March 22, 2025

Odia Express

Leading Odia News Portal of Odisha

ବଲିଉଡ ହିରୋ ଅମୀର ଖାନଙ୍କ ଜୀବନ ଶୈଳୀ ଏପରି କିଛି କଥା ଯାହା ଆପଣ କେବେ ଶୁଣି ନଥିବେ – ଏପରି ଭାବେ ନିଜର ପରିବାର ସହ ରୁହନ୍ତି ସେ…

ଆଜି ଆମେ ଏମିତି ଅଭିନେତାଙ୍କ ବିଷୟରେ ଜାଣିବା ଯିଏ ଦୁଶ୍ଚିନ୍ତା ଭଳି ମାନସିକତାକୁ ଦୁରେଇ ଦେଇ ଥିଲେ।ତାଙ୍କୁ ମିଷ୍ଟ୍ର ପ୍ରଫେକ୍ସନିଷ୍ଟ କୁହାଯାଏ,ସେ ନିଜ ପରିଶ୍ରମ ଓ କଠୋର ଶ୍ରମରେ ଲୋକଙ୍କ ହୃଦୟରେ ଗୋଟେ ଅଲଗା ଚିହ୍ନ ଛାଡି ଯାଇଛନ୍ତି।ଆଜି ଆମେ ଏଠି କଥା ହେବା ଆମିର ଖାନଙ୍କ ବିଷୟରେ।ସାଙ୍ଗମାନେ ଆମୀର ଖାନଙ୍କ ପୁରା ନାମ ମହମ୍ମଦ ଆମୀର ହୁସେନ ଖାନ ଥିଲା। ତାଙ୍କର ଜନ୍ମ ୧୪ ମାର୍ଚ୍ଚ ୧୯୬୫ ହୋଇଥିଲା ସେ ମୁମ୍ବାଇ ରେ ଜନ୍ମ ଗ୍ରହଣ କରିଥିଲେ।ତାଙ୍କର ବର୍ତ୍ତମାନ ବୟସ କହିବାକୁ ଗଲେ ୫୫ ବର୍ଷ ଅଟେ।ସେ ନିଜର ବିଦ୍ୟାଳୟ ନର୍ସି ମୋଞ୍ଜେବିଦ୍ୟାଳୟରେ କରିଥିଲେ।ତାଙ୍କର ପାଠ ପଢ଼ାରେ କୌଣସି ରୁଚି ନଥିଲା ସେ ପିଲାବେଳୁ ଅଭିନୟ କରିବାକୁ ଚାହୁଁଥିଲେ।ତାଙ୍କ ପିତା ତାୟାର ହୁସେନ ଜଣେ ଚଳଚ୍ଚିତ୍ର ନିର୍ମାତା ଥିଲେ କିନ୍ତୁ ତାଙ୍କର ସବୁ ଚଳଚ୍ଚିତ୍ର କେବେ ହିଟ ହୋଇନଥିଲା।

ତାଙ୍କ ବାପାଙ୍କ ଏ ଅବସ୍ତା ଦେଖି ସେ ନିଜ ପାଠ ପଢ଼ାକୁ ବନ୍ଦ କରିଦେଲେ।ଆମେ ଆପଣଙ୍କୁ କହି ରଖୁଚୁକି ଆମୀର କେବଳ ଦ୍ଵାଦଶ ପର୍ଯ୍ୟନ୍ତ ପାଠ ପଢିଛନ୍ତି।ତାଙ୍କ ପିଲାବେଳେ ତାଙ୍କ ପରିବାରର ଆର୍ଥିକ ସ୍ଥିତି ଏତେ ଭଲ ନଥିଲା।ସେ ନିଜ ପେଶାରେ ଜଣେ ଅଭିନେତା,ମଡେଲ ଓ ନିର୍ମାତା,ନିର୍ଦେଶକ ଅଟନ୍ତି।ଆସନ୍ତୁ ଜାଣିବା ତାଙ୍କ କ୍ୟାରିୟର ବିଷୟରେ:-ସେ ନିଜ ଆରମ୍ଭ ୧୯୮୪ ରେ ପ୍ରଥମ ଚଳଚ୍ଚିତ୍ର ହୋଲିରୁ ଆରମ୍ଭ କରିଥିଲେ।

