November 10, 2024

Odia Express

Leading Odia News Portal of Odisha

ମେଷ ରାଶି – ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ କିଛି ଅଦ୍ଭୁତ କଥା ଜାଣିରଖନ୍ତୁ ମେଷ ରାଶି ବିଷୟରେ ଏହି ବଡ କଥା ଗୁଡିକ..

ମେଷ ରାଶି ସାଧାରଣତଃ ୩ ଭାଗରେ ବିଭକ୍ତ ହୋଇଥାଏ ଯଥା ୧/୧,ଅଶ୍ୱିନୀ ନକ୍ଷତ୍ର ଓ ମେଷରାଶି।ମେଷ ରାଶିର ବ୍ୟକ୍ତିମାନେ ହେଉଛନ୍ତି ଦେବଗଣ,ସେମାନେ ଭକ୍ତିପରାୟଣ।ସେମାନେ ଅତ୍ୟନ୍ତ ଭକ୍ତିପ୍ରୀୟ ଅଟନ୍ତି।ସେମାନେ ମହାତ୍ମା, ଅତ୍ୟନ୍ତ ଦାନୀ, ଅଳ୍ପାହାରି, ବଳଶାଳୀ, ଅତ୍ୟନ୍ତ ପଣ୍ଡିତ,ଧାର୍ମିକ ଓ ନିୟମର ବଶବର୍ତ୍ତୀ ହୋଇ ସମସ୍ତ କାର୍ଯ୍ୟ କରିଥାନ୍ତି।ସେମାନଙ୍କ ଭଲଗୁଣ ହେଉଛି ସେମାନେ ଭଲମନ୍ଦ ବିଚାର ନକରି ପରିବେଶ ସହ ଖାପଖୁଆଇ ରହିଥାନ୍ତି।ସେମାନେ ନିଜର ଇଚ୍ଛା ମୁତାବକ କର୍ଯ୍ୟ କରିବାକୁ ଇଚ୍ଛା କରିଥାନ୍ତି।

ସେମାନଙ୍କର ରୋଗ ହେଉଛି ଜ୍ଵର,କଫ,ଉଚ୍ଚ ଜାଗାରୁ ପଡ଼ିବା,ଚର୍ମରୋଗ, ଉଦର ରୋଗ,ଦୁର୍ଘଟଣା ଇତ୍ୟାଦି।ସେମାନଙ୍କ ଜୀବିକା ହେଉଛି ଡକ୍ଟର, ଛାପାଖାନା, ଲୁହା, କୋଇଲା, ଯୁଦ୍ଧ ବିଭାଗ କର୍ମଚାରୀ,ପୋଲିସ ଇତ୍ୟାଦି।ଏହି ରାଶିର ବ୍ୟକ୍ତିମାନଙ୍କ ଜୀବନରେ ଏକ ଅଦୃଶ୍ୟ ହାତ ସେମାନଙ୍କୁ ସାହାଯ୍ୟ କଲାପରି ଅନୁଭୂତ ହୋଇଥାଏ।
ଜନ୍ମଭୂମି ଠାରୁ ଦୂରରେ ରହି କାର୍ଯ୍ୟ କରିବା ପ୍ରାୟତଃ ଏମାନଙ୍କ ଜୀବନରେ ସଦାସର୍ବଦା ଘଟିଥାଏ।ଏମାନେ ଦେବିଦେବତା ମାନଙ୍କ ଉପାସନାରେ ବିଶେଷ ରୁଚି ରଖିଥାନ୍ତି।

ସେମାନେ ସ୍ଵୟଂ ଏକ ଭବିଷ୍ୟତ ଦ୍ରଷ୍ଟା।ସେମାନେ ଶୁଭ ଅଶୁଭ ବିଷୟରେ ଜାଣିପାରିଥାନ୍ତି ଓ ସତର୍କତାର ସହିତ ସେ ସବୁରୁ ମୁକ୍ତି ପାଇଥାନ୍ତି।ସେମାନଙ୍କ ରାଶିର ଦେବତା ହେଉଛନ୍ତି ମଙ୍ଗଳ ତେଣୁ ସେମାନେ କଷ୍ଟରୁ କଷ୍ଟଦାୟକ ଦୁର୍ଘଟଣାରୁ ସହଜରେ ବଞ୍ଚିଯାଇଥାନ୍ତି।

