March 19, 2025

Odia Express

Leading Odia News Portal of Odisha

ଜାଣନ୍ତୁ ନିଜର ସବୁଠୁ ବଡ଼ କମୀ ଯାହା ଆପଣଙ୍କୁ କେହି ବି କହିବେ ନାହିଁ – ଏବେ ଜାଣିଲେ ଆପଣ ମଧ୍ୟ ନିଜକୁ ନିଜେ ସାବାସୀ ଦେବେ..

ସାଙ୍ଗମାନେ ଆପଣ ହୁଅନ୍ତୁ କି ମୁଁ ଆମେ ଜାଣିବାକୁ ଚାହିଁଥାଉ କି ଆମ ସାମ୍ନା ବ୍ୟକ୍ତି ଆମ ବିଷୟରେ କଣ ଭାବୁଛି।ଯେଉଁ ଲୋକ ଆମକୁ ଜାଣି ନାହାନ୍ତି ବା ଆମର ତାଙ୍କ ସହିତ କୌଣସି ନେଣ ଦେଣ ନାହିଁ ସେମାନେ ଆମ ସମ୍ପର୍କରେ କଣ ଭାବୁଛନ୍ତି।ଆମ ସାଙ୍ଗମାନେ ଆମ ବିଷୟରେ କଣ ଭାବୁଛନ୍ତି ସେମାନେ ଆମ ପିଠି ପଛପଟେ କଣ କରୁଛନ୍ତି ଏହା ସମସ୍ତଙ୍କ ପାଇଁ ଜିଜ୍ଞାସାର ବିଷୟ ହୋଇଥାଏ।ଆଜି ମୁଁ ରାଶି ଅନୁସାରେ ଏହା ବିଷୟରେ କହିବାକୁ ଯାଉଚି। ତ ଚାଲନ୍ତୁ ଆରମ୍ଭ କରିବା ଏହି ବିଷୟରେ।

ମେଷ ରାଶି:-ଏହି ରାଶିର ବ୍ୟକ୍ତି ମାନଙ୍କୁ ସବୁ ପରିସ୍ଥିତି ଯୁଧ୍ୟ ଭଳି ଲାଗିଥାଏ।ଆଉ ଏହି କଥା ଆପଣଙ୍କ ଆଖପାଖର ସମସ୍ତ ବ୍ୟକ୍ତି ଜାଣିଥାନ୍ତି।ସେମାନେ ଆପଣଙ୍କ ସହ ଯୁକ୍ତି କରିବାକୁ ଚାହାନ୍ତି ନାହିଁ।ସେମାନେ ଜାଣିଛନ୍ତି କି ଆପଣ ସବୁ ଜିନିଷରେ ନକରାତ୍ମକତା ଖୋଜିଦେବେ।

ବୃଷ ରାଶି:- ଏମାନେ ବହୁତ କ୍ୟୁଟ ବୋଲି ଧରା ଯାଆନ୍ତି କିନ୍ତୁ ସେମାନେ ସବୁବେଳେ ନିଜକୁ ରାଗି ବୋଲି ଦେଖାଇ ଥାଆନ୍ତି।ଆପଣ କଠୋର ନୁହନ୍ତି କିନ୍ତୁ ଏହାକୁ ଆପଣଙ୍କୁ କେହି କହିବେ ନାହିଁ।

ମିଥୁନ ରାଶି:- ଆପଣଙ୍କ ସାଙ୍ଗମାନେ ବୁଝିପାରନ୍ତି ନାହିଁ ଯେ ଆପଣ ସେମାନଙ୍କ ପାଇଁ ଚିନ୍ତା କରୁଛନ୍ତି ବୋଲି।ଆପଣ ସତରେ ତାଙ୍କ ସାଙ୍ଗ ବୋଲି ସେମାନଙ୍କର ବିଶ୍ବାସ ଆସେ ନାହିଁ।କିନ୍ତୁ ଏହି ବିଷୟରେ ସେମାନେ ଆପଣଙ୍କୁ ପଚରିବେନି।

କର୍କଟ ରାଶି:-ଏହି ରାଶିର ବ୍ୟକ୍ତି ମାନେ ଦୁନିଆରେ ସବୁଠୁ ଅଧିକ ଅଭିଯୋଗ କରିଥାନ୍ତି।ଏମାନେ ଅତି ସମ୍ବେଦଶୀଳ ଓ ଭାବୁକ ହୋଇଥାନ୍ତି।ଏହା ଏମାନଙ୍କ ସବୁଠୁ ବଡ଼ ଚିନ୍ତାର କଥା।ଆପଣଙ୍କ ସାଙ୍ଗ ଓ ସମ୍ପର୍କୀୟ ଆପଣକୁ ଏହି ବିଷୟରେ କେବେ କହିବେ ନାହିଁ।

