March 15, 2025

Odia Express

Leading Odia News Portal of Odisha

ସାଉଥ ସୁପରଷ୍ଟାର ପ୍ରଭାସଙ୍କ ଙ୍କ ରୋଜଗାର ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ ? ଏବେ ଜାଣିରଖନ୍ତୁ ତାଙ୍କ ଜୀବନଶୈଳୀ ବିଷୟରେ..

ସାଉଥ ଇଣ୍ଡିଆନ ସିନେମାକୁ ଆଜିକା ଦିନରେ ଯଦି କେହି ଇଣ୍ଟର ନ୍ୟାସନାଲ ଲେଭଲରେ ପଂହଚାଇଛି ତ ସେ ହେଉଛନ୍ତି ବାହୁବଳୀ ଫିଲ୍ମ ଅଭିନେତା ପ୍ରଭାସ । ଆଜି ଆମେ ଅପଣମାନଙ୍କୁ ତାଙ୍କ ଲାଇଫ ଷ୍ଟାଇଲ ବିଷୟରେ କହିବାକୁ ଯାଉଛୁ।ତେବେ ଆସନ୍ତୁ ଜାଣିବା।ପ୍ରଭାସଙ୍କ ପୂରା ନାମ ହେଉଛି ଉପଲପତି ଭେଙ୍କେଟା ସତ୍ୟନାରାୟଣ ପ୍ରଭାସ ରାଜୁ ଏବଂ ନିକ ନାମ ହେଉଛି ୟଙ୍ଗ ରେବେଲ ଷ୍ଟାର। ତାଙ୍କ ଜନ୍ମ ୨୩ ଅକ୍ଟୋବର ୧୯୭୯ ରେ ମାଡ୍ରାସ ,ଇଣ୍ଡିଆରେ ହୋଇଥିଲା । ୨୦୨୦ ହିସାବରେ ତାଙ୍କୁ ଏବେ ୪୦ବର୍ଷ। ତାଙ୍କ ସ୍କୁଲ ହେଉଛି ଡିନଆର ସ୍କୁଲ ଭୀମଭାରମ। ଏହା ପରେ ସେ ଶ୍ରୀ ଚୈତନ୍ୟ କଲେଜ ହାଇଦ୍ରାବାଦ ରେ ଆଡ଼ମିଶନ କରିଥିଲେ କିନ୍ତୁ ସେ କଲେଜ ପାଠ କମପ୍ଲିଟ ନ କରି ଡ୍ରପ ଆଉଟ ହୋଇଯାଇଥିଲେ। ପ୍ରଭାସ ମାତ୍ର ୧୨ କ୍ଲାସ ଯାଇଁ ପଢ଼ିଛନ୍ତି ।

ତାଙ୍କୁ ଛୁଆବେଳୁ ଆକ୍ଟିଙ୍ଗ ରେ ବହୁତ ଇଚ୍ଛା ଥିଲା ଏଥିପାଇଁ ସେ ଆକଟିଂ ଶିଖିବାପାଇଁ ଏକ ଡ୍ରାମା ସ୍କୁଲ ରେ ଆଡ଼ମିଶନ କରିଥିଲେ।ସେଠାରେ ସେ ତାଙ୍କର ଆକ୍ଟିଙ୍ଗ ସ୍କିଲ କୁ ବହୁତ ଭଲ କରିଥିଲେ ଏବଂ ବହୁତ ପରିଶ୍ରମ ପରେ ଫିଲ୍ମ ପାଇଁ ପ୍ରସ୍ତୁତ ହୋଇଥିଲେ ।ସେ ପେଶାରେ ଏକ ଆକ୍ଟର,ଡାଇରେକ୍ଟର,ପ୍ରଡ୍ୟୁସର ଏବଂ ବିଜିନେସମ୍ୟାନ ଅଟନ୍ତି।

ସେ ତାଙ୍କର କ୍ୟାରିୟରର ଆରମ୍ଭ ୨୦୦୨ ରେ “ଈଶ୍ୱର” ଫିଲ୍ମରେ କରିଥିଲେ । ହେଲେ ଏହି ଫିଲ୍ମ ସୁପର ଫ୍ଲପ ହୋଇଥିଲା। ପ୍ରଭାସ ଙ୍କର ବହୁତ ଚଳଚ୍ଚିତ୍ର ଫ୍ଲପ ହୋଇଥିଲା।ତାଙ୍କର କ୍ୟାରିୟର ଆରମ୍ଭ ରେ ଏତେ ଚଳଚ୍ଚିତ୍ର ଫ୍ଲପ ହେଲାପରେ ମଧ୍ୟ ସେ ହାର ମାନିନଥିଲେ। ୨୦୦୫ ରେ ତାଙ୍କର ଏକ ଫିଲ୍ମ ରିଲିଜ ହୋଇଥିଲା “ଛତ୍ରପତି” ଏବଂ ଏହା ବହୁତ ଲୋକପ୍ରିୟ ହୋଇ ବହୁତ ପଇସା କମେଇଥିଲା। ଏହାଦ୍ଵାରା ପ୍ରଭାସ ବହୁତ ଜନବାସୀଙ୍କର ହୃଦୟରେ ସ୍ଥାନ ପାଇଥିଲେ। ଏହି ଫିଲ୍ମ ପରେ ପ୍ରଭାସ କେତେସାରା ସୁପର ହିଟ ଫିଲ୍ମ କରିଥିଲେ।

