October 24, 2024

Odia Express

Leading Odia News Portal of Odisha

5 ଏପ୍ରିଲ ୨୦୨୩ ବୁଧବାର,ଆଜିର ରାଶିଫଳ,ଆଜି ଦିନ କେଉଁ ରାଶି ପାଇଁ କିଭଳି ରହିବ ଜାଣିରଖନ୍ତୁ…

ମେଷ ରାଶି:- ଆପଣ ନିଜର ଅନୁଭବ ଓ ପରାକ୍ରମ ବଳରେ ସମସ୍ତ ସଂଘର୍ଷପୂର୍ଣ କାର୍ଯ୍ୟରେ ବିଜୟ ହାସଲ କରିବେ। ଆପଣଙ୍କ ବାଣୀ ଉପରେ ଆପଣଙ୍କୁ ନିୟନ୍ତ୍ରଣ ରଖିବାର ଆବଶ୍ୟକତା ରହିଛି। ଅନାବଶ୍ୟକ ଯୁକ୍ତିତର୍କରୁ ଆପଣ ଦୂରେଇ ରୁହନ୍ତୁ। ଆର୍ଥିକ ସ୍ଥିତି କ୍ଷେତ୍ରରେ ଲାଭ ପ୍ରାପ୍ତି ହେବ।

ବୃଷ ରାଶି:- ଏହି ରାଶିର ଲୋକମାନେ ଉତ୍ତମ ପରିଣାମ ପାଇପାରିବେ। ପ୍ରେମ ସମ୍ପର୍କରେ ମଧୁରତା ସଂଚାର ହେବ। ଜୀବନସାଥିଙ୍କ ସ୍ବାସ୍ଥ୍ୟ ଅବସ୍ଥାର ବିଶେଷ ଧ୍ୟାନ ରଖିବା ଆବଶ୍ୟକ।ଆଜି ଆପଣ ଅସହାୟ ବ୍ୟକ୍ତିଙ୍କୁ ସାହାଯ୍ୟ କରନ୍ତୁ।

ମିଥୁନ ରାଶି:- ଶାନ୍ତ ମନରେ ପରିସ୍ଥିତିର ବିଶ୍ଳେଷଣ କରିବା ଆବଶ୍ୟକ। ପାରିବାରିକ ବାତାବରଣ ସାମାନ୍ୟ ଚିନ୍ତାଜନକ ରହିବ। ପ୍ରେମ ଜୀବନରେ ମଧୁରତା ଲାଗି ରହିବ।ସହକର୍ମୀଙ୍କ ସହିତ ନିଜର ବ୍ୟବହାରର ଧ୍ୟାନ ରଖନ୍ତୁ।

କର୍କଟ ରାଶି:- ଆପଣଙ୍କ ପରାକ୍ରମରେ ବୃଦ୍ଧି ଆସିବ। କାର୍ଯ୍ୟରେ ବୃଦ୍ଧି ହେବାରୁ ମନରେ ପ୍ରସନ୍ନତା ଆସିବ। ଜୀବନ ସାଥିଙ୍କ ସହିତ ଆପଣ ଉତ୍ତମ ସମୟ ଅତିବାହିତ କରିବେ।ଯେକୌଣସି ନିବେଶ ଲାଭପ୍ରଦ ସିଦ୍ଧ ହେବ।

ସିଂହ ରାଶି:- ଲୋକ ଆପଣଙ୍କ ପ୍ରତି ପ୍ରଭାବିତ ହେବେ। ସଂଚାର ମାଧ୍ୟମରେ ଆପଣଙ୍କ ଖ୍ୟାତି ବୃଦ୍ଧି ହେବାର ସମ୍ଭାବନା ରହିଛି।ମାତାଙ୍କ ପକ୍ଷରୁ ଆପଣଙ୍କୁ ବିଶେଷ ସହଯୋଗ ପ୍ରାପ୍ତି ହେବ।ପିତାଙ୍କ ସହଯୋଗରେ ଆର୍ଥିକ ଉନ୍ନତି ହେବ। ଜୀବନସାଥିଙ୍କ ସହିତ ଆପଣ ଉତ୍ତମ ସମୟ ଅତିବାହିତ କରିବେ।

