March 25, 2025

Odia Express

Leading Odia News Portal of Odisha

କେବେ ହୋଟେଲ୍ ରେ କାମ କରି କମାଉଥିଲେ ୧୨୦ ଟଙ୍କା ଏହି ହିରୋଇନ, ଏବେ ଭୋଜପୁରୀ ଫିଲ୍ମରେ ହେଲେ କୋଟି କୋଟି ଟଙ୍କାର ମାଲିକାଣି..

ଫିଲ୍ମରୁ କାମ କରି ନାଁ କମାଇ ସାରିଥିବା ସବୁ ଅଭିନେତା ଓ ଅଭିନେତ୍ରୀଙ୍କ ଜୀବନ ସରଳ ହୋଇନଥାଏ । ବହୁତ ସାରା ଅଭିନେତା ଓ ଅଭିନେତ୍ରୀ ଫିଲ୍ମ ଲାଇନ୍ ବାଛିବା ପୁର୍ବରୁ କଷ୍ଟକର ବାଟ ଦେଇ ଗତି କରିବାକୁ ପଡିଥାଏ , ସେଥିମଧ୍ୟରୁ ଜଣେ ଅଟନ୍ତି ଭୋଜପୁରୀ ଫିଲ୍ମର ଅଭିନେତ୍ରୀ ମୋନାଲିସା, ମୋନାଲିସା ଭୋଜପୁରୀ ଫିଲ୍ମରେ ନିଜ ବୋଲଡ୍ ଅନ୍ଦାଜ ପାଇଁ ଜଣାଯାଆନ୍ତି । ଏହା ଛଡା ସେ ବଡ ପରଦାରେ ବି ଷ୍ଟାର୍ ପ୍ଲସର ଲୋକପ୍ରିୟ ଧାରାବାହିକ ନଜରରେ ଡାହାଣି ଭୁମିକା ଅଭିନୟ କରୁଥିବାର ନଜର ଆସିଛନ୍ତି , ତାଙ୍କ ରୋଲ୍ କୁ ଫ୍ୟାନ୍ ବହୁତ ପସନ୍ଦ କରିଥିଲେ , ମୋନାଲିସା ନିଜ ସୋସିଆଲ୍ ମିଡିଆ ଏକାଉଣ୍ଟରେ ବହୁତ ସକ୍ରିୟ ରହୁଛନ୍ତି , ସେ ଏବେ ପର୍ଯ୍ୟନ୍ତ ୧୦୦ ରୁ ଅଧିକା ଭୋଜପୁରୀ, ହିନ୍ଦୀ ଓ ବଙ୍ଗାଳି ଭାଷାରେ ଫିଲ୍ମରେ କାମ କରି ନିଜ ଅଭିନୟକୁ ପ୍ରଶଂସା ପାଇଛନ୍ତି , ଆଜି ଏକ ବଡ ନାମୀ ଦାମୀ ଚେହେରା ହୋଇସାରିଥିବା ଅଭିନେତ୍ରୀ ମୋନାଲିସାଙ୍କ ଅସଲ ନାଁ ଅନ୍ତରା ବିଶ୍ୱାସ ଅଟେ,  ତାଙ୍କ ଛୁଆ ବେଳ ବହୁତ କଠିନ ପରିସ୍ଥିତିରେ କଟୀଥିଲା, ଆସନ୍ତୁ ଜାଣିବା ତାଙ୍କ ଷ୍ଟ୍ରଗଲ୍ କାହାଣୀର ପୁରା ମାମଲା ।

ଆରଜି ଟିଭି ଓ ଫିଲ୍ମ ଇଣ୍ତଷ୍ଟ୍ରିର ଜୀବନ ହୋଇକରି ସାମ୍ନାକୁ ଆସିଥିବା ମୋନାଲିସାଙ୍କ ଜୀବନରେ ସବୁବେଳେ ଏତେ ସୁଖୀ ନଥିଲା,  ସେ ଛୁଆ ବେଳରୁ ବହୁତ ଅସୁବିଧାରେ କଟାଇବାକୁ ପଡିଥିଲା , ଏକ ଇଣ୍ଟରଭ୍ୟୁ ସମୟରେ ମୋନାଲିସା କହିଥିଲେ କି ଯେବେ ମୁଁ ୧୫ ବର୍ଷର ଥିଲି ତେବେ ଘରେ ଆର୍ଥିକ ପରିସ୍ଥିତି ବହୁତ ଖରାପ ଥିଲା,  ତାଙ୍କ ବାପାଙ୍କ ବିଜନେସ୍ ବହୁତ କ୍ଷତି ହୋଇଥିଲା , ଯାହାପରେ ସେ ଚାକିରି କରିବାର ଫଇସଲା ନେଇଥିଲେ । ନିଜ ବିଗତ ଦିନକୁ ମନେ ପକାଇ ଅଭିନେତ୍ରୀ ମୋନାଲିସା ଏକ ଇଣ୍ଟରଭ୍ୟୁ ସମୟରେ ନିଜ ଷ୍ଟ୍ରଗଲ୍ ଭରା ଜୀବନ ବିଷୟରେ କହିଥିଲେ,  ସେ କହିଲେ କି ଯେବେ ତାଙ୍କ ପାଖରେ ଫିଲ୍ମରେ କାମ ନଥିଲା , ତେବେ ସେ ହୋଟେଲ୍ ରେ ଚାକିରି କରିଥିଲେ , ଘରେ କିଛି ସାହାଯ୍ୟ ପାଇଁ ସେ ହୋଷ୍ଟେସ୍ ହୋଇକରି କାମ କରୁଥିଲେ,  ଯାହାପାଇଁ ସେ ଦିନ ସାରା ପରିଶ୍ରମ ବାବଦରେ ୧୨୦ ଟଙ୍କା ପାଉଥିଲେ,

