ଯଦି ଆପଣ ନିଜ ଘରେ ଭ୍ରୁସଙ୍ଗ ଗଛ ଲଗେଇବାକୁ ଚାହୁଁଛନ୍ତି ତାହେଲେ ଆଗକୁ ନିଶ୍ଚିନ୍ତ ପଢନ୍ତୁ – ମାତ୍ର କିଛି ଦିନରେ..

ନମସ୍କାର ବନ୍ଧୁଗଣ ଆମେ ଆପଣ ମାନଙ୍କୁ ସ୍ୱାଗତ ଜଣାଉଛୁ,ଆଜି ଆମେ ଆପଣଙ୍କୁ କହିବୁକି ଆପଣ ନିଜ ଘରେ କିପରି ଭ୍ରୁସଙ୍ଗ ଗଛ ଲଗେଇବେ ସେ ବିଷୟରେ ଆମେ ଜାଣିବା।ଏହାର ପତ୍ର ଖାଦ୍ୟର ସ୍ୱାଦକୁ ଚାରି ଗୁଣ ପର୍ଯ୍ୟନ୍ତ ବଢ଼େଇ ଥାଏ।ତାସହିତ ଏହା ବହୁତ ସ୍ଵାସ୍ଥ୍ୟ ବର୍ଦ୍ଧକ ହୋଇଥାଏ।ଆପଣ ଦେଖିବେ ଯେତେବେଳେ ଭ୍ରୁସଙ୍ଗ ଗଛର ଫଳ ଧରିଥାଏ କଞ୍ଚାବେଳେ ଏଥିରେ ସବୁଜ ରଙ୍ଗର ଫଳଥାଏ ଓ ପାଚିଗଲେ ଏହା ନାଲି ବା କଳା ହୋଇଯାଏ।
ଆପଣ ଦେଖିବେ ଏହା ପାଚିଗଲା ପରେ ଜାମୁ କୋଳି ଭଳି ରଙ୍ଗ ଆସିଯିବ ଓ ସେଭଳି ନରମ ନରମ ଓ କଳା ରଙ୍ଗର ଫଳ ଆସିଯିବ।ଆପଣ କେବଳ ଏହି କଳା ରଙ୍ଗର ଫଳକୁ ବାଛିବେ।ତାପରେ ସେ ଫଳରୁ ଉପର କଳା ଆଵରଣ କାଢି ଭିତରେ ଥିବା ସବୁଜ ମଞ୍ଜିକୁ କାଢି ନେବେ।ଭ୍ରୁସଙ୍ଗ ପତ୍ରର ଗଛ ଲଗେଇବା ବହୁତ ସହଜ ହୋଇଥାଏ।ଆପଣ ଧ୍ୟାନ ରଖିବେ ଏହାର ଫଳ ଆସିବାକୁ ବହୁତ ସମୟ ଲାଗେ ଓ ଏହା କେବଳ ବର୍ଷା ୠତୁରେ ଆସେ।
ତାପରେ ଆପଣ ତାର ଫଳରୁ ମଞ୍ଜି କାଢି ସାରିବା ପରେ ଆପଣ ତାର ମଞ୍ଜି ଲଗେଇବା ପ୍ରସ୍ତୁତି ଆରମ୍ଭ କରିବେ ଓ ଆପଣ ବର୍ଷା ୠତୁରେ ଲଗେଇଲେ ଏହା ଫଳ ପ୍ରଦ ହେବ କାରଣ ଏହା ଭଲ ପାଣି ପାଇପାରିବ ଓ ଶିଘ୍ର ବଢ଼ିବାରେ ସହାୟକ ହେବେ।ଆପଣ ପ୍ରଥମେ ସବୁ ମଞ୍ଜିକୁ ହାଲ୍କା ପାଣିରେ ଧୋଇଦେବେ।ଆପଣ ଚାହିଁଲେ କୌଣସି କୁଣ୍ଡରେ ମାଟି ଭର୍ତ୍ତିକରି ଲଗେଇ ପାରିବେ ବା ସିଧାସଳଖ ମାଟିରେ ଲଗେଇ ପାରିବେ ନହେଲେ ବାଲିରେ ଲଗେଇ ପାରିବେ।
ଆପଣ ମାଟିରେ ଚାହିଁଲେ କୋକୋ ପେଟ ମିଶେଇ ପାରିବେ ଯାହାଦ୍ୱାରା ଆପଣଙ୍କ କୁଣ୍ଡରେ ଥିବା ମାଟି ଟାଣ ହେବ ନାହିଁ।ଯାହାଦ୍ୱାରା ଏହି ମାଟି ନିଜ ଭିତରେ ବାନ୍ଧି ହେବ ନାହିଁ ଓ ମାଟି ଭିତରକୁ ଚେର ଭଲ ଭାବରେ ଯାଇ ପାରିବ ଓ ଆପଣଙ୍କ ଗଛ ମରିବ ନାହିଁ ଭଲ ବଢିବ।ଆପଣଙ୍କ ପାଖରେ ଯଦି କୋକୋ ପେଟ ନାହିଁ ଆପଣ ଅଳ୍ପ ପରିମାଣରେ ବାଲି ନିଜ କୁଣ୍ଡରେ ମିଶେଇ ପାରିବେ।