୨୦୧୫ ରେ ପ୍ରଭାସଙ୍କର ସୁପର ହିଟ ଫିଲ୍ମ ରିଲିଜ ହୋଇଥିଲା ଯାହାର ନାମ ହେଉଛି “ବାହୁବଳୀ ୧ ଦ ବିଗିନିଙ୍ଗ” ।ଏହି ଫିଲ୍ମ ୱାଲର୍ଡ଼ ୱାଇଡ ୨୦୦୦ କରୋଡ଼ କମେଇଥିଲା ଯାହାକି ଆଜି ଯାଏଁ କୌଣସି ଇଣ୍ଡିଆନ ମୁଭି କରିନାହିଁ ।ଏହାପରେ ୨୦୧୭ ରେ ଆସିଲା “ବାହୁବଳୀ ୨ ଦ କନକ୍ଲୁଜନ” । ଏହି ଫିଲ୍ମ ମଧ୍ୟ ୱାଲର୍ଡ଼ ୱାଇଡ ୧୦୦୦ କରୋଡ଼ କମେଇଥିଲା ଏବଂ ସୁପର ହିଟ ହୋଇଥିଲା। ବାହୁବଳୀ ପାଇଁ ପ୍ରଭାସ ୫ବର୍ଷ ଯାଏଁ ଆକ୍ଟିଙ୍ଗର ଟ୍ରେନିଂ ନେଇଥିଲେ। ପ୍ରଭାସ ଙ୍କୁ ବହୁତ ସାରା ଫିଲ୍ମଫେୟାର,ସୀମା ଏବଂ ନନ୍ଦି ଆୱାର୍ଡସ୍ ମିଳିସାରିଛି ତାଙ୍କ ଫିଲ୍ମ ମିଷ୍ଟର ପରଫେକ୍ଟ,ବାହୁବଳି ଏବଂ ସାହୋ କାରଣରୁ ।

ପ୍ରଭାସଙ୍କ ବାପାଙ୍କ ନାମ ହେଉଛି ଉପଲପତି ସୂର୍ୟ୍ଯା ନାରାୟଣ ରାଜୁ। ମାଙ୍କ ନାମ ସିବା କୁମାରୀ,ଭଉଣୀ ନାମ ହେଲା ପ୍ରଗଥି ଉପଲପତି ,ଭାଇଙ୍କ ନାମ ପ୍ରବୋଦ ଉପଲପତି । ପ୍ରଭାସଙ୍କର ଗାର୍ଲଫ୍ରେଣ୍ଡ ନାମ ହେଉଛି “ଅନୁଷ୍କା ସେଠି” ।ପ୍ରଭାସ ଗୋଟେ ଫିଲ୍ମ ପାଇଁ ୫୦ କରୋଡ଼ ଚାର୍ଜ ରଖିଥାନ୍ତି।ବାହୁବଳୀ ରିଲିଜ ପୂର୍ବରୁ ସେ ୨୦ କରୋଡ଼ ଚାର୍ଜ ରଖୁଥିଲେ। ପ୍ରଭାସଙ୍କର ନେଟ ୱାର୍ଥ ୨୫୦ କୋରଡ଼। ପ୍ରଭାସଙ୍କର ଘର ହାଇଦ୍ରାବାଦର ଯୁବଲି ହିଲସରେ ଅଟେ ।

ପ୍ରଭାସଙ୍କ କମପ୍ଲିଟ କାର କଲେକ୍ସନ ଦାମ ୧୫ କୋଟି ଠାରୁ ବି ଅଧିକ। ପ୍ରଭାସଙ୍କ ପାଖରେ ଏକ “ରୋଲସ ରୋୟାସ ପାଣ୍ଟମ” ଅଛି ଯାହାର ଦାମ ୧୨ କୋଟି। ପ୍ରଭାସଙ୍କ ପାଖରେ ଏକ “ଜେଗୋର ଏକ୍ସଜେଏଲ” ବି ଅଛି ଯାହାର ଦାମ ୧ କୋଟି,ପ୍ରଭାସଙ୍କ ପାଖରେ ଏକ “ବିଏମଡବ୍ଲୁ ଏକ୍ସଫାଇଭ” ମଧ୍ୟ ଅଛି ଯାହାର ଦାମ ୭୦ ଲକ୍ଷ ତା ସହିତ ଏକ “ରେଞ୍ଜ ରୋଭର ସ୍ପୋର୍ଟ” ବି ଅଛି ଯାହାର ଦାମ ୧ କୋଟି ଅଟେ।

Leave a Reply

Your email address will not be published. Required fields are marked *