ଆପଣଙ୍କ ଆଙ୍ଗୁଠିରେ କେତୋଟି ଶଙ୍ଖ ରହିଛି ?ଜାଣନ୍ତୁ ଏହାର ଅର୍ଥ – ନିଶ୍ଚୟ ଦେଖନ୍ତୁ ଓ ଜାଣିରଖନ୍ତୁ..
ସାଙ୍ଗ ମାନେ ଭାରତୀୟ ଜ୍ୟୋତିଷ ଶାସ୍ତ୍ରର ଏକ ପ୍ରମୁଖ ଅଙ୍ଗ ହେଉଛି ସାମୁଦ୍ରିକ ଶାସ୍ତ୍ର।ଯାହାଦ୍ଵାରା କି ବ୍ୟକ୍ତିର ଅଙ୍ଗ ପ୍ରତ୍ୟଙ୍ଗ ରୁ ତାର ବ୍ୟକ୍ତିତ୍ୱ ଓ ସ୍ଵଭାବ ଜଣା ପଡିଥାଏ।ଏହି ଶାସ୍ତ୍ର ଅନୁସାରେ ନାରଦ ସମେତ ଅନେକ ବ୍ୟକ୍ତିର ଜନ୍ମରୁ ମୃତ୍ୟୁ ଯାଏ ସମସ୍ତ କଥା ଜାଣି ପାରୁଥିଲେ।ଏହି ଶାସ୍ତ୍ରରେ ମୁଖ୍ୟତଃ ଦୁଇ ପ୍ରକାର ବିଷୟ ରହିଥାଏ।ପ୍ରଥମ ହେଉଛି ଲକ୍ଷଣ ଓ ଦ୍ଵିତୀୟ ହେଉଛି ରେଖା।ସମୁଦ୍ର ଶାସ୍ତ୍ର ଅନୁସାରେ ବ୍ୟକ୍ତିର ଅଙ୍ଗ ପ୍ରତ୍ୟଙ୍ଗ ରୁ ବ୍ୟକ୍ତିର ସ୍ଵଭାବ ଜଣା ଯାଇଥାଏ।ଯଦି କୌଣସି ମନୁଷ୍ୟର ଆଙ୍ଗୁଳି ରେ ଗୋଟିଏ ଶଙ୍ଖ ଥାଏ ତ ସେହି ବ୍ୟକ୍ତି ଶିକ୍ଷା ଗ୍ରହଣ କରି ଏକ ଭଲ ପଦରେ ଅବସ୍ଥାପିତ ହୋଇଥାଏ ଓ ସାମାଜିକ କାର୍ଯ୍ୟରେ ଭାଗ ନେଇଥାନ୍ତି।ଯେଉଁ ବ୍ୟକ୍ତିର ଆଙ୍ଗୁଳିରେ ଦୁଇଟି ଶଙ୍ଖ ହୋଇଥିବ ତ ସେହି ଜାତକ କଠିନ ପରିଶ୍ରମ କରି କୌଣସି ଜିନିଷକୁ ପାଇ ପାରିବ।ତଥା ତା ଜୀବନ ସାମାନ୍ୟ ବୋଲି କୁହାଯିବ।ଏମିତି ଲୋକ ଅନ୍ୟ ଉପରେ ଆଶ୍ରୀତ ହୋଇ ନିଜ ଜୀବନ ଅତିବାହିତ କରନ୍ତି।
ଯଦି କୌଣସି ବ୍ୟକ୍ତିର ଆଙ୍ଗୁଳିରେ ତିନୋଟି ଶଙ୍ଖ ରହିଥାଏ ତ ସେ ମନୁଷ୍ୟ ସ୍ତ୍ରୀ ମାନଙ୍କ ପ୍ରତି ବିଶେଷ ଆକର୍ଷିତ ରହିଥାଏ।ସେମାନେ ନିଜ ଆମଦାନୀ ର ଶତ ପ୍ରତିଶତ ଭାଗ ଭୌତିକ ବସ୍ତୁ ଉପରେ ଉଡ଼ାଇ ଥାଆନ୍ତି।ଏମାନେ କ୍ଲର୍କ,ପିଅନ, ସେକ୍ରେଟାରୀ ଆଦି ବନିଥାନ୍ତି।