ପ୍ରତି ମାସର ୧,୬,୧୧,୨୧ ତାରିଖ ସେମାନଙ୍କ ପାଇଁ ଅଶୁଭ ଅଟେ ଓ ପ୍ରତି ଶୁକ୍ରବାର,ରବିବାର ସେମାନଙ୍କ ପାଇଁ କ୍ଷତିକାରକ ହୋଇଥାଏ।କର୍କଟ, ବିଛା ଓ ମିନ ରାଶିର ବ୍ୟକ୍ତି ଏମାନଙ୍କ ପାଇଁ ଅଶୁଭ ହୋଇଥାନ୍ତି।କଳା ରଙ୍ଗର ବସ୍ତ୍ର ଓ ଧଳାରଙ୍ଗର ପଦାର୍ଥ ଏମାନଙ୍କ ପାଇଁ ଅଶୁଭ ହୋଇଥାଏ।ଏମାନଙ୍କ ଜୀବନରେ ବହୁ ପ୍ରକାରର ଝଡ଼ଝଞ୍ଜା ଉତଥାନ ପତନ ଲଗିରହିଥାଏ।ଯଦି ଏମାନେ ଜୀବନରେ କିଛି ମହତ୍ତ୍ଵପୂର୍ଣ୍ଣ କାର୍ଯ୍ଯ କରିବାପାଇଁ ଚିନ୍ତା କରିବେ ତେବେ କୌଣସି ନା କୌଣସି ବ୍ୟକ୍ତି ଏମାନଙ୍କୁ ସାହାଯ୍ୟ କରିବେ।

ପୂର୍ବ ଓ ଦକ୍ଷିଣ ଦିଗ ସେମାନଙ୍କ ପାଇଁ ମଙ୍ଗଲାଦୟକ ହୋଇଥାଏ।ଜୀବନରେ ଯେତେ ଦୁଃଖ ଆସୁ ନା କାହିଁକି ଜୀବନର ଶେଷ ମୁହୂର୍ତ୍ତରେ ସେମାନେ ଖୁସିରେ ରହିଥାନ୍ତି।୧୪,୨୧,୨୩,୨୪ ବର୍ଷ ମଧ୍ୟରେ ସେମାନଙ୍କର ବିବାହ ଯୋଗ ରହିଛି।ବ୍ୟବସାୟରେ ସଫଳ,ଉନ୍ନତି ଓ ଅତ୍ୟନ୍ତ ଲାଭଦାୟକ ହୋଇଥାଏ।

ନାନାଦି ଦୁଃଖକଷ୍ଟ,ଶତ୍ରୁବୃଦ୍ଧି ଅଯଥା କଳହ,ଦୁଃଖଦାୟକ ଘଟଣା ଦେଖାଦେଇଥାଏ।ମଧ୍ୟମ ବୟସରେ ଘରେ ଅନେକ ଆନନ୍ଦଉତ୍ସବ,ବିବାହ ଓ ଅନେକ ସମ୍ପତି କିଣା ହୋଇଥାଏ।ନୂଆ ଘର ତିଆରି ହୋଇଥାଏ,କର୍ମରେ ଉଚ୍ଚ ପଦବୀ ପ୍ରାପ୍ତ ହୋଇଥାଏ।ସ୍ତ୍ରୀ ଓ ପୁତ୍ର ପ୍ରାପ୍ତି ହୋଇଥାଏ,ଅନେକ ଧନ ପ୍ରାପ୍ତି ହୋଇଥାଏ।ଏମାନଙ୍କ ସହ କେହି ବିଶ୍ବାସଘାତକତା କରିପାରନ୍ତି ତେଣୁ ସବୁବେଳେ ସତର୍କ ରହିବା ଆବଶ୍ୟକ।

ଏମାନଙ୍କ ବାଲ୍ୟାବସ୍ଥା ୫ବର୍ଷ ପର୍ଯ୍ୟନ୍ତ କ୍ଷତିକାରକ ହୋଇଥାଏ।ଏମାନଙ୍କର ସବୁଦିଗରୁ ଉନ୍ନତି ଓ ସମସ୍ତ କ୍ଷେତ୍ରରେ ବହୁତ ଲାଭ ହୋଇଥାଏ।୧୪,୨୧,୨୨,୫୫,୬୨ ବର୍ଷରେ ଏମାନଙ୍କର କ୍ଷତି ହୋଇଥାଏ।ଏମାନଙ୍କର ୭୧ ବର୍ଷ ବୟସ ପର୍ଯ୍ୟନ୍ତ ଭାଗ୍ୟ ଉଦୟ ହୋଇଥାଏ।ସେମାନଙ୍କ ପାଇଁ ଶୁଭ ସଂଖ୍ୟା ହେଉଛି ୬,୮,୯। ଏମାନଙ୍କୁ କନ୍ୟା ଓ ମୀନ ରାଶିର ବ୍ୟକ୍ତି ମାନେ ଉତ୍ତମ ଫଳ ଦେଇଥାନ୍ତି।ସେମାନଙ୍କ ସର୍ବୋଚ୍ଚ ବୟସ ସାଧାରଣତଃ ୭୨ବର୍ଷ ହୋଇଥାଏ।

Leave a Reply

Your email address will not be published. Required fields are marked *