ଏହା ବହୁତ କମ ପଇସାରେ ତିଆରି ହୋଇଥିଲା ଓ ଏଥିରେ ଅଭିନେତା ସବୁ ନୂଆ ଆସିଥିଲେ।ଏହି ଚଳଚ୍ଚିତ୍ର କେହି ଦେଖି ନଥିଲେ।ତାପରେ ସେ ଦ୍ୱିତୀୟ ଚଳଚିତ୍ର ୧୯୮୮ ରେ କୟାମତ ସେ କୟାମତ ତକ ଗୋଟେ ଚଳଚିତ୍ର କଲେ ଯେଉଁଥିରେ ସେ ଜୁହି ଚାୱଲାଙ୍କ ସହ କାମ କରିଥିଲେ।ଏହି ଚଳଚିତ୍ର ଆମୀରଙ୍କ ଅଭିନୟକୁ ସର୍ବଶ୍ରେଷ୍ଠରେ ପହଞ୍ଚାଇଲା ଓ ସେ ଚଳଚିତ୍ର ବହୁତ ହିଟ ହୋଇଥିଲା।ତାପରେ ୧୯୮୯ ରେ ରାଖ ଚଳଚ୍ଚିତ୍ର ତାଙ୍କର ଏତେ ହିଟ ହୋଇନଥିଲା।

ତାଙ୍କୁ ସେ ଚଳଚିତ୍ରରେ ଭଲ ଅଭିନୟ କାରଣରୁ ନେସନାଲ ପିଲ୍ମ ଆୱ।ର୍ଡ ମିଳିଥିଲା।୧୯୯୦ ରେ ତାଙ୍କର ୫ ଟି ଚଳଚ୍ଚିତ୍ର ଆସିଥିଲା ଯାହାର ନାମ ହେଲା ଅବଲ ନମ୍ବର୍,ତୁମ ହିରୋ ହୋ,ଦିୱ।ନା ମୁଝସା ନେହିଁ,ଜବାନୀ ଜିନ୍ଦାବାଦ,ଦିଲ ଏମାନଙ୍କ ଭିତରୁ ଦିଲ ହିଁ ବହୁତ ହିଟ ହୋଇଥିଲା।ସେ ୧୯୯୦ ରେ ବହୁତ ହିଟ ଚଳଚ୍ଚିତ୍ରରେ କାମ କରିଥିଲେ ଯେମିତି ଜୋ ଜିତା ବୋହି ସିକନ୍ଦର ତାପରେ ହାମ ହେ ରାହି ପ୍ୟାରକେ ତାପରେ ୧୯୯୫ ରେ ଆସିଥିଲା ରଙ୍ଗିଲା।

ତାପରେ ସେ ଲଗାତାର ଖରାପ ଚଳଚ୍ଚିତ୍ର ଦେଲେ ସେଗୁଡିକ ହେଲା:-ଅନ୍ଦାଜ ଆପନା ଆପନା,ଇସିକା ନାମ ଜିନ୍ଦଗି,ଦୋୖଲତ କି ଜଙ୍ଗ,ପରର୍ମ୍ପରା।ତାଙ୍କର ଜୀବନର ପ୍ରଥମ ପିଲ୍ମ ଫେୟାର ଆୱ।ର୍ଡ ତାଙ୍କୁ ୧୯୯୬ରେ ରାଜା ହିନ୍ଦୁସ୍ତାନି ପାଇଁ ମିଳିଥିଲା।୨୦୦୧ ରେ ତାଙ୍କ ଚଳଚ୍ଚିତ୍ର ଲଗାଣ ବହୁତ ଭଲ ରୋଜଗାର କରାଇ ଥିଲା ଓ ତାଙ୍କୁ ଦ୍ୱିତୀତ ଫିଲ୍ମ ଫେୟାର ଆୱ।ର୍ଡ ମିଳିଲା ତାପରେ ତାଙ୍କର ଛାଡପତ୍ର ହୋଇଗଲା ତାଙ୍କ ପତ୍ନୀ ରୀନାଙ୍କ ପାଖରୁ।

ତାପରେ ସେ ମାନସିକ ଆଶାନ୍ତି ପାଇଁ ୪ ବର୍ଷ ପର୍ଯ୍ୟନ୍ତ କୌଣସି ଚଳଚ୍ଚିତ୍ରରେ କାର୍ଯ୍ୟ କଲେ ନାହିଁ।ତାପରେ ଆରମ୍ଭ ହେଲା ତାଙ୍କ ଜୀବନର ଦ୍ୱିତୀୟ ସ୍ତର ସେ ୨୦୦୫ ରେ ଚଳଚିତ୍ର ମଙ୍ଗଲ ପାଣ୍ଡେରୁ ଫେରିଲେ।୨୦୦୬ ରେ ସେ ଫନା ପାଇଁ ତାଙ୍କୁ ବହୁତ ଭଲ ଖରାପ କୁହାଗଲା।ତାପରେ ସେ ନିଜେ ନିର୍ଦ୍ଦେଶନା କରିଥିବା ଚଳଚ୍ଚିତ୍ର ତାରେ ଜମି ପର ଚଳଚିତ୍ର ଆଣିଥିଲେ ଯାହା ୧୦ ରୁ ଅଧିକ ପୁରସ୍କାର ପାଇଥିଲା ଏହି ଚଳଚିତ୍ର ୧୦୦ କୋଟିରୁ ଅଧିକ ପଇସା ରୋଜଗାର କରିଥିଲା।

