September 19, 2024

Odia Express

Leading Odia News Portal of Odisha

ଦଉଡ଼ି ଡେଇଁବାର ଅଦ୍ଭୁତପୂର୍ବ ଫାଇଦା ମାତ୍ର ୩୦ ଦିନରେ ପେଟର ଚର୍ବି କମାନ୍ତୁ – ନିଜେ ଜାଣିପାରିବେ ରେଜଲ୍ଟ..

ସାଙ୍ଗମାନେ ଆଜି ମୁଁ ଆପଣ ମାନଙ୍କୁ କହିବି ଯେ ଆପଣ ଦଉଡ଼ି ଡେଇଁବା ଦ୍ବାରା ଆପଣଙ୍କୁ କଣ ସବୁ ଫାଇଦା ହେବ।ଯଦି ଆପଣ ଦଉଡ଼ି ଡେଇଁବାର ଫାଇଦା ବିଷୟରେ ଜାଣି ନାହାନ୍ତି ତ ଏହାକୁ ପୁରା ପଢନ୍ତୁ।ଦଉଡ଼ି ଡେଇଁବା ଏକ ଖେଳ ନୁହେଁ ଏହା ଶରୀରରେ ଶକ୍ତି ଓ ଫୁର୍ତି ବଢ଼ାଇବା ପାଇଁ ଏକ ବ୍ୟାୟାମ ମଧ୍ୟ ଅଟେ।ଏହାର ବହୁତ ଫାଇଦା ଆପଣଙ୍କୁ ଶାରୀରିକ ଓ ମାନସିକ ରୂପରେ ମିଳିଥାଏ।ଆପଣ ଦଉଡ଼ି ଡେଇଁବା ଦ୍ବାରା ଏହା ଆପଣଙ୍କ ଶରୀରରେ ଶକ୍ତି ବଢ଼ାଇବା ସହିତ ଆପଣଙ୍କୁ ଫୁର୍ତ୍ତି ରଖିବାରେ ମଧ୍ୟ ବହୁତ ସାହାଯ୍ୟ କରିଥାଏ।ଯଦି ଆପଣ ଆପଣଙ୍କ ଓଜନ କମାଇବାକୁ ଚାହୁଁଛନ୍ତି ଅଥବା ଆପଣଙ୍କ ଚର୍ବି କମ କରିବାକୁ ଚାହୁଁଛନ୍ତି ତ ଦଉଡ଼ି ଡିଅନ୍ତୁ।

ଯଦି ଆପଣ ପ୍ରତିଦିନ ୧୦ ମିନିଟ ଲେଖାଏଁ ଦଉଡ଼ି ଡେଇଁବେ ତ ମାତ୍ର ୩୦ ଦିନ ଭିତରେ ଆପଣଙ୍କ ଓଜନ ବହୁତ ମାତ୍ରାରେ କମିଯିବ।ସାଙ୍ଗମାନେ ବଢୁଥିବା ବୟସରେ ଦଉଡ଼ି ଡେଇଁବା ଉଚ୍ଚତା ବଢ଼ାଇବା ପାଇଁ ଏକ ବହୁତ ଭଲ ବ୍ୟାୟାମ ହୋଇଥାଏ।ଖେଳ ଖେଳରେ ଏହା ଉଚ୍ଚତା ବଢ଼ାଇବା ପାଇଁ ଏକ ପ୍ରଭାବୀ ଉପାୟ ଅଟେ।ଏହା ଆପଣଙ୍କୁ ମାନସିକ ରୂପରେ ସ୍ବାସ୍ଥ୍ୟବାନ କରିଥାଏ।ଏହା ଆପଣଙ୍କ ଚିନ୍ତାକୁ କମ କରିଥାଏ ଓ ଏହା ସହିତ ଆପଣଙ୍କ ଚେହେରାରେ ପ୍ରାକୃତିକ ଚମକ ଆଣିଥାଏ।ଏହା ଶରୀରକୁ ସୁସ୍ଥ କରିଥାଏ।ଏହା ଶରୀରରେ ଥିବା ହାଡ ମାନଙ୍କୁ ମଜବୁତ କରିବାରେ ପ୍ରଧାନ ଭୂମିକା ଗ୍ରହଣ କରିଥାଏ।

ଏହା ବ୍ୟତୀତ ଇଏ ଶରୀରରୁ ସମସ୍ୟା ବିଷାକ୍ତ ପଦାର୍ଥ ବାହାରି ବାରେ ମଧ୍ୟ ସାହାଯ୍ୟ କରିଥାଏ।ଏହାଦ୍ବାରା ଆପଣ ସର୍ବଦା ସୁସ୍ଥ ରହିଥାନ୍ତି।ଦଉଡ଼ି ସବୁ ବୟସର ଲୋକ ଡେଇଁ ପାରିବେ।ସେ ପିଲା ହୁଅନ୍ତୁ କି ବୁଢ଼ା ହୁଅନ୍ତୁ ଏହାକୁ ସମସ୍ତେ ଡେଇଁପାରିବେ।ଆମ ଶରୀରକୁ ଫିଟ ରଖିବା ପାଇଁ ଦଉଡ଼ି ଡିଆଁ ଏକ ବହୁତ ସହଜ ଓ ସରଳ ବ୍ୟାୟାମ ଅଟେ।ଆପଣ ଆଜି ହିଁ ପ୍ରତିଦିନ ୧୦ ମିନିଟ ଦଉଡ଼ି ଡେଇଁବା ଆରମ୍ଭ କରିଦିଅନ୍ତୁ।ଏହାକୁ ଅଭ୍ୟାସ କରିବା ପୂର୍ବରୁ ଆପଣଙ୍କୁ କିଛି କଥା ଗୁଡ଼ିକର ଧ୍ୟାନ ରଖିବାକୁ ହେବ।ଆପଣ ଦଉଡ଼ି ଡେଇଁବା ସମୟରେ ଆପଣଙ୍କ ପେଟ ସମ୍ପୂର୍ଣ ଖାଲି ହୋଇଥିବା ଦରକାର।

ଯଦି ଆପଣ ଖାଦ୍ୟ ଖାଇବା ପରେ ଦଉଡ଼ି ଡେଇଁବା ଆରମ୍ଭ କରନ୍ତି ତ ଆପଣଙ୍କ ପେଟରେ ଯନ୍ତ୍ରଣା ହୋଇଥାଏ।ଆପଣ ଖାଦ୍ୟ ଖାଇବାର ଦୁଇ ଘଣ୍ଟା ପୂର୍ବରୁ ଅଥବା ପରେ ଦଉଡ଼ି ଡ଼ିଅନ୍ତୁ।ଆପଣ ଦଉଡ଼ି ଡେଇଁବା ପୂର୍ବରୁ ୫ ମିନିଟ ପର୍ଯ୍ୟନ୍ତ କିଛି ହାଲକା ବ୍ୟାୟାମ କରି ନିଅନ୍ତୁ।ଏହାଦ୍ବାରା ଆପଣଙ୍କ ଶରୀର ଦଉଡ଼ି ଡେଇଁବା ପାଇଁ ସମ୍ପୂର୍ଣ ପ୍ରସ୍ତୁତ ହୋଇଯିବ।ଏହି ବ୍ୟାୟାମ ଆପଣ ସକାଳେ ବା ସନ୍ଧ୍ୟାରେ କରିପାରିବେ।କିନ୍ତୁ ସକାଳ ସମୟରେ ଦଉଡ଼ି ଡେଇଁବା ସବୁଠୁ ଲାଭ ଦାୟକ ହୋଇଥାଏ।

Leave a Reply

Your email address will not be published. Required fields are marked *