October 23, 2024

Odia Express

Leading Odia News Portal of Odisha

ଆଣ୍ଠୁ ଓ ଗଣ୍ଠିର ସମ୍ପୂର୍ଣ୍ଣ ଘରୋଇ ଉପଚାର – ଏହି ଉପାୟଗୁଡିକ କରିଲେ ଆଉ କେବେ ହେବ ନାହିଁ ଆପଣଙ୍କ ଆଣ୍ଠୁ ଗଣ୍ଠିର ରୋଗ – ସମ୍ପୂର୍ଣ ଭଲ ହେଇଯିବେ ଆପଣ

ଆମେ ଅନେକ ପ୍ରକାରର ଆଣ୍ଠୁ ଓ ଅଣ୍ଟାର ଯନ୍ତ୍ରଣା ସହିତ ଜଡିତ ଥାଉ।ତେବେ ଆମେ ବର୍ତ୍ତମାନ ଏପରି ଏକ ଘରୋଇ ତେଲ ବିଷୟରେ ଆଲୋଚନା କରିବା ଯାହାର କିଛି ଦିନର ବ୍ୟବହାର ଆପଣଙ୍କୁ ଆପଣଙ୍କର ଆଣ୍ଠୁ ବା ଗଣ୍ଠି ସହିତ ଜଡିତ ସମସ୍ତ ସମସ୍ୟାର ଅନ୍ତ ଘଟାଇ ପାରିବ।ଏହା ସହିତ ଆପଣ ଏହି ତେଲର ବ୍ୟବହାର ଫଳରେ ଆପଣଙ୍କୁ କୌଣସି ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ ନାହିଁ।ତେବେ ଏହାକୁ କିପରି ଘରେ ଘରୋଇ ଜିନିଷକୁ ବ୍ୟବହାର କରି କରି ପାରିବା ଆମେ ବର୍ତ୍ତମାନ ଆଲୋଚନା କରିବା।

ତେବେ ଏହି ତେଲକୁ ପ୍ରସ୍ତୁତ କରିବା ପାଇଁ ଆମକୁ ଆବଶ୍ୟକ ପଦାର୍ଥ ମଧ୍ୟରେ ପ୍ରଥମ ପଦାର୍ଥ ହେଉଛି ରସୁଣ।ତେବେ ରସୁଣ ଆମ ଶରୀରର ଅନେକ ସମସ୍ୟା ଦୂର କରିଥାଏ।ଏହା ଏକ ଏପରି ପଦାର୍ଥ ଯାହା ଆମ ଆଣ୍ଠୁ ଓ ଗଣ୍ଠି ସହ ଜଡ଼ିତ ସମସ୍ତ ସମସ୍ୟାରୁ ଆମକୁ ମୁକ୍ତି ଦେଇଥାଏ।ତେବେ ରସୁଣ ସହିତ ଆମକୁ ଏହି ତେଲ ପ୍ରସ୍ତୁତ କରିବା ପାଇଁ ଆବଶ୍ୟକ ଦିତୀୟ ଉପାଦାନ ହେଉଛି ସୋରିଷ ତେଲ।ତେବେ ଆମେ ପ୍ରତିଦିନ ସୋରିଷ ତେଲର ବ୍ୟବହାର କରିଥାଉ।ଏଥିରେ ଅନେକ ପ୍ରକାରର ଔଷଧୀୟ ଗୁଣ ରହିଥାଏ।

ତେବେ ଏହି ତେଲକୁ ପ୍ରସ୍ତୁତ କରିବା ପାଇଁ ପ୍ରଥମେ ଆମକୁ ଏକ ପାତ୍ରରେ ୫୦ ଗ୍ରାମ ସୋରିଷ ତେଲ ନେବା ଆବଶ୍ୟକ।ତେବେ ଏହି ପାତ୍ରରେ ଥିବା ସୋରିଷ ତେଲକୁ ଆମେ କିଛି ସମୟ ପର୍ଯ୍ୟନ୍ତ ଗରମ କରିବା।ଏହାପରେ ଏହି ଗରମ ହୋଇଥିବା ତେଲକୁ ଆମେ ଏକ କାଚ ପାତ୍ରରେ ସଂରକ୍ଷିତ କରି ରଖିବା।ତେବେ ଏହି ତେଲରେ ଆମେ ବର୍ତ୍ତମାନ ଭଲଭାବରେ ଛଡା ହୋଇ ରହିଥିବା ରସୁଣର ୬ ଟି ପାଖୁଡ଼ା ପକାଇବା।ତେବେ ଆମେ ଧ୍ୟାନ ରଖିବା ଯେ ଆମେ ଯେପରି ଅଧିକ ରସୁଣର ବ୍ୟବହାର ନ କରୁ।

ତେବେ ଏହି ରସୁଣକୁ ସେହି ତେଲ ପାତ୍ରରେ ପକାଇବା ପରେ ବର୍ତ୍ତମାନ ଏହାକୁ ନେଇ ଆମେ ସୂର୍ଯ୍ୟ କିରଣରେ ରଖି ଦେବା।ତେବେ ଏହାକୁ ଆମେ ଏକ ଘଣ୍ଟା ପର୍ଯ୍ୟନ୍ତ ସୁର୍ଯ୍ୟ କିରଣରେ ଛାଡ଼ି ଦେବା।ତେବେ ଆମେ ଜାଣିବା ଆବଶ୍ୟକ ଯେ ଏହାକୁ ଆମେ ପ୍ରତିଦିନ ୩ ଥର ବ୍ୟବହାର କରିବା ଆବଶ୍ୟକ।ଆମେ ପ୍ରତିଦିନ ସକାଳେ,ଅପରାହ୍ନରେ ଓ ସଂଧ୍ୟା ସମୟରେ ଆମେ ଏହାର ବ୍ୟବହାର କରିବା ଆବଶ୍ୟକ।ତେବେ ଏହାର ବ୍ୟବହାର କରିବା ଫଳରେ ଏହା ଆମକୁ ଅନେକ ଲାଭ ଦେଇଥାଏ।

ତେବେ ପ୍ରତିଦିନ ବ୍ୟବହାର କରିବା ପୂର୍ବରୁ ଏହାକୁ ଅଳ୍ପ ସମୟ ସୂର୍ଯ୍ୟ କିରଣରେ ରଖି ବ୍ୟବହାର କରିବା ଆମ ଶରୀର ପାଇଁ ଅଧିକ ଲାଭଦାୟକ ହୋଇପାରିବ।ତେବେ ଆମେ ପ୍ରତିଦିନ ଏହାକୁ ବ୍ୟବହାର କରିବା ଫଳରେ ଆମ ଆଣ୍ଠୁ ଗଣ୍ଠି ସହିତ ଜଡିତ ସମସ୍ତ ସମସ୍ୟାର ଅନ୍ତ ହୋଇପାରିବ।ତେବେ ଧ୍ୟାନ ରଖିବା ଆବଶ୍ୟକ ଯେ ଆପଣ ଏହାକୁ ଯେପରି ପ୍ରତିଦିନ ବ୍ୟବହାର କରିବେ ନଚେତ ଏହା ଆପଣଙ୍କ ଶରୀର ପାଇଁ ଅଧିକ ଲାଭଦାୟକ ହେବ ନାହିଁ।ତେବେ ଏହାକୁ ବ୍ୟବହାର କରିବା ଫଳରେ ଅପାଙ୍କର ଅଣ୍ଟାର ଯନ୍ତ୍ରଣା ମଧ୍ୟ ଠିକ ହୋଇ ଯାଇଥାଏ।

Leave a Reply

Your email address will not be published. Required fields are marked *