ତାପରେ ସେ ବହୁତ ହିଟ ଚଳଚ୍ଚିତ୍ର କଲେ ଯେମିତି ଗଜନୀ,୩ ଇଡିଅଟସ ଏହି ଚଳଚିତ୍ର ୫୦୦ କୋଟି ରୋଜଗାର କରିଥିଲା।ସେ ବହୁତ ଆଇଫା,ପିଲ୍ମ ଫେୟାର ଓ ଜି ସିନେମା ପୁରସ୍କାର ପାଇଥିଲେ।ତାଙ୍କ ବାପାଙ୍କ ନାମ ଥିଲା ତାହୀର ହୁସେନ ଓ ମାଙ୍କ ନାମ ଜିନେତ ହୁସେନ।ତାଙ୍କ ଭାଇଙ୍କ ନାମ ହେଲା ଫେଜଲ ଖାନ୍।ତାଙ୍କର ଗୋଟେ ଭଉଣୀ ଫରଦ ଓ ନିଖାତ ଖାନ।ତାଙ୍କ ପ୍ରଥମ ପତ୍ନୀ ରୀନା ଦତ୍ତ। ଓ ଦ୍ୱିତୀୟ ପତ୍ନୀ କିରଣ ରାଓ।ତାଙ୍କ ଗୋଟେ ପୁଅ ଜୁନାଦୀ ଖାନ ଓ ଅନ୍ୟ ପୁଅର ନାମ ଆଜାଦ ରାଓ କପୁର।ତାଙ୍କ ଝିଅର ନାମ ଆୟରା ଖାନ୍।

ସେ ଗୋଟେ ଚଳଚ୍ଚିତ୍ର କରିବା ପାଇଁ ୫୦ କୋଟି ଟଙ୍କା ନିଅନ୍ତି।ତାଙ୍କର ବେସିରୁ ବେସି ରୋଜଗାର ବ୍ରାଣ୍ଡ ଏଣ୍ଡୋର୍ସମେଣ୍ଟ ରୁ ଆସେ ଯାହା ହେଉଛି ୧୫ କୋଟି ଟଙ୍କା।ତାଙ୍କର ନେଟ ୱର୍ଥ ହେଉଛି ୧୪୩୪ କୋଟି ଟଙ୍କା।ସେ ମୁମ୍ବାଇର କାର୍ଟର ରୋଡ଼ରେ ୨୦ କୋଟି ଟଙ୍କାର ଘରେ ରୁହନ୍ତି।ତାଙ୍କ ପାଖରେ ପଞ୍ଚମରେ ଗୋଟେ ଫାର୍ମ ହାଉସ ଅଛି ଯାହା ଏକକରରେ ବିସ୍ତାରିତ ଅଟେ।ତାଙ୍କ ପାଖରେହଁ ୧୫ କୋଟି ଟଙ୍କାରୁ ଅଧିକ ଟଙ୍କା ପର୍ଯ୍ୟନ୍ତ ଗାଡି ଅଛି।ତାଙ୍କ ପାଖରେ ଗୋଟେ ମରସିଡିଜ ବେଞ୍ଜ ଏଶ ୬ ଯାହାର ମୁଲ୍ୟ ୧୦ କୋଟି ଟଙ୍କା ଅଟେ।ତାଙ୍କ ପାଖରେ ବିଏମ୍ଡ଼ବ୍ଲ୍ୟୁ ଏକ୍ସ ୭ ଅଛି ଯାହାର ଦାମ ୨ କୋଟି ଅଟେ।ତାଙ୍କ ପାଖରେ ବେଣ୍ଟିଲି ଫ୍ଲାଇଙ୍ଗ ଶଫର ଅଛି ଯାହାର ମୁଲ୍ୟ ପ୍ରାୟ ୪ କୋଟି ଟଙ୍କା।ତାଙ୍କ ପାଖରେ ବିଏମ ଡ଼ବ୍ଲ୍ୟୁ ୭୩୦ ଏଲ ଡି ଯାହାର ମୁଲ୍ୟ ୨ କୋଟି ଟଙ୍କା।

Leave a Reply

Your email address will not be published. Required fields are marked *