ହବାକୁ ସ୍ଥିର କରୁଛନ୍ତି ତେବେ ସେମାନେ ଆର୍ଥିକ ଆଉ ସ୍ଥିରତା ସମସ୍ୟାରେ ପଡିବେ। ଏହାର କାରଣ ହେଉଚି ଆପଣଙ୍କ ଜଲ୍ଦି କରିବା ଆଉ ଖର୍ଚୀଲ ସ୍ୱଭାବ।
ମିଥୁନ ଆଉ କର୍କଟ ରାଶିର ମେଳ।କର୍କଟ ରାଶିର ଲୋକ ବୋହୁତ ଭାବୁକ ହୋଇଥାନ୍ତି।ସେମାନେ କେବେ ନିଜ ପାଖ ଲୋକଙ୍କ ଠାରୁ ଅଲଗା ହେବାକୁ ଭଲ ପାଇ ନଥାନ୍ତି।ସେମାନେ ନିଜ ସମ୍ପର୍କ କୁ ନେଇକି ବହୁତ ଗମ୍ଭୀର ଆଉ ସମ୍ବେଦନଶୀଳ ହୋଇଥାନ୍ତି।ଆପଣ ବେଳେବେଳେ ଜାଣି ପାରି ନଥାନ୍ତି କି ଅପଣଙ୍କ ସାଥି ଏତେ ଭାବୁକ କଣ ପାଇଁ।
ମିଥୁନ ଆଉ ସିଂହ ରାଶିର ମେଳ।ଏହି ଦୁଇ ରାଶିର ଲୋକଙ୍କ ସ୍ଵଭାଵ ବହୁତ ସମାନ ହୋଇଥାଏ ବୋଲି କୁହାଯାଇ ପାରେ।ଦୁଇ ଜଣ ଦୁଇ ଜଣଙ୍କ ଦରକାର ପୁରା କରିବାକୁ ସମର୍ଥ।ଆପଣ ଦୁଇ ଜଣ ଭଲ ସାଙ୍ଗ ହୋଇଥାନ୍ତି।ଆପଣ ଏହି ସମ୍ପର୍କକୁ ବିବାହ ଯାଏ ନ ନେଲେ ମଧ୍ୟ ଆପଣ ଏହାକୁ ବହୁତ ସହଜ ମାନିଥାନ୍ତି।
ମିଥୁନ ଆଉ କନ୍ୟା ରାଶିର ମେଳ।ମିଥୁନ ରାଶିର ଲୋକ ଶୀଘ୍ର ଆଉ ସ୍ଥିରତା ହୀନ ଲିକ ହୋଇଥାନ୍ତି।ଏମାନେ ବହୁତ ଖର୍ଚୀ ହୋଇଥାନ୍ତି।ଏହି କମି କନ୍ୟା ରାଶିର ଲୋକ ତାଙ୍କୁ ଦେଇ ପାରିବେ।କାରଣ ଏମାନେ ସବୁ କଥା ବୁଝି କି କାମ କରିଥାନ୍ତି।
ମିଥୁନ ରାଶି ଆଉ ତୁଳା ରାଶିର ମେଳ।ଯଦି ମିଥୁନ ରାଶିର କେଉଁ ବ୍ୟକ୍ତିର ସମ୍ପର୍କ କେଉଁ ତୁଳା ରାଶିର ବ୍ୟକ୍ତି ସହ ଅଛି ତେବେ ଆପଣ ଜାଣିବା ଦରକାର କି ଏହି ସମ୍ପର୍କ ପ୍ରେମ ସମ୍ପର୍କ ପାଇଁ ହୋଇଥାଏ।ଯଦି ଏମାନେ ପ୍ରେମ କରିବେ ତେବେ ଏମାନେ ବହୁତ ଲୋକଙ୍କ ପାଇଁ ଉଦାହରଣ ହୋଇ ପାରିବେ।