ସିଂହ ରାଶି:-ଏହି ରାଶିର ବ୍ୟକ୍ତି ମାନଙ୍କୁ ସର୍ବଦା ଆକର୍ଷଣର କେନ୍ଦ୍ର ରହିବାକୁ ଭଲ ଲାଗେ।ନିଜର ଏହି ଇଚ୍ଛାକୁ ପୁରଣ କରିବା ପାଇଁ ଏମାନେ କିଛି ବି କରିପାରନ୍ତି।ସମସ୍ତେ ଏମାନଙ୍କ ଏହି କାର୍ଯ ପ୍ରତି ପରିଚିତ ଥାଆନ୍ତି।

କନ୍ୟା ରାଶି:-ଏହି ରାଶିର ବ୍ୟକ୍ତି ମାନେ ସର୍ବଦା ନିଜକୁ ପରିଶ୍ରମୀ ଓ ନିଜ କାର୍ଯ୍ୟ ପ୍ରତି ଗମ୍ଭୀର ଥିବାର ବାହାନା କରିଥାନ୍ତି।ଏମାନଙ୍କ ଏହି ଗୁଣର ପ୍ରତିଫଳ ଏମାନଙ୍କ ସାଙ୍ଗମାନଙ୍କୁ ଭୋଗିବାକୁ ପଡେ।ଆପଣଙ୍କ ଏହି ବ୍ୟବହର ପ୍ରତି ସେମାନେ ଚିନ୍ତିତ ଥିଲେ ମଧ୍ୟ ସେମାନେ ଆପଣଙ୍କୁ କିଛି କୁହନ୍ତି ନାହିଁ।

ତୁଳା ରାଶି:- ଏମାନେ କିଛି ପରିମାଣରେ ମେଷ ରାଶି ସହିତ ସମାନ ହୋଇଥାନ୍ତି।ଏମାନେ କଥା କଥାରେ ଯୁକ୍ତି କରିଥାନ୍ତି।ଏମାନଙ୍କୁ ପ୍ରତି ଯୁକ୍ତିରେ ନ୍ୟାୟ ଦରକାର।ଏମାନେ କୌଣସି ଯୁକ୍ତିକୁ ଆଜୀବନ ମଧ୍ୟ ଚଳାଇ ପାରନ୍ତି।

ବିଛା ରାଶି:- ଏମାନଙ୍କ ଭିତରେ ଅକ୍ ଜ୍ଵାଳାମୁଖି ରହିଥାଏ ଯାହାକୁ କିଛି କହିବା ଭୁଲ ହୋଇପାରେ।ଅନ୍ୟ ମାନେ ଆପଣଙ୍କୁ ଡରି ଥାଆନ୍ତି ସେଥିପାଇଁ ଆପଣଙ୍କୁ କିଛି କହି ନଥାନ୍ତି।

ଧନୁ ରାଶି:- ଏମାନଙ୍କୁ ଆତ୍ମବିଶ୍ଵାସର ଟିକେ ଅଧିକ ମହକ ହୋଇଥାଏ।ଏମାନେ କାହାକୁ ଡରନ୍ତି ନାହିଁ।ଏମାନେ ମନକୁ ଯାହା ଆସେ ତାହା କହିଦିଅନ୍ତି।ଆପଣଙ୍କ ସହିତ ପଙ୍ଗା ନେବା ତାଙ୍କୁ ହିଁ ଭାରୀ ପଡିଥାଏ।

ମକର ରାଶି:- ଏମାନେ ଅତ୍ୟଧିକ ନିରାଶାବାଦି ହୋଇଥାନ୍ତି।ଏମାନେ ଅନ୍ୟ ମାନଙ୍କର ମଧ୍ୟ ଆତ୍ମବିଶ୍ବାସ ଭାଙ୍ଗିଦେଇଥାନ୍ତି।

କୁମ୍ଭ ରାଶି:- ଆପଣଂକ ସ୍ଵଭାବ ଅସ୍ଥାୟୀ ଅଟେ ଓ ସମସ୍ତେ ଏହି କଥା ସହିତ ପରିଚିତ ଅଟନ୍ତି।କିନ୍ତୁ ଏହା ଆପଣଙ୍କୁ କେହି କୁହନ୍ତି ନାହିଁ ଏଥିପାଇଁ ଆପଣ ସବୁବେଳେ ଏକୁଟିଆ ଅନୁଭବ କରନ୍ତି।

ମୀନ ରାଶି:-ଏହା କଷ୍ଟ ହେଲେ ମଧ୍ୟ ସତ୍ୟ ଅଟେ ଯେ ଆପଣଙ୍କ ଉପରେ ଭରସା କରିବା ଠିକ ନୁହେଁ।ଆପଣ ଫ୍ରେଣ୍ଡଲୀ ହେଲେ ମଧ୍ୟ କେହି ଆପଣଙ୍କ ଉପରେ ଭରସା କରିନଥାନ୍ତି।

Leave a Reply

Your email address will not be published. Required fields are marked *