ଯେଉଁ ବ୍ୟକ୍ତିର ଆଙ୍ଗୁଳିରେ ଚାରୋଟି ଶଙ୍ଖ ରହିଥାଏ ସେ ବ୍ୟକ୍ତି ରାଜା ର ସୁଖ ଭୋଗ କରିଥାଏ।ଏମିତି ଜାତକ ପରିବାରର କୁଳ ଦୀପ ବୋଲି କୁହାଇ ଥାଆନ୍ତି।ଏମିତି ଲୋକ ବିଧାୟକ,ସାଂସଦ,ମନ୍ତ୍ରୀ ଆଦି ପଦରେ ଅବସ୍ଥାପିତ ହୋଇଥାନ୍ତି।
ଯେଉଁ ବ୍ୟକ୍ତିର ହାତରେ ପାଞ୍ଚୋଟି ଶଙ୍ଖ ରହିଥାଏ ସେ ନିଜ କାମ ଦ୍ଵାରା ସମାଜର ଅଧିକ ତମ ଲୋକଙ୍କ ହୃଦୟରେ ରାଜ୍ କରିଥାଏ।ନିଜ ଜୀବନ ଜୀବିକା ଉପାର୍ଜନ ପାଇଁ ଜଳ ର ଯାତ୍ରା କରିଥାଏ ଏବଂ ସେହି ସମ୍ବନ୍ଧୀୟ କାର୍ଯ୍ୟ କରିଥାଏ।
ଯେଉଁ ବ୍ୟକ୍ତିର ହାତରେ ଛଅଟି ଶଙ୍ଖ ରହିଥାଏ ସେ ମନୁଷ୍ୟ ନିଜ ବିଦ୍ୟା ଦ୍ଵାରା ସମାଜର ମାର୍ଗ ଦର୍ଶନ କରାଇଥାଏ।ଏମିତି ଜାତକ ଜ୍ୟୋତିଷି,ଧର୍ମ ଉପଦେଶକ, ଆଧ୍ୟାତ୍ମିକ ଗୁରୁ ଆଦି ହୋଇଥାନ୍ତି।
ଯେଉଁ ବ୍ୟକ୍ତିର ହାତରେ ସାତୋଟି ଶଙ୍ଖ ରହିଥାଏ ସେମାନେ ଆର୍ଥିକ ଦୁଃଖ ଭୋଗ କରିଥାନ୍ତି।ଏପରି ଜାତକ ର ସ୍ତ୍ରୀ ମାନେ ଖୁବ୍ ସଂଘର୍ଷ ପୂର୍ଣ୍ଣ ଜୀବନ ଅତିବାହିତ କରିଥାନ୍ତି।
ଯେଉଁ ବ୍ୟକ୍ତିର ହାତରେ ଆଠଟି ଶଙ୍ଖ ରହିଥାଏ ସେମାନେ ନିଜ ପରିଶ୍ରମ ଆଧାରରେ ଖୁସି ରହିଥାନ୍ତି।ଏମାନେ ଖୁବ୍ ମେଳପି ହୋଇଥାନ୍ତି
ଯେଉଁ ବ୍ୟକ୍ତିର ହାତରେ ନଅଟି ଶଙ୍ଖ ରହିଥାଏ ସେ ବ୍ୟକ୍ତି ସ୍ତ୍ରୀ ପ୍ରକୃତିର ହୋଇଥାଏ।ତାହାର ସବୁ କାର୍ଯ୍ୟ ସ୍ତ୍ରୀ ମାନଙ୍କୁ ଆକର୍ଷିତ କରିବ ଭଳି ହୋଇଥାଏ।ଏମାନଙ୍କ ଚାଳିଶ ବର୍ଷ ସମୟ ପରେ ଭଲ ସମୟ ଆସିଥାଏ।
ଯେଉଁ ମାନଙ୍କ ହାତରେ ଦଶଟି ଶଙ୍ଖ ରହିଥାଏ ସେମାନେ ଆଇଏଏସ୍, ଆଇପିଏସ୍,ଆଦି ଉଚ୍ଚ ପଦରେ ଅବସ୍ଥାପିତ ହୁଅନ୍ତି।ଏମାନଙ୍କ କ୍ଷେତ୍ରରେ ୪୬ ବର୍ଷ ବହୁତ୍ ପୀଡ଼ା ଦାୟକ ହୋଇଥାଏ।