December 8, 2024

Odia Express

Leading Odia News Portal of Odisha

ଘରେ ଅସରପାର ଆତଙ୍କ ଅଧିକା ଯଦି ଆପଣାନ୍ତୁ ଏହି ଘରୋଇ ଉପାୟ, ଆଉ ଦେଖାଯିବେ ନାହିଁ ଘରେ ଅସରପା

ଘରେ ଅସରପା ହେବା କାହାକୁ ପସନ୍ଦ ଲାଗେ ନାହିଁ, କାରଣ ଏମାନେ ନା କେବଳ ବହୁତ ରୋଗ ନେଇକରି ଆସନ୍ତି ବରଂ ବହୁତ ମଇଳା କରନ୍ତି, ଜାଣନ୍ତୁ ଏଠାରେ କିପରି ଦୁର କରିବେ ଅସରପାଙ୍କୁ ନିଜ ଘରୁ, ଖରା ଦିନ ଆସିଲେ ଘରେ ଅସରପାଙ୍କ ସଂଖ୍ୟା ଲଗାତାର୍ ବଢିବାକୁ ଲାଗେ, ଏହା ସବୁଠାରୁ ଅଧିକା ରୋଷେଇ ଘରେ , ବାଥରୁମ୍ ଓ ଷ୍ଟୋର୍ ରୁମ୍ ରେ ଦେଖାଯାଆନ୍ତି, ସେମିତି ବହୁତ ଲୋକ ଘର ସଫା କରିବାପାଇଁ ନାନାଦି ଉପାୟ ଅବଲମ୍ବନ କରନ୍ତି, ଯେଉଁଥିରେ କିଛି କାମ କରେ ଓ କିଛି ବିନାପ୍ରଭାବଶାଳୀ ହୋଇଥାଏ , ଆଜିକାଲି ତ ଏମାନଙ୍କୁ ଭଗାଇବାପାଇଁ ବଜାରରେ ବହୁତ ସାରା ଜିନିଷ ଉପଲ୍ଲବ୍ଧ ଅଛି, କିନ୍ତୁ ଏହି କେମିକାଲ୍ ବାଲା ପ୍ରଡକ୍ସକୁ ବ୍ୟବହାର କଲେ ଆମ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇଥାଏ । ଖାସ୍ କରି ଯେଉଁ ଘରେ ଛୋଟ ଛୁଆ ଅଛନ୍ତି , ତାଙ୍କୁ ଏହି ଜିନିଷ ଭାବିଚିନ୍ତି ବ୍ୟବହାର କରିବାକୁ ହେବ, ଏମିତି ଘରେ କେମିକାଲ୍ ବାଲା ଜିନିଷ ଯଦି ଅଛି ତେବେ ଦେଖକରି ବ୍ୟବହାର କରନ୍ତୁ, ଯଦି ଘରୋଇ ଉପାୟ ଆପଣାଇକରି ଅସରପାଙ୍କ ଠାରୁ ମୁକ୍ତି ମିଳିପାରିବ ,ତେବେ ଭଲ ହେବ, ଆସନ୍ତୁ ଜାଣିବା ଏମାନଙ୍କୁ ଘରୁ ଦୁରରେ ରଖିବାପାଇଁ କଣ କଣ ଉପାୟ କରିବାକୁ ହେବ ।

୧) କିରୋସିନ୍ – କିରୋସିନ୍ ତେଲ ର ଷ୍ଟ୍ରଙ୍ଗ୍ ବାସ୍ନାରେ ଅସରପାଙ୍କୁ ଭଗାଇବାରେ ବହୁତକାରଗର ହୋଇଥାଏ, ଏହାପାଇଁ ଆପଣ ଘର ସଫା କରୁଥିବା ସମୟରେ ପାଣିରେ କିରୋସିନ୍ ପକାଇ ପୋଛା କରିପାରିବେ, ଯେଉଁ ଜାଗାରେ ଆପଣଙ୍କ ହାତ ଯାଉନାହିଁ ସେହି ଜାଗାରେ ଆପଣ କିରୋସିନ୍ ତେଲର ସ୍ପ୍ରେ କରିପାରିବେ, ଏମିତି କରିଲେ ଘରେ ଅସରପା ଆଉ ଦେଖାଯିବେ ନାହିଁ । ଓ ସେହି ଜାଗାରେ ତାଙ୍କ ଡିମ୍ବ ଆଉ ଦେଇପାରିବେ ନାହିଁ ।

୨) ତେଜପତ୍ର – ତେଜପତ୍ରର ବାସ୍ନା ବହୁତ୍ ଷ୍ଟ୍ରଙ୍ଗ୍ ହୋଇଥାଏ, ଏହାର ମହକ ଅସରପା ଭଗାଇବାପାଇଁ ବହୁତ ଅଧିକା ହୋଇଥାଏ, ଘରର ଯେଉଁ କୋଣରେ ଅସରପା ଅଛନ୍ତି, ସେଠାରେ ତେଜପତ୍ର କିଛି ପତ୍ରକୁ ଭଲ ଭାବରେ ଗୁଣ୍ତ କରି ପକାଇଦିଅନ୍ତୁ, ଏମିତି କରିଲେ ଅସରପା ସେହି ଜାଗାରୁ ପଳାଇବେ,  ସମୟ ସମୟରେ ଆପଣ ସେଠାରେ ତେଜପତ୍ର ବଦାଳାଉଥାନ୍ତୁ, ଯାହାଦ୍ୱାରା ଅସରପା ଆଉ ଆସିବେ ନାହିଁ ।