ମିଥୁନ ଆଉ ବିଛା ରାଶିର ମେଳ।ଏହି ଲୋକ ବହୁତ କାମିକ ହୋଇଥାନ୍ତି।ଆପଣ ଯଦି ଭାବନ୍ତି ଆପଣ ଏତିକିରେ ଆପଣଙ୍କ ସାଥିକୁ ସନ୍ତୁଷ୍ଟ କରି ପାରିବେ ତେବେ ଆପଣ ବହୁତ ଭୁଲ ଚିନ୍ତା କରୁଛନ୍ତି।
ମିଥୁନ ଆଉ ଧନୁ ରାଶିର ମେଳ।ଏମାନେ ପୁରା ଦୁଇ ଜଣଙ୍କର ବିପରୀତ ରାଶି ଅଟନ୍ତି।କୁହାଯାଏ ଦୁଇ ବିପରୀତ ଶକ୍ତି ନିଜ ଆଡକୁ ଜଲଦି ଆକର୍ଷିତ ହୋଇଥାନ୍ତି।ବିପରୀତ ହେବ ସହ ଆପଣଙ୍କ ଭିତରେ ବହୁତ ସମାନତା ମଧ୍ୟ ଥାଏ।ଆପଣ ଦୁଇ ଜଣଙ୍କୁ ଯାତ୍ରା କରିବା ପସନ୍ଦ।ଏହା ଆପଣଙ୍କୁ ବାନ୍ଧି ରଖିଥାଏ।ନିଜ ବିବାହ ସମ୍ପର୍କ ଭଲ ରଖିବାକୁ ହେଲେ ଆପଣ କିଛି କମିକୁ ଭୁଲି ଆଗକୁ ବଢିବାକୁ ହବ।
ମିଥୁନ ଆଉ ମକର ରାଶିର ମେଳ।ଆପଣ ଦୁଇ ଜଣଙ୍କୁ ସାଙ୍ଗରେ ରହିବାକୁ ହେଲେ ଦୁଇ ଜଣଙ୍କୁ ବହୁତ ବୁଝିବାକୁ ପଡିବ।ଆପଣ ଦୁଇ ଜଣଙ୍କ ସ୍ଵଭାଵ ଏହାର ବିପରୀତ ହୋଇଥାଏ।ତେଣୁ ଆପଣଙ୍କ ସମ୍ପର୍କ ବହୁତ ତିକ୍ତତା ହୋଇଥାଏ।
ମିଥୁନ ଆଉ କୁମ୍ଭ ରାଶିର ମେଳ।କୁମ୍ଭ ରାଶିର ଲୋକ ମାନବିକତାବାଦୀ ହୋଇଥାନ୍ତି।ଅନ୍ୟ ଲୋକର କଥାକୁ ସେମାନେ ଭଲ ଭାବରେ ବୁଝିଥାନ୍ତି।ତେଣୁ ସମ୍ଭବ ସେମାନେ ଆପଣଙ୍କ ଦରକାରକୁ ବୁଝିବେ।ଏହା ଦ୍ୱାରା ଆପଣ ଭଲ ସମୟ ଅଥିବାହିତ କରିପାରିବେ।
ମିଥୁନ ଆଉ ମିନ ରାଶିର ମେଳ।ଏହି ଲୋକଙ୍କ ସହ ସାମଞ୍ଜସ୍ୟ ବସାଇବା ପାଇଁ ଆପଣଙ୍କୁ କଷ୍ଟ କରିବାକୁ ହବ।ଆପଣଙ୍କ ଜୀବନ ଆଉ ମିନ ରାଶିର ଜୀବନ ବଞ୍ଚିବାର ଅଲଗା ପଥ।ତେଣୁ ଆପଣଙ୍କ ଭିତରେ ସାମଞ୍ଜସ୍ୟ ରହିବା କଷ୍ଟସାଧ୍ୟ ହୋଇପାରେ।