ସେ ତିନି ବର୍ଷରେ ବହୁତ ରେଷ୍ଟୁରାଣ୍ଟରେ କାମ କରିଥିଲେ,  ଏହି ମଧ୍ୟରେ ତାଙ୍କର ସାକ୍ଷାତ ବଙ୍ଗାଳୀ ଫିଲ୍ମ ନିର୍ମାତାଙ୍କ ସହ ହୋଇଥିଲା,  ଏହି ନିର୍ମାତା ତାଙ୍କୁ ମଡେଲିଙ୍ଗ୍ କରିବାକୁ କହିଥିଲେ, ଏହାପରେ ସେ ମଡେଲିଙ୍ଗ୍ କରିବା ଆରମ୍ଭ କରିଦେଇଥିଲେ , ଓ ପଛକୁ ବୁଲି କେବେ ଚାହିଁନାହାନ୍ତି । ମୋନାଲିସାଙ୍କ ଜନ୍ମ ବଙ୍ଗାଳୀ ପରିବାରରେ ହୋଇଥିଲା,  ତାଙ୍କ ନାଁ ଅନ୍ତରା ବିଶ୍ୱାସ ଅଟେ, କିନ୍ତୁ ଫିଲ୍ମ ଇଣ୍ତଷ୍ଟ୍ରିରେ କାମ କରିବା ସମୟରେ ତାଙ୍କ ନାଁ ମୋନାଲିସା ରଖିଦିଆଗଲା

ମଡେଲିଙ୍ଗ୍ ରେ ସଫଳତା ହାସିଲ୍ କରିବାପରେ ତାଙ୍କୁ ବହୁତ ଭିଡିଓ ଆଲବମ୍ ରେ କାମ କଲେ , ଅଧିକାଂଶ ଲୋକ ଅନ୍ତରାଙ୍କୁ ଏବେ ମୋନାଲିସା ନାଁରେ ଜଣାଯାଏ , କହିଦେବୁ କି ମୋନାଲିସା ବିଗ୍ ବସ୍ ରେ ପପୁଲାର୍ ହୋଇଥିଲେ,  ସେ ଦଶମ ସିଜନରେ ନଜର ଆସିଥିଲେ,  ଏହି ଶୋରେ ସେ ବିକ୍ରାନ୍ତ ସିଂଙ୍କୁ ବିବାହ କରିଥିଲେ,  ଶୋ ପରେ ସେ ନଚ୍ ବଲିଏ ରେ ଏକାସାଙ୍ଗେ କାମ କରିଥିଲେ ।

ଛୋଟ ପରଦାରେ ନଜର ୨ ରେ ଡାହାଣୀ ହୋଇ ବାହାରିଥିବା ମୋନାଲିସା ଏକ ଏପିସୋଡ୍ ରେ ଏବେ ୫୦ ହଜାର ଟଙ୍କା ଫିସ୍ ନେଉଛନ୍ତି , ସେମିତି ଫିଲ୍ମରେ ସେ ପ୍ରତି ଫିଲ୍ମ ଆମଦାନୀ କମ୍ ସେ କମ୍ ୫-୭ଲକ୍ଷ ଟଙ୍କା ନେଉଛନ୍ତି , ମୋନାଲିସାଙ୍କ ପାଖରେ ଆଜିର ସମୟରେ ସଂମ୍ପତ୍ତିର କିଛି କମି ନାହିଁ । ମିଡିଆ ରିପୋର୍ଟ ଅନୁସାରେ ସେ ଏବେ ୮ କୋଟି ସଂମ୍ପତ୍ତିର ମାଲିକାଣି ଅଟନ୍ତି ।

Leave a Reply

Your email address will not be published. Required fields are marked *