୩) ଲବଙ୍ଗ- ସାଧାରଣତଃ ଲବଙ୍ଗ ଖାଇବାର ପ୍ରସ୍ତୁତିରେ ବ୍ୟବହାର କରାଯାଏ , କିନ୍ତୁ ଏହାର ବ୍ୟବହାର ଆପଣ ଅସରପା ଘରୁ ଭଗାଇବା ପାଇଁ ବ୍ୟବହାରରେ ନେଇପାରିବେ, ଲବଙ୍ଗର ବାସ୍ନା ଅସରପାଙ୍କୁ ଭଲ ଲାଗେ ନାହିଁ, ଯାହାର କାରଣରୁ ସେ ଘରେ ଦେଖାଦିଅନ୍ତି ନାହିଁ, ଏଥିପାଇଁ ଆପଣ ଫ୍ରିଜ୍ , ରୋଷେଇ ଘରେ ,ଆଲମୀରାରେ ଓ ରାକ୍ ଆଦିରେ ୪-୫ ଲବଙ୍ଗ ରଖିଦିଅନ୍ତୁ, ଏହି ଜାଗାରେ ଅସରପା ଆସିବେ ନାହିଁ।

୪) ବୋରିକ୍ ଏସିଡ୍, ଅଟା ଓ ଚିନିର ମିଶ୍ରଣ- ବୋରିକ୍ ଏସିଡ୍, ଅଟା ଓ ଚିନି ସମାନ ମାତ୍ରାରେ ଦଳିଦିଅନ୍ତୁ, ଓ ଗୁଳା ବନାଇଦିଅନ୍ତୁ, ଏହାକୁ ଆପଣ ଡ୍ର, ଆଲମୀରା, ରାକ୍ ଫ୍ରିଜ୍ ଆଦି ତଳେ ରଖିଦିଅନ୍ତୁ, ଚିନି ଓ ଅଟାକୁ ଖାଇବା ଲାଳସାରେ ଅସରପା ସେଠାକୁ ଆସିବେ, ଓ ଏହି ମିଶାହୋଇଥିବା ବୋରିକ୍ ଏସିଡ୍ କୁ ଖାଇକରି ମରିଯିବେ, କିନ୍ତୁ ଏହାର ପ୍ରୟୋଗ କରୁଥିବା ସମୟରେ ବିଶେଷ ସାବଧନତା ରଖନ୍ତୁ, ଘରେ କେଉଁ ଶିଶୁ କିମ୍ବା ପଶୁ ଅଛନ୍ତି ତେବେ ତାଙ୍କୁ ଏଥିରୁ ଦୁରେଇ ରଖନ୍ତୁ ।

୫) ଯଦି ଆପଣଙ୍କ ଘରର କେଉଁ ଜାଗାରେ କଣା ହୋଇଛି ତାହାକୁ ପ୍ରଥମେ ବନ୍ଦ କରନ୍ତୁ- ଯଦି ଆପଣଙ୍କ ରୋଷେଇ ଘରେ କିମ୍ବା ଘରର କେଉଁ ଜାଗାରେ କଣା ହୋଇଛି ତେବେ ତାକୁ ସିମେଣ୍ଟ ଦ୍ୱାରା ବନ୍ଦ କରନ୍ତୁ, ଏହି ଜାଗାରେ ବହୁତଥର ଅସରପା ଲୁଚି ବସନ୍ତି, ଓ ଅଣ୍ତାଦେଇଥାନ୍ତି,

୬) ବୋରିକ୍ ପାଉଡର୍- ଘରର ଯେଉଁ ଜାଗାରେ ଅସରପା ଅଛନ୍ତି, ସେଠାରେ ବୋରିକ୍ ପାଉଡର୍ ଛିଞ୍ଚନ କରନ୍ତୁ, ନିଶ୍ଚିତ ରୁପରେ ସେଠାରୁ ଅସରପା ଦୁରେଇଯିବେ, କିନ୍ତୁ ଯେଉଁ ରୁମ୍ ରେଏହାର ପ୍ରୟୋଗ ହୋଇଥିବ ସେହି ଘରର କବାଟ ଝରକା ବନ୍ଦ କରିଦିଅନ୍ତୁ, ଏମିତି କରିଲେ ଛୁଆ କିମ୍ବା ପଶୁ ମାନଙ୍କୁ ସେଠାକୁ ଯିବାକୁ ଦେବେ ନାହିଁ, ।

Leave a Reply

Your email address will not be published. Required fields are marked *