ଆପଣ ଯଦି ଚାହିଁବେ ସେଥିରେ ଯେକୌଣସି ପ୍ରକାରର କମ୍ପୋଷ୍ଟ ଖତ ମିଶେଇ ପାରିବେ।ଯେତେଭଲ ମାଟି ଉପଜାଉ ହେବ ସେତେଭଲ ଗଛ ବଢି ପାରିବ।ତାପରେ ଆପଣ କୁଣ୍ଡରେ ଗୋଟେ କାଠି ସାହାଯ୍ୟରେ କଣା କରିବେ ଓ ମଞ୍ଜି ପକେଇ ଦେବେ।ତାପରେ ମଞ୍ଜି ପକେଇ ସାରିବା ପରେ ଆପଣ ସେ ମାଟି ଦ୍ୱରା ସେ ଗାତକୁ ଭର୍ତ୍ତି କରିନେବେ କାରଣ ମଞ୍ଜି ନିଜ ଜାଗାରୁ ହଲିବ ନାହିଁ।
ଆମେ ଏଠାରେ ୫ ଟି ମଞ୍ଜି ନେଇଛୁ ଆପଣ ଚାହିଁଲେ ଆହୁରି ଅଧିକ ନେବେ କିନ୍ତୁ ଧ୍ୟାନ ରଖିବେ ନିଜ କୁଣ୍ଡର ଆକାର ଅନୁସାରେ ଆପଣ ମଞ୍ଜି ପକେଇବେ।ଆମେ ଏଠାରେ ୫ ଟି ମଞ୍ଜି ନେଇଛୁ ହୁଏତ ଏଠାରେ ୫ ଟିରୁ ୫ ଟି ଗଛ ଉଠିବ ନହେଲେ ୨ ଟି ଗଛ ଉଠିବ।ମଞ୍ଜି ଯେତେ ଭଲ ପୁଷ୍ଟିକର ହେବ ସେତେଭଲ ଗଛ ସେଥିରୁ ବାହାରିବ।ତାପରେ ମଞ୍ଜି ଲଗେଇ ସାରିବା ପରେ ଆପଣ ତାଉପରେ ଅଳ୍ପ ଅଳ୍ପ ପାଣି ଛିଞ୍ଚନ କରିନେବେ।
ଆପଣ ଲକ୍ଷ୍ୟ କରିବେ ସମ୍ପୂର୍ଣ୍ଣ ଗୋଟେ କିମ୍ଭା ଦୁଇ ମାସ ପରେ ଆପଣଙ୍କ ଛୋଟ ଛୋଟ ଗଛ ସେଥିରୁ ବାହାରି ଆସିବ।ଆପଣଙ୍କ ଗଛ ବଢିବା ପରେ ଆପଣ ଗୋଟେ ଗୋଟେ ଅଲଗା କୁଣ୍ଡରେ ସବୁ ଗଛକୁ କାଢି ନେବେ କାରଣ ସେ ସେଠାଟେ ଭଲ ଭାବରେ ବଢି ପାରନ୍ତି ନାହିଁ।ଆପଣ ଦେଖିବେ ଆପଣଙ୍କ ଗଛ ମାନଙ୍କ ଭିତରୁ ଯେଉଁ ଗଛ ବହୁତ ଭଲ ବଢିଥିବ ଆପଣ ତାକୁ ସେ ଜାଗାରୁ କାଢି ଆଣି ଅନ୍ୟ ଜାଗାରେ ଲଗେଇ ଦେବେ।
ଆପଣ ଛୋଟ କୁଣ୍ଡରୁ ବଡ଼ କୁଣ୍ଡକୁ ସ୍ତାନାନ୍ତରିତ କରିବେ ଓ ଆଉ ଚେଷ୍ଟା କରିବେ ଏହି କାମ ସନ୍ଧ୍ୟା ସମୟରେ କରିବାକୁ।ଆପଣ ଖରାବେଳେ ବା ଅଧିକ ଜୋର ହେଉଥିବା ଖରାରେ ନିଜ ଗଛକୁ ସ୍ତାନାନ୍ତରିତ କରିବେ ନାହିଁ।ନହେଲେ ସେ ଗଛ ଗୁଡିକର ଚେର ଏହି ସ୍ତାନାନ୍ତରଣ କୁ ସହ୍ୟ କରିବେ ନାହିଁ।ଆପଣ ସ୍ତାନାନ୍ତର କରିବା ସମୟରେ ନିଜ ଗଛର ମାଟିକୁ ଅଳ୍ପ ଅଳ୍ପ କାଢି ନେବେ ଯାହାଫଳରେ ଗଛର ଚେର ଯେପରି ଚିଡି ନଯିବ।
ଆପଣ ନିଜ ସମ୍ପୂର୍ଣ୍ଣ ବଳ ଲଗେଇ ଏହାକୁ ଟାଣିବେ ନାହିଁ ଧୀରେ ଧୀରେ ସହାରା ଦେଇ ମାଟିକୁ ହଟେଇ ହଟେଇ କାଢି ନେବେ।ଆପଣ ସେ ଭ୍ରୁସଙ୍ଗ ଗଛକୁ ନେଇ ନିଜ ବଗିଚା କିମ୍ବା ନିଜ ବାଡ଼ିରେ ଏହାକୁ ଲଗେଇ ପାରିବେ।ଆପଣ ଏହି ଭଳି ନିଜ ଘରେ ଭ୍ରୁସଙ୍ଗ ଗଛକୁ ଲଗେଇ ପାରିବେ ଓ ଏହାର ପତ୍ର ବହୁତ ବାସ୍ନାରେ ଭରି ରହିଥାଏ ଓ ଯେକୌଣସି ଖାଦ୍ୟରେ ଏହାକୁ ଆପଣ ପ୍ରୟୋଗ କରିବେ ଆପଣଙ୍କ ଖାଦ୍ୟର ସ୍ୱାଦ ବହୁତ ମାତ୍ରାରେ ବଢି ଯିବ।