କନ୍ୟା ରାଶି:- ସାମାଜିକ ପ୍ରତିଷ୍ଠା ବୃଦ୍ଧି ହେବ।ବିଦେଶରୁ ଶୁଭ ସମାଚାର ମିଳିବ।ଆପଣଙ୍କ ମନରେ ପ୍ରସନ୍ନତା ଆସିବ। କାର୍ଯ୍ୟ କ୍ଷେତ୍ରରେ ଉନ୍ନତି ହେବ।ନୂଆ ବ୍ୟବସାୟ ଆରମ୍ଭ କରି ପାରନ୍ତି।ସ୍ୱାସ୍ଥ୍ୟର ଅବସ୍ଥା ମଧ୍ୟମଧରଣର ରହିବାର ସମ୍ଭାବନା ରହିଛି।

ତୁଳା ରାଶି:- ଆପଣ ସମସ୍ତ ସମସ୍ୟାର ସଫଳତା ପୂର୍ବକ ସାମ୍ନା କରିବେ। ଆପଣଙ୍କ ଦ୍ଵାରା ପରିଜନକୁ କରାଯାଇଥିବା ସହାୟତା ପରିବାରରେ ଭଲ ସମ୍ପର୍କ ଆଣିବ। ଆର୍ଥିକ ସମସ୍ୟା ଦେଖାଯାଇପାରେ। ସ୍ବାସ୍ଥ୍ୟ ଅବସ୍ଥା ସାମାନ୍ୟ ରହିବ କିନ୍ତୁ ଆପଣ ଜଳର ସେବନ ଉଚିତ ମାତ୍ରାରେ କରନ୍ତୁ।

ବିଛା ରାଶି:- ଆପଣଙ୍କ ପାଇଁ ବ୍ୟାପାରିକ ଲାଭ ସ୍ଥିତି ଦେଖାଯାଇପାରେ। ଯୋଜନା ଭାବରେ କରାଯାଇଥିବା କାର୍ଯ୍ୟରେ ସଫଳତା ମିଳିବ।

ଧନୁ ରାଶି:- ଆପଣଙ୍କ କାର୍ଯ୍ୟରେ ସକାରାତ୍ମକ ପ୍ରଭାବ ଆସିବ।ନୂଆ ଉଦ୍ୟମରେ ଲାଭ ମିଳିବ। ବିଦ୍ୟାର୍ଥୀ ମାନଙ୍କୁ ଗୁରୁଜନମାନଙ୍କ ଆଶୀର୍ବାଦ ମିଳିବ।

ମକର ରାଶି:- ଅନେକ ଦିନରୁ କରାଯାଇଥିବା ନିବେଶରୁ ଆପଣଙ୍କୁ ଲାଭ ମିଳିବ। ମାତା ପିତାଙ୍କ ସ୍ନେହ ତଥା ଆଶୀର୍ବାଦ ପ୍ରାପ୍ତ କରିବେ।

କୁମ୍ଭ ରାଶି:- ସନ୍ତାନ ପକ୍ଷରୁ କିଛି ମତଭେଦ ପରି ପରିସ୍ଥିତି ଉତ୍ପନ୍ନ ହେବ।ପ୍ରେମ ସମ୍ପର୍କରେ ମଧ୍ୟ ସାମାନ୍ୟ ମନମାଳିନ୍ୟର ସ୍ଥିତି ରହିବ।

ମୀନ ରାଶି:- ବ୍ୟବସାୟୀମାନଙ୍କ ପାଇଁ ଦିନଟି ଲାଭକାରୀ ରହିବ।ଜୀବନ ସାଥିଙ୍କ ସହଯୋଗରେ ଗୁପ୍ତ ଶତ୍ରୁ ମାନଙ୍କୁ ଆପଣ ପରାଜିତ କରିବେ।

ଆପଣଙ୍କର ଯେଉଁବି ରାଶି ହୁଅନ୍ତୁ, ମନେରଖନ୍ତୁ ସବୁବେଳେ ସତ କର୍ମ କରନ୍ତୁ, ନ୍ୟାୟରେ ରୁହନ୍ତୁ, ଭଗବାନଙ୍କ ନାମ ଜପ କରନ୍ତୁ, ଜୀବନରେ ସଫଳତା ହାସଲ କରିବେ।

Leave a Reply

Your email address will not be published. Required fields are marked *